Videos
|
Crime

Encounter / ରେଙ୍ଗାଲିରେ କଫ୍ ସିରପ ବେପାରୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ନିଶା ମାଫିଆ ଘାଇଲା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରେଙ୍ଗାଲିରେ କଫ୍ ସିରପ ବେପାରୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ନିଶା ମାଫିଆ ଘାଇଲା
Cough Syrup Dealer Shot, 24 Cartons Seized

Key Points

କଫ୍ ସିରପ କାରବାର କରୁଥିବା ଯୁବକଙ୍କୁ ଏନ୍‌କାଉଣ୍ଟର
ପ୍ରୀତମ ବିଶ୍ଵାଳକୁ ଏନ୍‌କାଉଣ୍ଟର କଲା ରେଙ୍ଗାଲି ପୋଲିସ
ଗୋଡ଼ରେ ଗୁଳି ବାଜିଛି, ରେଙ୍ଗାଲି ପରେ ବୁର୍ଲା ସ୍ଥାନାନ୍ତର
ପ୍ରଥମେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ପ୍ରୀତମ
ସମ୍ବଲପୁର: ଗର୍ଜିଲା ପୋଲିସ ବନ୍ଧୁକ । ଘାଇଲା ହେଲ କଫ୍ ସିରପ ବେପାରୀ । ରେଙ୍ଗାଲି ଥାନା ପୋଲିସ ଏନ୍‌କାଉଣ୍ଟରରେ କଫ୍ ସିରପ ବେପାରୀ ପ୍ରୀତମ ବିଶ୍ଵାଳ ଗୁରୁତର ଆହତ ହୋଇଛି । ପ୍ରୀତମକୁ ଗୁରୁତର ଅବସ୍ଥାରେ ରେଙ୍ଗାଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପୋଲିସର ଯାଞ୍ଚ ବେଳେ ଏହି ଏନ୍‌କାଉଣ୍ଟର ହୋଇଛି । ଜଙ୍ଗଲା-ପାଣ୍ଡୋଲୋଇ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି । ୨ଟି କାର୍‌ରେ କଫ୍ ସିରପ୍ ଚାଲାଣ ହେଉଥିଲା ।

ପୋଲିସର ଯାଞ୍ଚ ବେଳେ ଗୋଟିଏ ଗାଡ଼ିରୁ ୨୦ଟି କାର୍ଟୁନ୍ କଫ୍ ସିରପ ମିଳିଥିଲା । ଦ୍ଵିତୀୟ ଗାଡ଼ିରେ ୪ କାର୍ଟୁନ୍ କଫ୍ ସିରପ ମିଳିବା ପରେ ଗାଡ଼ିରେ ଥିବା ଅଭିଯୁକ୍ତ ପ୍ରୀତମ ବିଶ୍ଵାଳ ପ୍ରଥମେ ପୋଲିସ ଉପରକୁ ରାଉଣ୍ଡ ଗୁଳି ଚାଳନା କରିଥିଲା । ପ୍ରଥମେ ଅଭିଯୁକ୍ତ ପ୍ରୀତମକୁ ରେଙ୍ଗାଲି ପରେ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

ଏଥିସହ ପଢ଼ନ୍ତୁ: ସହକର୍ମୀଙ୍କୁ ଯୌନ ଶୋଷଣ ଘଟଣା; ଜେଲର ୪ କାନ୍ଥ ଭିତରେ କଟିଲା ବାବୁଙ୍କ ରାତି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ୯ ଏମ୍ ଏମ୍‌ର ପିସ୍ତଲ ସହ ୭ଟି ଗୁଳି ଜବତ କରାଯାଇଛି । ୨ଟି କାରରୁ୨୪ ପେଟି କଫ୍ ସିରପ ଜବତ କରାଯାଇଛି । ପାର୍ବଣ ପୂର୍ବରୁ ନମ୍ବର ବିହୀନ ଗାଡ଼ିରେ ନିଶା ମାଫିଆ କଫ୍ ସିରପ ସମ୍ବଲପୁର ଜିଲ୍ଲାକୁ ଚାଲାଣ ବେଳେ ପୋଲିସକୁ ସଫଳତା ମିଳିଛି ।

୮ ଦିନରେ ଦ୍ଵିତୀୟ ଏନ୍‌କାଉଣ୍ଟର

ମାତ୍ର ୮ ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ ଦ୍ଵିତୀୟ ଏନ୍‌କାଉଣ୍ଟର କରିଛି ପୋଲିସ । ସେପ୍ଟେମ୍ବର ୧୩ ତାରିଖରେ ସମ୍ବଲପୁର ସଦର ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଥଲା । ସୁନାପାଲି ଅଞ୍ଚଳର କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନକୁ ଏନ୍‌କାଉଣ୍ଟର କରିଥିଲା ପୋଲିସ ।

ମହମ୍ମଦର ବାମ ଗୋଡ଼ରେ ଗୁଳି ବାଜିଥିଲା । ତାକର ଦୁଇ ଜଣ ସହଯୋଗୀଙ୍କୁ ପୋଲିସ କାବୁ କରିଥିଲା । କେନାଲ ରୋଡ୍ ସ୍ଥିତ ସୁଦୁଙ୍ଗା ଜଙ୍ଗଲ ନିକଟରେ ସଦର ପୋଲିସର ଯାଞ୍ଚ ବେଳେ ଏକ କଳା ରଙ୍ଗର ବଜାଜ ପଲସରରେ ଇରଫାନ ଓ ତାର ୨ ସହଯୋଗୀ ଯାଉଥିଲେ ।

ଏଥିସହ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚ STF ହାତରେ ବଡ଼ ସୁରାକ୍; ପଶ୍ଚିମବଙ୍ଗ ପରେ ବିହାରରେ ରେଡ୍ 

ସେହି ସମୟରେ ପୋଲିସକୁ ଦେଖି ଇରଫାନ ୩ ରାଉଣ୍ଡ ଗୁଳିଚାଳନା କରି ଖସି ପଳାଇବାକୁ ଉଦ୍ୟମ କରିଥିଲା । ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ୨ ରାଉଣ୍ଡ ଗୁଳି ଚଳାଇବାରୁ ଇରଫାନର ବାମ ଗୋଡ଼ରେ ବାଜିଥିଲା ।

ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ ସହ ଗୁଳି, ୩ଟ ଖୋକା ଓ ବାଇକ୍ ଜବତ କରାଯାଇଥିଲା । ଇରଫାନ ପୁର୍ବରୁ ଡକାୟତି, ଛିନତାଇ, ଆଲୁମିନିୟମ ତାର ଚୋରି, ଚୋରା ନିଶା ଦ୍ରବ୍ୟ କାରବାର ଭଳି ୨୪ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।