Videos
|
Crime

Pitabash Panda Murder Case / 'ବିକ୍ରମ ପଣ୍ଡାକୁ ପରିଚୟ ଦେଇଥିଲେ ମୋ ଭାଇ, କିନ୍ତୁ ସେମାନେ...'

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
'ବିକ୍ରମ ପଣ୍ଡାକୁ ପରିଚୟ ଦେଇଥିଲେ ମୋ ଭାଇ, କିନ୍ତୁ ସେମାନେ...'

Key Points

ପୀତବାସ ପଣ୍ଡାଙ୍କ ସାନ ଭାଇଙ୍କ ପ୍ରତିକ୍ରିୟା
ଅଭିଯୁକ୍ତଙ୍କ ନାଁ ଶୁଣି ଆମେ ଚକିତ
ଅଭିଯୁକ୍ତଙ୍କର ଆମ ଭାଇ ସହ ଭଲ ସଂପର୍କ ଥିଲା
ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୋଲିସ୍ । ଏହି ଘଟଣାରେ ପୋଲିସ୍ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିସାରିଛି । ତଦନ୍ତରୁ ଜଣାପଡ଼ିଛି ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ ।

ତେବେ ଏହି ଘଟଣାରେ ପୋଲିସ୍‌ ପର୍ଦ୍ଦାଫାସ୍ କରିବା ପରେ ପୀତବାସ ପଣ୍ଡାଙ୍କ ସାନ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି- ଅଭିଯୁକ୍ତଙ୍କ ନାଁ ଶୁଣି ଆମେ ଚକିତ ହେଲୁ । ସେମାନଙ୍କର ଆମ ଭାଇଙ୍କ ସହ ଭଲ ସଂପର୍କ ଥିଲା । ବିକ୍ରମ ପଣ୍ଡାଙ୍କୁ ପରିଚୟ ଦେଇଥିଲେ ପୀତବାସ ପଣ୍ଡା । ରାଜନୀତିରେ ବିରୋଧ, ମନୋମାଳିନ୍ୟ ରୁହେ । ହେଲେ ଏହାକୁ କେନ୍ଦ୍ର କରି ବ୍ୟକ୍ତିଗତ ରାଗ ରଖି ଜଣଙ୍କୁ ହତ୍ୟା କରିବା ଠିକ୍ ନୁହଁ । ଖାଲି ଏତିକି ନୁହେଁ ପୀତବାସଙ୍କ ଅନ୍ତିମ ସଂସ୍କାର ଓ ତା ପରଦିନ ବି ପୀତବାସଙ୍କ ଘରକୁ ଆସିଥିଲେ ବିକ୍ରମ ପଣ୍ଡା । ପରିବାରକୁ ସମବେଦନା ଜଣାଇଥିଲେ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପୀତବାସ ହତ୍ୟାକାଣ୍ଡ: ଗିରଫ ହେଲେ ବିକ୍ରମ; ସପକ୍ଷରେ ବାହାରିଲା ବିଜେଡି, କହିଲା...


ସେପଟେ ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୁଧବାର ବଡ଼ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ତଦନ୍ତରୁ ଜଣାପଡ଼ିଛି ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା । ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ୍ ଉମା । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ବିହାର ଫେରିଗଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା।

ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ । ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ । ନିଜ ଘର ବନ୍ତପଲେଇରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଠିକ୍ କଲେ ଉମା ବିଷୋୟୀ । ଉଭୟ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ରହିଲେ । ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କଲେ । ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ଗୁଳି କରାଯାଇଥିଲା । ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ସେଠାରୁ ସିଧା ରାମେଶ୍ବରମ ଅଭିମୁଖେ ଯାଇଥିଲେ । ଗାଡ଼ିଟି ଛାଡ଼ି ପୁରୀ ପଳାଇ ଯାଇଥିଲେ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।

Related Topics

Explore more stories