Vigilance Raid / ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ; ୪ ମହଲା ବିଶିଷ୍ଟ କମର୍ସିଆଲ୍ ବିଲ୍ଡିଂ ଓ ଏକାଧିକ ଘରେ ତଲାସି
·2 months ago·2 min read

Key Points
ଭିଜିଲାନ୍ସ ଜାଲରେ ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ଏବେ ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ଏବେ ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ
ଭୁବନେଶ୍ଵର: ଫସିଲେ ପୂର୍ବତନ କୋରାପୁଟ ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସ୍ପଟ୍ଟା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏବେ ଭୁବନେଶ୍ୱର ଓଡ଼ିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍ (OCC)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ । କୋରାପୁଟରେ ଥିବା ହୋଟେଲ ଓ ଭଡ଼ାଘରେ ଚାଲିଛି ଚଢ଼ାଉ । ପ୍ରାୟ ୨ କୋଟିର ହୋଟେଲ ଓ ଭଡ଼ାଘରେ ତଲାସି ଅଭିଯାନ ଜାରି ରହିଛି ।
ପଢନ୍ତୁ ଏହି ଖବର: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ
- ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ
- ୨ କୋଟିର ହୋଟେଲ ଓ ଭଡ଼ାଘରେ ତଲାସି
ପଢନ୍ତୁ ଏହି ଖବର: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଢ଼ାଉ ବେଳେ ବିପୁଳ ସୁନା ଅଳଙ୍କାର ଜବତ
ତଦନ୍ତକାରୀ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘରୁ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ଜବତ କରାଯାଇଛି । ସେଥିରେ ରହିଛି ଏକ ରାଣୀ ହାର, ଆଉ ଏକ ହାର, ଗୋଟିଏ ଯୋଡ଼ି ପୁରୁଣା ଚୁଡ଼ି, ଶିଶୁଙ୍କ ବାହୁଟି, ଛୋଟ ଆକାରର ହାର, ଚେନ୍, ମଙ୍ଗଳସୂତ୍ର, ଶଙ୍ଖା, କାନ ଟପ୍ସ, ନାକ ଫୁଲ ଏବଂ ସିଲଭର୍ ବ୍ରେସଲେଟ୍ ସହ ଅନ୍ୟାନ୍ୟ ଅଳଙ୍କାର । ପ୍ରତ୍ୟେକ ଅଳଙ୍କାରର ଓଜନ ଓ ଆନୁମାନିକ ମୂଲ୍ୟର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ସମସ୍ତ ଅଳଙ୍କାରର ପ୍ରକୃତ ମୂଲ୍ୟ ଆକଳନ ପାଇଁ ତଦନ୍ତ ଜାରି ରହିଛି।"

Related Topics
Explore more stories