Vigilance Raid / ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ; ୪ ମହଲା ବିଶିଷ୍ଟ କମର୍ସିଆଲ୍ ବିଲ୍ଡିଂ ଓ ଏକାଧିକ ଘରେ ତଲାସି
·1 hour ago·2 min read

Key Points
ଭିଜିଲାନ୍ସ ଜାଲରେ ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ଏବେ ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ଏବେ ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ
ଭୁବନେଶ୍ଵର: ଫସିଲେ ପୂର୍ବତନ କୋରାପୁଟ ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସ୍ପଟ୍ଟା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏବେ ଭୁବନେଶ୍ୱର ଓଡ଼ିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍ (OCC)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ । କୋରାପୁଟରେ ଥିବା ହୋଟେଲ ଓ ଭଡ଼ାଘରେ ଚାଲିଛି ଚଢ଼ାଉ । ପ୍ରାୟ ୨ କୋଟିର ହୋଟେଲ ଓ ଭଡ଼ାଘରେ ତଲାସି ଅଭିଯାନ ଜାରି ରହିଛି ।
ପଢନ୍ତୁ ଏହି ଖବର: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ
ଖବର ଲେଖିବା ସମୟରେ ମଧ୍ୟ ଇଞ୍ଜିନିୟରଙ୍କ ଘରେ ଚଢାଉ ଜାରି ରହିଛି । ଏଯାବତ ଭିଜିଲାନ୍ସ ଅଧିକାରୀମାନେ ଜବତ ହୋଇଥିବା ସମ୍ପତ୍ତି, କାଗଜପତ୍ର ନେଇ କୌଣସି ତଥ୍ୟ ଦେଇନାହାନ୍ତି । ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତଥ୍ୟକୁ ତନତନ କରି ଯାଞ୍ଚ କରାଯାଉଛି । ଚଢାଉ କାର୍ଯ୍ୟ ସରିବା ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେବେ ଭିଜିଲାନ୍ସ ଅଧିକାରୀ ।
- ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
- ୨ କୋଟିର ହୋଟେଲ ଓ ଭଡ଼ାଘରେ ତଲାସି
ପଢନ୍ତୁ ଏହି ଖବର: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ
ଖବର ଲେଖିବା ସମୟରେ ମଧ୍ୟ ଇଞ୍ଜିନିୟରଙ୍କ ଘରେ ଚଢାଉ ଜାରି ରହିଛି । ଏଯାବତ ଭିଜିଲାନ୍ସ ଅଧିକାରୀମାନେ ଜବତ ହୋଇଥିବା ସମ୍ପତ୍ତି, କାଗଜପତ୍ର ନେଇ କୌଣସି ତଥ୍ୟ ଦେଇନାହାନ୍ତି । ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତଥ୍ୟକୁ ତନତନ କରି ଯାଞ୍ଚ କରାଯାଉଛି । ଚଢାଉ କାର୍ଯ୍ୟ ସରିବା ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେବେ ଭିଜିଲାନ୍ସ ଅଧିକାରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories