Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC

Odisha

OHRC Orders / ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC

Key Points

ଓଡ଼ିଶା ମାନବାଧିକାର କମିଶନ ଦୁଇଥର ମାମଲାର ଶୁଣାଣି କରିଥିବା ବେଳେ ପୋଲିସ ପକ୍ଷ ରଖି ନଥିଲା । ଶେଷରେ ଓଡ଼ିଶା ମାନବାଧିକାର କମିଶନ, ଅଭିଯୋଗ ଆସିଥିବା ପୋଲିସ ଏସ୍‌ଆଇ ଓ କନଷ୍ଟେବଳଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପଡ଼ା (ନୟାଗଡ଼): ଥାନାକୁ ଅଭିଯୋଗ ନେଇ ଯାଇଥିବା ପୀଡ଼ିତାଙ୍କୁ ନିର୍ଯାତନା । ଏତଲା ରଖିବା ପରିବର୍ତ୍ତେ ଦମ୍ପତିଙ୍କୁ ନିର୍ଯାତନା ଦେଲା ପୋଲିସ । ଏନେଇ ଦଳିତ ଦମ୍ପତି ସମ୍ପସ୍ତଙ୍କୁ ଗୁହାରି କରିଥିଲେ ବି କେହି ଶୁଣିନଥିଲେ । ଶେଷରେ ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ।


ଆଉ ଦମ୍ପତିଙ୍କ ଅଭିଯୋଗ ଉପରେ ଓଡ଼ିଶା ମାନବାଧିକାର କମିଶନ ଦୁଇ ଦୁଇଥର ଶୁଣାଣି କରିଥିବା ବେଳେ ପୋଲିସର ସହଯୋଗ ମିଳିନି । ନା ନୟାଗଡ଼ ଏସ୍‌ପି ରିପୋର୍ଟ ଦେଲେ ନା ଅଭିଯୋଗ ଆସିଥିବା ଏସ୍‌ଆଇ ଓ କନଷ୍ଟେବଳ ହାଜର ହୋଇ ପକ୍ଷ ରଖିଲେ ।


୨୦୨୫ ଜୁଲାଇ ୨୫ ଓ ୨୦୨୫ ସେପ୍ଟେମ୍ବର ୯ରେ ଓଡ଼ିଶା ମାନବାଧିକାର କମିଶନ ଦୁଇଥର ମାମଲାର ଶୁଣାଣି କରିଥିବା ବେଳେ ପୋଲିସ ପକ୍ଷ ରଖି ନଥିଲା । ଶେଷରେ ଓଡ଼ିଶା ମାନବାଧିକାର କମିଶନ, ଅଭିଯୋଗ ଆସିଥିବା ପୋଲିସ ଏସ୍‌ଆଇ ଓ କନଷ୍ଟେବଳଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଏଥିସହ ପଢ଼ନ୍ତୁ: ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଣ୍ଡପଡ଼ା ଥାନା ଅଧିନ କଣ୍ଟିଲୋ ଫାଣ୍ଡିର ପୂର୍ବତନ ଫାଣ୍ଡି ଅଧିକାରୀ ଏସ୍‌ଆଇ ରମେଶ ଚନ୍ଦ୍ର ଜେନା ଓ କନଷ୍ଟେବଳ ସୁଧୀର କୁମାର ତାଲି ବାନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ । ଏନେଇ ନୟାଗଡ଼ ଏସ୍‌ପିଙ୍କୁ କମିଶନ ଅବଗତ କରାଇଛନ୍ତି । ଆସନ୍ତା ୩୧ ତାରିଖରେ ମାମଲାର ଶୁଣାଣି ରହିଛି ।


ଏସ୍‌ଆଇ ଓ କନଷ୍ଟେବଳଙ୍କ ବିରୋଧରେ ଓଡ଼ିଶା ମାନବାଧିକାର କମିଶନ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଯେଉଁଥିରେ ୧୦ ହଜାର ଟଙ୍କା ଦେଲେ ଜଣଙ୍କୁ ଜାମିନ୍ ଦିଆଯାଇ ପାରିବ । ଏ ସମ୍ପର୍କିତ ନିର୍ଦ୍ଦେଶନାମାକୁ କମିଶନଙ୍କ ପକ୍ଷରୁ କଣ୍ଟିଲୋ ଫାଣ୍ଡି ସହ ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ଏଥିସହ ଗିରଫ ଟାଳିବାକୁ ହେଲେ ଚଳିତ ଅକ୍ଟୋବର ୩୧ ତାରିଖ ସକାଳ ୧୧ଟା ସୁଦ୍ଧା କମିଶନରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।


ଏଥିସହ ପଢ଼ନ୍ତୁ: ସ୍କୁଲ୍‌କୁ କେଉଁଠୁ ଆସିଲା ପେଟ୍ରୋଲ୍ ? ଷ୍ଟଣ୍ଟ ଦେଖାଇବା ବେଳେ ନବମ ଶ୍ରେଣୀ ଛାତ୍ର ଜଳିଗଲେ


କଣ୍ଟିଲୋରେ କ'ଣ ଘଟିଥିଲା ?


୨୦୨୪ ମାର୍ଚ୍ଚ ୧୯ରେ କଣ୍ଟିଲୋ ଅଞ୍ଚଳର ଅନୁସୂଚିତ ଜାତିର ଜଣେ ମହିଳା ଓ ତାଙ୍କ ସ୍ଵାମୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଏସ୍‌ଆଇ ରମେଶ ଚନ୍ଦ୍ର ଜେନା ଓ କନଷ୍ଟେବଳ ସୁଧୀର କୁମାର ତାଲି ଅଭିଯୋଗ ରଖିବା ପରିବର୍ତ୍ତେ ଦମ୍ପତିଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଦମ୍ପତି ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ଅଭିଯୋଗ କରି ନିରାଶ ହୋଇଥିଲେ । ଶେଷରେ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ।

Related Topics

Explore more stories

Sponsored
Odisha Human Rights Commission Orders Arrest of Nayagarh Police Officers | Argus News | Argus News