Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଞ୍ଜାବରେ ସିସିଟିଭି; ଘରେ ବସି LIVE ଦେଖୁଥିଲା ପାକିସ୍ତାନ, ସେନା ଉପରେ ଥିଲା ନଜର

Crime

Pakistan Spy Camera / ପଞ୍ଜାବରେ ସିସିଟିଭି; ଘରେ ବସି LIVE ଦେଖୁଥିଲା ପାକିସ୍ତାନ, ସେନା ଉପରେ ଥିଲା ନଜର

Debashree Debasmita Sahoo
Browse all articles by Debashree Debasmita Sahoo
·10 hours ago·2 min read
ପଞ୍ଜାବରେ ସିସିଟିଭି; ଘରେ ବସି LIVE ଦେଖୁଥିଲା ପାକିସ୍ତାନ, ସେନା ଉପରେ ଥିଲା ନଜର
Pakistan Spy Camera

Key Points

ଭାରତୀୟ ସେନାରେ ରହି ଦେଶଦ୍ରୋହୀ କାର୍ଯ୍ୟ
ପଞ୍ଜାବରୁ ପାକିସ୍ତାନକୁ ପଠାଉଥିଲେ ଗୁପ୍ତ ତଥ୍ୟ
ଘରେ ବସି ଲାଇଭ୍ ଟେଲିକାଷ୍ଟ ଦେଖୁଥିଲା ଶତ୍ରୁ ଦେଶ
କେବେ ବି ସୁଧୁରିବନି ପାକିସ୍ତାନ । ପୁଣି ପଦାରେ ପଡ଼ିଲା ଶତ୍ରୁ ଦେଶର କଳା କାରନାମା । ଗାଜିଆବାଦ-ଫରିଦାବାଦ ପରେ ଏବେ ପଞ୍ଜାବରେ କ୍ୟାମେରା ଲଗାଇ କରୁଥିଲା ଗୁପ୍ତଚର କାମ । ଏହି ଘଟଣାରେ ପଞ୍ଜାବ ପୋଲିସ ପଠାନକୋଟରେ ଏକ ସନ୍ଦିଗ୍ଧ ଗୁପ୍ତଚର ନେଟୱର୍କର ପର୍ଦ୍ଦାଫାଶ କରିଛି ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଭାରତୀୟ ସେନାରେ କାମ କରୁଥିଲା ଏବଂ ଅର୍ଦ୍ଧସୈନିକ ବଳର ଗତିବିଧିର ସମ୍ବେଦନଶୀଳ ସୂଚନା ଶତ୍ରୁ ଦେଶ ନିକଟକୁ ପଠାଉଥିଲା ।

  • କିଏ ଅଭିଯୁକ୍ତ ବଲଜିତ ସିଂହ ?
ପଠାନକୋଟର ସିନିଅର ସୁପରିଟେଣ୍ଡେଡ୍ ଅଫ୍ ପୋଲିସ (SSP) ତଥା ବରିଷ୍ଠ ଆରକ୍ଷୀ ଅଧିକ୍ଷକ ଦଲଜିନ୍ଦର ସିଂହ ଢିଲୋଙ୍କ କହିବାନୁସାରେ, ଗିରଫ ଅଭିଯୁକ୍ତର ନାମ ବଲିଜତ ସିଂହ ଓରଫ ବିଟ୍ଟୁ ବୋଲି ଜଣାପଡ଼ିଛି, ଯିଏକି ଢାଲିବାଲ ଗାଁର ଅଧିବାସୀ । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ବଲଜିତ୍ ସୁଜାନପୁର ନିକଟର ଜାତୀୟ ରାଜପଥ-୪୪ରେ ସିସିଟିଭି କ୍ୟାମେରା ଲଗାଇଥିଲା । ଏହି କ୍ୟାମେରା ଜରିଆରେ ସୈନ୍ୟ ଗାଡ଼ି ଉପରେ ନଜର ରଖାଯାଉଥିଲା । ଏହାପରେ ସବୁ ସିସିଟିଭି ଫୁଟେଜ୍ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପାକିସ୍ତାନ ଓ ବିଦେଶରେ ବସିଥିବା ହ୍ୟାଣ୍ଡଲରଙ୍କୁ ନିକଟକୁ ପଠାଯାଉଥିଲା ।

  • କେମିତି ଜଣାପଡ଼ିଲା ?
ପଠାନକୋଟ ପୋଲିସର କ୍ରାଇମ ଇନଭେଷ୍ଟିଗେସନ୍ ଏଜେନ୍ସି (CIA) ଟିମ ଯାଞ୍ଚ ସମୟରେ ଏହି ଗୁପ୍ତଚର ନେଟୱର୍କ ବିଷୟରେ ଜାଣିବାକୁ ପାଇଥିଲା ଓ ଅଭିଯୁକ୍ତକୁ ଗିରଫ କରିଥିଲା । ପଠାନକୋଟ ଏସଏସପି ଦଲଜିନ୍ଦର ସିଂ କହିଥିଲେ ଯେ ଅଭିଯୁକ୍ତ ବିଟ୍ଟୁ ସୁଜାନପୁର ନିକଟ ପୋଲ ନମ୍ବର-୪ ଓ ୫ ମଝିରେ ଥିବା ଏକ ଦୋକାନରେ ସିସିଟିଭି କ୍ୟାମେରା ଲଗାଇଥିଲା । ଏହି କ୍ୟାମେରା ଜରିଆରେ ସେହି ରାସ୍ତା ଦେଇ ଯାଉଥିବା ଭାରତୀୟ ଯବାନଙ୍କ ଗାଡ଼ିର ଯାତାୟାତ ଉପରେ ନଜର ରଖାଯାଉଥିଲା । ଏହାର ଲାଇଭ୍ ଫୁଟେଜ୍ ଘରେ ବସି ଦେଖୁଥିଲେ ଆତଙ୍କବାଦୀ । ଏହାପରେ ସୀମାରେ ଆକ୍ରମଣ ପାଇଁ ରହିଥିବା ହ୍ୟାଣ୍ଡଲରମାନଙ୍କୁ ଫୁଟେଜ୍ ପଠାଯାଉଥିଲା । ଏହି ଘଟଣାରେ ଅଭିଯୁକ୍ତ ବ୍ୟତୀତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ବିକ୍ରମଜିତ୍ ସିଂହ ଓରଫ ବିକ୍କା, ବଲବିନ୍ଦର ସିଂହ ଓରଫ ବିକ୍କି ଏବଂ ତରଣପ୍ରୀତ ସିଂହ ଓରଫ ଟନ୍ନୁ ।

ପଢନ୍ତୁ ଏହି ଖବର: ସୈନିକଙ୍କ ଫଟୋ ପଠାଉଥିଲେ ପଞ୍ଚର୍ ଦୋକାନୀ, ଫଟୋ ପିଛା ପାକିସ୍ତାନ ଦେଉଥିଲା ୬ ହଜାର ଟଙ୍କା

  • ପୂର୍ବରୁ ଗାଜିଆବାଦରେ ଧରାପଡ଼ିଥିଲେ ୫ ଅଭିଯୁକ୍ତ
ଗତ କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶ ଗାଜିଆବାଦର ଅନେକ ଅଞ୍ଚଳରୁ ସୋଲାର କ୍ୟାମେରା ଠାବ କରାଯାଇଥିଲା । ଏହି ସମସ୍ତ ସିସିଟିଭି ଫୁଟେଜ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ସଂଗଠନର ପ୍ରମୁଖମାନଙ୍କୁ ଦିଆଯାଉଥିଲା । NIA ଯାଞ୍ଚ ସମୟରେ ୫ଜଣ ନାବାଳକ ଅଭିଯୁକ୍ତଙ୍କୁ ଧରିଥିଲା । ପାକିସ୍ତାନ ଏହି ସିସିଟିଭି କ୍ୟାମେରା ଜରିଆରେ ଭାରତର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ଖବର ନେଉଥିଲା, ଯାହାଦ୍ଵାରା ଭାରତର ସୁରକ୍ଷା ବିପଦରେ ପଡ଼ିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan-Linked CCTV Cameras Found Monitoring Military Convoy Route In Punjab’s Pathankot | Argus News