Family Dispute Turns Tragic / ଅନାଥ ହୋଇଗଲେ ୨ କୁନି ଛୁଆ; ସ୍ତ୍ରୀକୁ ପିଟି ପିଟା ହତ୍ୟା ପରେ ସ୍ଵାମୀ ହାରି ଦେଲା ଜୀବନ
·1 hour ago·2 min read

Key Points
ସନ୍ଧ୍ୟାରେ ଝଗଡ଼ା ପରେ ରାତିରେ ହତ୍ୟା । ଆଉ ସକାଳୁ ପୁଣି ଆତ୍ମହତ୍ୟା । ମାତ୍ର ୮ ଘଣ୍ଟା ଭିତରେ ଗୋଟିଏ ଘରୁ ଦୁଇ ଦୁଇଟି ମୃତଦେହ ଉଠିଛି । ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀ ହତ୍ୟା କରିଥିବାରୁ ଦୁଇ ଛୁଆ ଅନାଥ ହୋଇ ଯାଇଛନ୍ତି ।
ପରଜଙ୍ଗ (ଢେଙ୍କାନାଳ): ଦମ୍ପତିଙ୍କ କଳିରୁ ଉଜୁଡ଼ିଗଲା ପରିବାର । ଅନାଥ ହୋଇଗଲେ ୨ କୁନି ନିଷ୍ପାପ ଛୁଆ । ସନ୍ଧ୍ୟାରେ ଝଗଡ଼ା ପରେ ରାତିରେ ହତ୍ୟା । ଆଉ ସକାଳୁ ପୁଣି ଆତ୍ମହତ୍ୟା । ମାତ୍ର ୮ ଘଣ୍ଟା ଭିତରେ ଗୋଟିଏ ଘରୁ ଦୁଇ ଦୁଇଟି ମୃତଦେହ ଉଠିଛି । ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀ ହତ୍ୟା କରିଥିବାରୁ ଦୁଇ ଛୁଆ ଅନାଥ ହୋଇ ଯାଇଛନ୍ତି ।
ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ । ଦଦରାଘାଟି ଫାଣ୍ଡି ୩ ନମ୍ବର କଲୋନୀରେ ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀ ଆତ୍ମହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ମିଥୁନ ନାଏକ ଓ ରଶ୍ମିତା ନାଏକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ।
ଏଥିସହ ପଢ଼ନ୍ତୁ: ରେଙ୍ଗାଲିରେ କଫ୍ ସିରପ ବେପାରୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ନିଶା ମାଫିଆ ଘାଇଲା
ଝଗଡ଼ା ପରେ ମିଥୁନ ଘରୁ ବାହାରି ରାଗରେ ପଳାଇ ଯାଇଥିଲେ । କିଛି ସମୟ ପରେ ଘରକୁ ଫେରି ସମସ୍ତେ ଶୋଇବାକୁ ଯାଇଥିଲେ । ସମସ୍ତେ ଶୋଇଥିବା ବେଳେ ସ୍ତ୍ରୀ ସହ ପୁଣି ଝଗଡ଼ା କରିଥିଲେ ମିଥୁନ । ଆଉ ୨ ଛୁଆଙ୍କ ଆଗରେ ରଶ୍ମିତାଙ୍କୁ ପିଟି ପିଟି ମିଥୁନ ମାରି ଦେଇଥିବା ଅଭିଯୋଗ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ତ୍ରୀ ରଶ୍ମିତାଙ୍କୁ ହତ୍ୟା ପରେ ଭୋର୍ ସମୟରେ ଘର ବାହାରେ ଥିବା ଗଛରେ ଝୁଲି ପଡ଼ି ଜୀବନ ହାରି ଦେଇଛନ୍ତି ମିଥୁନ । ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ଵାମୀ ଆତ୍ମହତ୍ଯା କରିବାରୁ ଦୁଇ ଛୁଆ ବାପାମାଆ ଛେଉଣ୍ଡ ହୋଇ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ସହକର୍ମୀଙ୍କୁ ଯୌନ ଶୋଷଣ ଘଟଣା; ଜେଲର ୪ କାନ୍ଥ ଭିତରେ କଟିଲା ବାବୁଙ୍କ ରାତି
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଖବର ପାଇ ପରଜଙ୍ଗ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ପାରିବାରିକ କଳହର ପ୍ରକୃତ କାରଣ କ'ଣ ? କେଉଁ ପରିସ୍ଥିତିରେ ମିଥୁନ ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ ତଦନ୍ତ ଜାରି ରଖିଛି ।

Related Topics
Explore more stories