Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦଶହରାରେ ରକ୍ତମୁଖା ହେଲା ABDO ସ୍ଵାମୀ, ଦା'ରେ କାଟି ଦେଲା ସ୍ତ୍ରୀର ବେକ

Crime

Crime In Odisha / ଦଶହରାରେ ରକ୍ତମୁଖା ହେଲା ABDO ସ୍ଵାମୀ, ଦା'ରେ କାଟି ଦେଲା ସ୍ତ୍ରୀର ବେକ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଦଶହରାରେ ରକ୍ତମୁଖା ହେଲା ABDO ସ୍ଵାମୀ, ଦା'ରେ କାଟି ଦେଲା ସ୍ତ୍ରୀର ବେକ

Key Points

ପାରିବାରିକ କଳହରୁ ଜଘନ୍ୟ ହତ୍ୟା । ଦଶହରାରେ ରକ୍ତମୁଖା ହେଲା ସ୍ଵାମୀ । ଦା'ରେ କାଟି ଦେଲା ସ୍ତ୍ରୀର ବେକ । ସରକାରୀ ଚାକିରିଆ ସ୍ଵାମୀର ଏଭଳି ନୃଶଂସ କାର୍ଯ୍ୟ ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଭଣ୍ଡାରିପୋଖରୀ (ଭଦ୍ରକ): ଦଶହରାରେ ଗଡ଼ିଲା ସ୍ତ୍ରୀର ମୁଣ୍ଡ । ପାରିବାରିକ କଳହରୁ ଜଘନ୍ୟ ହତ୍ୟା । ଦଶହରାରେ ରକ୍ତମୁଖା ହେଲା ସ୍ଵାମୀ । ଦା'ରେ କାଟି ଦେଲା ସ୍ତ୍ରୀର ବେକ । ସରକାରୀ ଚାକିରିଆ ସ୍ଵାମୀର ଏଭଳି ନୃଶଂସ କାର୍ଯ୍ୟ ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଧାନକଟା ଦା'ରେ ସ୍ତ୍ରୀ ବେକକୁ ହାଣି ହତ୍ୟା କରିଛନ୍ତି ଏବିଡିଓ ସ୍ଵାମୀ ।


ଏଥିସହ ପଢ଼ନ୍ତୁ: ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ


ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ । ସୂଚନା ଅନୁସାରେ, ବନ୍ତ ବ୍ଲକ ଏବିଡିଓ ଭାବେ କାର୍ଯ୍ୟ କରନ୍ତି ଦେବୀ ପ୍ରସାଦ ଜେନା । ଗୁରୁବାର ପାରିବାରିକ କଳହକୁ ନେଇ ପତିପତ୍ନୀ ଝଗଡ଼ା ଲାଗିଥିଲେ । ଶେଷରେ ଉତ୍‌କ୍ଷିପ୍ତ ହୋଇ ଏବିଡିଓ ଦେବୀ ପ୍ରସାଦ ଜେନା ସ୍ତ୍ରୀର ବେକକୁ ଦା'ରେ ଚୋଟ ପକାଇଥିଲେ ।



ଝିଅ ଛଡ଼ାଇବାକୁ ଆସିଥିବା ବେଳେ ଦେବୀ ତାକୁ ବି ଧକ୍କା ପକାଇଥିଲେ । ପ୍ରବଳ ରକ୍ତତ୍ସାବ ହେଉଥିବା ବେଳେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଶାଳନିଆଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ସେଠାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଏବିଡିଓଙ୍କ ପତ୍ନୀଙ୍କୁ ମୃତ ଘୋଷଣା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି


ସୂଚନା ଅନୁସାରେ, ବନ୍ତ ବ୍ଲକର ଏବିଡିଓ ଦେବୀ ପ୍ରସାଦ ଜେନାଙ୍କ ଘର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ଗାଁରେ । ଦଶହରା ଛୁଟିରେ ଘରେ ପୁଅ, ଝିଅ ଓ ସ୍ତ୍ରୀଙ୍କ ସହ ଏବିଡିଓ ଦେବୀ ପ୍ରସାଦ ଏକାଠି ହୋଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୀର୍ଘଦିନରୁ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିବା ବେଳେ ଦଶହରାରେ ଏବିଡିଓ ସ୍ଵାମୀ ସବୁ ସୀମା ଟପି ଯାଇଛି ।


ତେବେ ଦଶହରା ଭଳି ଉତ୍ସବ ଦିନରେ ଏବିଡିଓ ସ୍ଵାମୀ ପାରିବାରିକ କଳହର କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ ? ଦେବୀ ପ୍ରସାଦଙ୍କ ମାନସିକ ସ୍ଥିତି ଠିକ୍ ଥିଲା ତ ? ଦା'ରେ ଜଣେ ସରକାରୀ ଚାକିରିଆ ସ୍ତ୍ରୀର ବେକ କାଟି ହତ୍ୟାକୁ ପୋଲିସ ଗୁରୁତର ସହ ନେବା ସହ ଛାନଭିନ୍ ଆରମ୍ଭ କରିଛି ।

Related Topics

Explore more stories

Sponsored
Crime In Odisha | Odisha ABDO Murders Wife in Bhadrak During Dussehra | Argus News | Argus News