Vigilance Raid / ଗାଡ଼ି, କୋଠା ସାଙ୍ଗକୁ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା; ଭିଜିଲାନ୍ସ ଜାଲରେ VIMSAR ଅଧିକାରୀ
·2 months ago·2 min read

Key Points
ଭିଜିଲାନ୍ସ ଜାଲରେ ଭୀମସାର ଅଧିକାରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
ବୁର୍ଲା ଭୀମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ଘରେ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
ବୁର୍ଲା ଭୀମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ଘରେ ଚଢ଼ାଉ
ବାବୁଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ସୁନା, ରୂପା ଅଳଙ୍କାର ଜବତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ଭୀମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳଙ୍କ ୪ଟି ଠିକଣାରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର ଧନକଉଡ଼ା ସ୍ଥିତ ଘରୁ ରେଡ୍ ବେଳେ ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ଅନ୍ୟ ସାମଗ୍ରୀ ଜବତ ହୋଇଛି । ସମ୍ବଲପୁରର ଧନକଉଡ଼ା ସ୍ଥିତ ଦୁଇ ମହଲା ବିଶିଷ୍ଟ ଆବାସିକ ବାସଭବନ, ସମ୍ବଲପୁରର ଗୁଡେସିଙ୍ଗା ସ୍ଥିତ ଏକ କୋଠା ଘର, ବୁର୍ଲା ଭିମସାରର ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ସରକାରୀ ବାସଭବନ, ସମ୍ବଲପୁର ବୁର୍ଲା ଭିମସାରର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟ ପରିସରରେ ଥିବା ଅଫିସ୍ ପ୍ରକୋଷ୍ଠରେ ରେଡ୍ ଚାଲିଛି ।
ବୁର୍ଲା ଭିମସାର ୨ ଅଧିକାରୀ ଘରେ ଭିଜିଲାନ୍ସ ବିଭାଗର ବଡ ଧରଣ ଚଢାଉ । ଏଷ୍ଟାବ୍ଲିଶମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଧନକାଉଡା ସ୍ଥିତ ଘରେ ଚଢାଉ ବେଳେ ବାବୁଙ୍କ ଘରେ ଆଲମାରିରୁ ବିଡାବିଡା ନୂଆ ନୂଆ ୫୦୦, ୨୦୦ର ସିଲ୍ ଥିବା ନୋଟ ବାହାରିଛି । ପାଖାପାଖି ୨୦ ଲକ୍ଷରୁ ଊର୍ଦ୍ଧ୍ଵ ନଗଦ ଟଙ୍କା ବାହାରିଛି । ରୁପା ଓ ସୁନାର ଅଲଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ଅନେକ ଗୁଡିଏ ପ୍ଲଟ ଓ ଘର ମଧ୍ୟ ଭିଜିଲାନ୍ସ ଠାବ କରିଥିବା ଜଣାପଡିଛି ।
ଏହା ସହ ଆହୁରି ଭିମାସର ଅଫିସ, ସରକାରୀ କ୍ବାଟର, ତୁମେସିଂଘା ଘରେ ମଧ୍ୟ ମାରାଥନ ଚଢାଉ ଚାଲିଛି । ସେହିପରି ଭିମାସର ଷ୍ଟିଓ୍ବାର୍ଡ ଅଶ୍ବିନୀ ମେହେର ଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । ବୁର୍ଲା ସରକାରୀ ଘରେ, ଅଫିସ, ସୌରଭ ବିହାର ଚାରି ମହଲା ଘରେ, ବରଗଡ ଗୋବିନ୍ଦପାଲିରେ ମଧ୍ୟ ଚଢାଉ ଚାଲିଛି । ଉଭୟ ଭୀମାସର ଅଧିକାରୀ ବିରୋଧରେ ଆୟ ବହିଭୁତ୍ତ ସମ୍ପତ୍ତି ଠୂଲ ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ କୋଟର ନିଦ୍ଦେଶରେ ଚଢାଉ କରାଯାଇଛି ।

- ଭିମସାର ଷ୍ଟିୱାର୍ଡଙ୍କ ଘରେ ବି ରେଡ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ
- ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ
Related Topics
Explore more stories