Sand Mafia / ୫୦୦ରୁ ଊର୍ଦ୍ଧ୍ଵ ଟ୍ରିପ୍ ବାଲି ଜବତ ବେଳେ ଉପଜିଲ୍ଲାପାଳଙ୍କୁ ଧମକ ଦେଲେ ମାଫିଆ
·2 months ago·2 min read

Key Points
ପିପିଲି ନୂଆ ଶାସନ ଗ୍ରାମରେ ଜିଲ୍ଲା ଖଣି ଅଧିକାରୀ, ପିପିଲି ତହସିଲଦାର, ପୋଲିସ ଓ ପୁରୀ ଉପଜିଲ୍ଲାପାଳ ଚଢ଼ାଉ କରି ୫୦୦ରୁ ଅଧିକ ଟ୍ରିପ୍ ବାଲି ଜବତ କରିଛନ୍ତି ।
ପିପିଲି: ନିଲାମ ହୋଇନି ବାଲି ଘାଟ, ହେଲେ ବାଲିରେ ଭର୍ତ୍ତି ହୋଇ ଯାଇଛି ଗୋଟିଏ ପରେ ଗୋଟିଏ ପଡ଼ିଆ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପିପିଲି ନୂଆ ଶାସନ ଗ୍ରାମରେ ଜିଲ୍ଲା ଖଣି ଅଧିକାରୀ, ପିପିଲି ତହସିଲଦାର, ପୋଲିସ ଓ ପୁରୀ ଉପଜିଲ୍ଲାପାଳ ଚଢ଼ାଉ କରି ୫୦୦ରୁ ଅଧିକ ଟ୍ରିପ୍ ବାଲି ଜବତ କରିଛନ୍ତି ।
ପିପିଲି ନୂଆଶାସନ ପଞ୍ଚାୟତର ୬ରୁ ୭ଟି ସ୍ଥାନରେ ଏତେ ପରିମାଣରେ ବେଆଇନ୍ ଭାବେ ବାଲି ଗଚ୍ଛିତ ରଖା ଯାଇଥିଲା । ଚଢ଼ାଉ ବେଳେ କେହି ଏତେ ପରିମାଣର ବାଲି ତାଙ୍କର ବୋଲି ଦାବି କରି ନାହାନ୍ତି । କିନ୍ତୁ ଚଢ଼ାଉ ବେଳେ ଉପଜିଲ୍ଲାପାଳଙ୍କୁ ଧମକ ଦେଇଛନ୍ତି ମାଫିଆ ।
ଏଥିସହ ପଢ଼ନ୍ତୁ: ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ
ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ବ୍ୟକ୍ତି ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଜିଲ୍ଲା ଖଣି ଅଧିକାରୀ କହିଛନ୍ତି, "ଉପଜିଲ୍ଲାପାଳଙ୍କୁ ବ୍ୟକ୍ତି ଜଣଙ୍କ ଖରାପ ବ୍ୟବହାର କରିଥିଲେ, ଅଟକ ରଖିଛୁ । ପ୍ରଶାସନ ପକ୍ଷରୁ ନିୟମିତ ଚଢ଼ାଉ ଜାରି ରହିଛି ।
ଜବତ ବାଲିକୁ ରାତି ତମାମ ପୋଲିସ ଜଗି ରହିବେ ବୋଲି ସୂଚନା ମିଳିଛି । ନୂଆ ଶାସନ ଗାଁ ସହିତ ମେଳଣ ପଡ଼ିଆରେ ଏତେ ପରିମାଣରେ ବାଲି ଗଚ୍ଛିତ ରଖା ଯାଇଥିଲା । ତେବେ ପିପିଲି ଅଞ୍ଚଳରେ ଗୋଟିଏ ବି ବାଲିଘାଟକୁ ପ୍ରଶାସନ ନିଲାମ କରିନଥିବା ବେଳେ ଏତେ ବାଲି କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠୁଛି ?
ଏଥିସହ ପଢ଼ନ୍ତୁ: ୭ ବର୍ଷ ତଳର ଅପହରଣର ସତ; ପ୍ରେମିକ ନିଖୋଜ ମାମଲାରେ ବନ୍ଧାହେଲା ପ୍ରେମିକା
ନିକଟରେ ମୋହନ ସରକାର ବାଲୁବଜ୍ର ଅପରେସନ୍ ଆରମ୍ଭ କରିଥିଲେ । ଯାହାକୁ ନେଇ ବାଲି ମାଫିଆ ଆତଙ୍କିତ ହୋଇ ପଡ଼ିଛନ୍ତି । କିନ୍ତୁ ପିପିଲିରେ ମାଫିଆ ଖୁଲମଖୁଲା ବାଲି ଚାଲାଣ କରୁଥିଲେ । ଜାତୀୟ ରାଜପଥରେ ଅରାଜକତା ଖେଳାଇବା ସହ ବାଲି ଢାଳି ଦେଉଥିଲେ ।
ଯେଉଁଥିପାଇଁ ୧୩ ଦିନ ତଳେ ଜାତୀୟ ରାଜପଥରେ ପଡ଼ିଥିବା ବାଲିରେ ସ୍କୁଟି ଖସି ଯାଇଥିଲା । ଆଉ ସ୍କୁଟିରୁ ପଡ଼ିବା ପରେ ୨ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା ପଛରୁ ଆସୁଥିବା ବସ୍ । ଯେଉଁଥିରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ସହ ପଡ଼ୋଶୀ ସିପିକା ଆଖି ବୁଜିଥିଲେ । ଦୁଇ ଜଣଙ୍କ ଜୀବନ ଯିବା ପରେ ଏବେ ପ୍ରଶାସନ ଚଢ଼ାଉ କରି ୫୦୦ରୁ ଅଧିକ ଟ୍ରିପ୍ ବାଲି ଜବତ କରିବାରେ ସଫଳ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories