Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା ଘଟଣା, ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
·8 months ago·2 min read

Key Points
ପୀତବାସ ପଣ୍ଡା ହତ୍ୟା ଘଟଣା । ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ଆଉ ଜଣଙ୍କୁ ଗିରଫ କଲା ପୋଲିସ୍ । ଏଥିସହ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସୁନୀଲ ହୋତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ସୁନୀଲ ହୋତା ଜୟପୁର ଫାର୍ମ ହାଉସରେ ହତ୍ୟାକାରୀଙ୍କୁ ଆଶ୍ରୟ ଦେଇଥିବା କଥା ଗୁରୁବାର ବ୍ରହ୍ମପୁର ଏସପି ସୂଚନା ଦେଇଥିଲେ । ଅନ୍ୟପଟେ ସୁଦର୍ଶନ ଜେନାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ତଥ୍ୟ ସଂଗ୍ରହ ପାଇଁ ଫାର୍ମ ହାଉସକୁ ଯାଇଥିବା ବେଳେ ଜଣେ ଜଗୁଆଳି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ କୁକୁର ଛାଡିଦେବା ସହ ମାଲିକ କିଛି କହିବାକୁ ମନା କରିଛନ୍ତି ବୋଲି କହିଥିଲେ। ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା ।
ସେପଟେ ବ୍ରହ୍ମପୁର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା କଲା ଆତ୍ମ ସମର୍ପଣ । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲା ସୁଦର୍ଶନ ଜେନା । ସେ ଗୁରୁବାର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛି । ତେବେ ଏବେ ବି ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ବୁଧବାର ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।
ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡିର ଓକିଲାତି । ବୁଧବାର ଏସପି ଅଫିସ ଘେରାଉ । ଆଉ ଗୁରୁବାର ବିଜେଡି ସହରରେ ଶୋଭାଯାତ୍ରା କରିଛି । ଗଂଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୀତବାସ ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ କହୁଛି ପୋଲିସ । ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ବିଜେଡି ନେତା କିନ୍ତୁ ବିକ୍ରମଙ୍କୁ ନିର୍ଦ୍ଦୋଷ କହୁଛନ୍ତି । ପୋଲିସ ତାଙ୍କୁ ମୋହରା ବନାଇ ଫସାଇ ଦେଇଛି ବୋଲି ଅଭିଯୋଗ କରି ଗୁରୁବାର ବି ପ୍ରତିବାଦ କରିଛି ବିଜେଡି । ବ୍ରହ୍ମପୁର ହିଲ୍ ପାଟଣା ସଂସ୍କୃତି ଭବନରୁ ଗାନ୍ଧୀ ନଗର ଛକ ପର୍ଯ୍ୟନ୍ତ କଳାପଟି ବାନ୍ଧି ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ନେତା ଓ କର୍ମୀ ।
ଏପଟେ ବିକ୍ରମଙ୍କ ସପକ୍ଷରେ ବିଜେଡି ନେତାଙ୍କ ପ୍ରତିବାଦକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେପି । ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପାଲଟା ଅଭିଯୋଗ କରିଛି ବିଜେଡି ତଦନ୍ତ ପ୍ରକିୟାରେ ବାଧା ସୃଷ୍ଟି କରିବାକୁ ଚାହୁଁଛି । ଲୋକଙ୍କୁ ଭ୍ରମିତ କରୁଥିବାରୁ ୩ ନେତାଙ୍କ ଗିରଫ ଦାବି କରିଛି ବିଜେପି । ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ ଓ ଭୃଗୁ ବକ୍ସିପାତ୍ରଙ୍କ ବିରୋଧରେ BNS-ର ଧାରା ଅନୁସାରେ ୨୪୯/୨୪୮/୨୪୦/୨୩୮/୨୨୧ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଆଇନକୁ ତା ବାଟରେ ଯିବା କଥା କହୁଥିବା ବିଜେଡି ସୁପ୍ରିମୋ କେମିତି ଆଇନର ବାଟ ଓଗାଳୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡିର ଓକିଲାତି, କାଲି SP ଅଫିସ ଘେରାଉ...ଆଉ ଆଜି ଶୋଭାଯାତ୍ରା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories