Videos
|
Crime

SI Sexual Exploitation / ଲଭ୍‍, ସେକ୍ସ, ଧୋକା ! ବାରିପଦା ଟାଉନ ଥାନା SIଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଲଭ୍‍, ସେକ୍ସ, ଧୋକା ! ବାରିପଦା ଟାଉନ ଥାନା SIଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
SI Sexual Exploitation

Key Points

ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ
ଅଭିଯୁକ୍ତ ପୋଲିସ ଅଧିକାରୀ କହିଲେ- ଯୁବତୀଙ୍କୁ କରିଛନ୍ତି ବିବାହ
ମୟୂରଭଞ୍ଜ: ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ-ଇନିସ୍ପେକ୍ଟର ପ୍ରଭାତ କୁମାର ନାୟକଙ୍କ ନାଁରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ମୋଡ଼ । ପ୍ରଭାତଙ୍କ ସମେତ ୭ ଜଣଙ୍କ ନାଁରେ ଦିଆଯାଇଛି ଏତଲା । ଜଣେ ଯୁବତୀଙ୍କ ଲିଖିତ ଅଭିଯୋଗ ଅଧାରରେ ବାରିପଦା ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି । ହେଲେ ଏହି ବିବାହ ଫଟୋ କହୁଛି ଭିନ୍ନ କାହାଣୀ । ଗୋଟିଏ ପଟେ ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିବାବେଳେ ପୋଲିସ ସବ୍ ଇନସ୍ପେକ୍ଟର ଯୁବତୀଙ୍କୁ ବିବାହ କରିଥିବା କହିଛନ୍ତି ଓ ଏହାର ଫଟୋ ଭିଡିଓ ମଧ୍ୟ ଦେଖାଇଛନ୍ତି ।

  • କଣ ପୂରା ଘଟଣା ?
ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରଥମେ ସୋସିଆଲ ମିଡିଆରେ ପ୍ରଭାତଙ୍କ ପରିଚୟ ହୋଇଥିଲା ଓ ପରେ ଏହା ପ୍ରେମର ରୂପ ନେଇ ବିବାହରେ ପରିଣତ ହେଲା। ଗତ ଜୁନ ୧୨ ତାରିଖରେ ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ହୋଇଥିଲା । ପ୍ରଭାତଙ୍କ କହିବା ହେଲା ଏହି ବିବାହରେ ଉଭୟ ପକ୍ଷର କିଛି ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ । ହେଲେ ବିବାହର ମାତ୍ର ୨ମାସ ପରେ ଯୁବତୀ ଜଣକ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାରେ ମୁହଁ ଖୋଲିବା ସହ ଷଡ଼ଯନ୍ତ୍ର କରି ଫସାଇଦେବାକୁ ଉଦ୍ୟମ କରାଯାଉଥିବା ସଫେଇ ରଖିଛନ୍ତି ଅଭିଯୁକ୍ତ SI ।

  • ବିବାହ କରିଥିବା କହିଲେ SI
ପ୍ରଭାତଙ୍କ କହିବା ହେଲା, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପାରିବାରିକ କଳହ, "ଲଭ, ସେକ୍ସ, ଧୋକ୍କା" ହେଲା କେମିତି । ପ୍ରଭାତଙ୍କ ଓକିଲ ମଧ୍ୟ ଏହାକୁ ଉଦ୍ଦେଶ୍ୟମୂଳକ ମାମଲା ବୋଲି କହିଛନ୍ତି । ତାଙ୍କ ଯୁକ୍ତି ହେଲା, ଏତଲାରେ ଲେଖାଥିବା ଅଭିଯୋଗ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ପ୍ରେମ, ପ୍ରତାରଣା ଓ ଶାରୀରିକ ସମ୍ପର୍କର ମାମଲା ହେବନାହିଁ । ତେଣୁ ଉପରିସ୍ଥ ଅଧିକାରୀଙ୍କ ଚାପ କିମ୍ବା ଅନ୍ୟ ଷଡ଼ଯନ୍ତ୍ର କାରଣରୁ ଏଭଳି ମାମଲା କରାଯାଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି ।

ପଢନ୍ତୁ ଏହି ଖବର: ୬୦ଲକ୍ଷ ପ୍ୟାକେଜ, ଥିଲେ ନାତି ନାତୁଣୀ...ବିବାହର ୩ବର୍ଷ ପରେ ଜ୍ଵାଇଁଙ୍କୁ ମାରିଦେଲେ ଶ୍ଵଶୁର ଘର !

ଏବେ ପ୍ରଶ୍ନ ଉଠୁଛି ପ୍ରକୃତରେ ଏଠାରେ ଭୁଲ୍ କାହାର ? କିଏ କହୁଛନ୍ତି ସତ ? ଉଭୟଙ୍କ ବିବାହ ହୋଇସାରିଥିଲେ ମଧ୍ୟ ଯୁବତୀ ଜଣକ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆଣିଲେ କାହିଁକି ? ଆଉ ଯଦି ଯୁବତୀ ଆଣିଥିବା ଅଭିଯୋଗ ସତ, ତାହାହେଲେ ବିବାହର ଏହି ଫଟୋସଵୁ କଣ ମିଛ ? ପୋଲିସ ବିରୋଧରେ ପୋଲିସର ତଦନ୍ତ ଠିକ ବାଟରେ ହେବା ଉଚିତ୍ ବୋଲି ସାଧାରଣରେ ଦାବି ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: