Videos
|
Crime

Killer Nurse / ନାଇଟ ସିଫ୍ଟର ଚାପ ସହି ନପାରି ୧୦ ରୋଗୀଙ୍କର ଜୀବନ ନେଇଗଲେ ନର୍ସ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ନାଇଟ ସିଫ୍ଟର ଚାପ ସହି ନପାରି ୧୦ ରୋଗୀଙ୍କର ଜୀବନ ନେଇଗଲେ ନର୍ସ

Key Points

କାମର ଚାପ ସହି ପାରିଲେନି ନର୍ସ
ରାଗରେ ୧୦ ରୋଗୀଙ୍କର ନେଇଗଲେ ଜୀବନ
ଅନ୍ୟ ୨୭ ଜଣଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ ନର୍ସ
ନାଇଟ ସିଫ୍ଟ ଆଉ କାମର ଚାପ ସହି ପାରିଲେନି ନର୍ସ । ରାଗରେ ୧୦ ଜଣ ବୟସ୍କ ରୋଗୀଙ୍କୁ ନିଶା ମେଡିସିନ ଦେଇ ମାରିଦେଲେ । ଯେମିତି ତାଙ୍କୁ ଆଉ ରାତିସାରା ତାଙ୍କର ଦେଖାଶୁଣା କରିବାକୁ ପଡିବନି ।

ଡାକ୍ତର ଏବଂ ନର୍ସଙ୍କୁ ଜୀବନ୍ତ ଭଗବାନ ବୋଲି କୁହାଯାଏ । ସେମାନେ ମୃତ୍ୟୁମୁଖରୁ ମଧ୍ୟ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି । ହେଲେ ଜର୍ମାନୀର ଏହି ଘଟଣା ଡାକ୍ତର ତଥା ନର୍ସଙ୍କ ଉପରୁ ଭରଷା ଉଠାଇ ଦେଇଛି । ନର୍ସଙ୍କର ଏପରି ୧୦ ଜଣଙ୍କୁ ହତ୍ୟା ଆଉ ୨୭ ଜଣଙ୍କୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରିବା ଘଟଣାରେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଛି ।

ଅଧିକ ପଢନ୍ତୁ : ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ

ତେବେ ନର୍ସଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ । ଅଭିଯୁକ୍ତ ନର୍ସ ଜଣକ ଏହି ହତ୍ୟା ଡିସେମ୍ବର ୨୦୨୩ ମେ ରୁ ୨୦୨୪ ଯାଏଁ ଜର୍ମାନୀର ଏକ ହସ୍ପିଟାଲରେ କରିଥିଲେ। ୪୪ବର୍ଷୀୟ ନର୍ସ ଜଣକ ନାଇଟ ଡ୍ୟୁଟିରେ କାମ ଚାପରେ ଥିଲେ । ଆଉ କାମ କମ କରିବା ପାଇଁ ସେଠାରେ ଥିବା ବୟସ୍କ ରୋଗୀମାନଙ୍କୁ ମର୍ଫିନ ଏବଂ ସେଡେଟିଭ୍ ଅତ୍ୟଧିକ ପରିମାଣରେ ଖାଇବାକୁ ଦେଇଥିଲେ । ଯାହାଦ୍ଵାରା ସେମାନେ ଶୋଇଯିବେ, ଆଉ ତାଙ୍କୁ ରାତିସାରା କାମ କରିବାକୁ ପଡିବ ନାହିଁ । ଏହି ଘଟଣା ପରେ ଯେତେବେଳେ ସେ ରୋଗୀମାନଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଥିଲା, ସେତେବେଳେ ଅନ୍ୟ କର୍ମଚାରୀ ମାନେ ସନ୍ଦେହ କରିଥିଲେ । ଏହାପରେ ଘଟଣାର ତଦନ୍ତ କରାଯାଇ ସେହି ନର୍ସଙ୍କୁ ଗିରଫ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢନ୍ତୁ : ଅନ୍ଧବିଶ୍ୱାସ ! ଗୁଣିଆକୁ ଭରସା କରି ଚାଲିଗଲା ପୁଅର ଜୀବନ

ନର୍ସ ୨୦୨୦ରେ ଏହି ହସ୍ପିଟାଲରେ ନର୍ସ ଭାବେ କାମ ଆରମ୍ଭ କରିଥିଲେ । ଆଉ ଏହି ଘଟଣା ପାଇଁ ତାଙ୍କୁ ୨୦୨୪ରେ ଗିରଫ କରାଯାଇଛି । ବର୍ତ୍ତମାନ ମଧ୍ୟ ଅନ୍ୟ ରୋଗୀମାନଙ୍କ ନେଇ ଅଧିକ ତଦନ୍ତ ଜାରି ରହିଛି । ଆଉ ଅଭିଯୁକ୍ତ ନର୍ସଙ୍କୁ ଏହି ଅପରାଧିକ ମାମଲା ନେଇ ଆଜୀବନ କାରାଦଣ୍ଡ ଶୁଣାଯାଇଛି । ସେହି କିଲର ନର୍ସକୁ ନେଇ କୋର୍ଟ କହିଛନ୍ତି, ତାଙ୍କର ଅପରାଧ ପାଇଁ ୧୫ ବର୍ଷର ସଜ୍ଜା ନୁହେଁ, ସାରା ଜୀବନ କାରାଦଣ୍ଡ ଭୋଗିବାକୁ ପଡିବ । 

ତେବେ ପୂର୍ବରୁ ୨୦୨୯ରେ ନିଲ୍ସ ହୋଗେଲେ ଦୁଇଟି ହସ୍ପିଟାଲରେ ୮୫ ଜଣ ରୋଗୀଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗିଥିଲେ । ହୋଗେଲ ଜର୍ମାନୀର ଆଧୁନିକ ଇତିହାସରେ ସବୁଠାରୁ ଘାତକ ସିରିଆଲ୍ କିଲର୍ ମଧ୍ୟରୁ ଜଣେ।

Related Topics

Explore more stories

Nurse kills 10 patients due to stress of night shift | Argus News