Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା ଘଟଣା, ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା
·8 months ago·2 min read

Key Points
ପୀତବାସ ପଣ୍ଡା ହତ୍ୟା ଘଟଣା । ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଥିଲା ସୁଦର୍ଶନ।
ବ୍ରହ୍ମପୁର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା କଲା ଆତ୍ମ ସମର୍ପଣ । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲା ସୁଦର୍ଶନ ଜେନା । ସେ ଗୁରୁବାର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛି । ତେବେ ଏବେ ବି ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଗତକାଲି ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।
ସେପଟେ ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୁଧବାର ବଡ଼ ଖୁଲାସା କରିଛି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ତଦନ୍ତରୁ ଜଣାପଡ଼ିଛି ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା । ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ୍ ଉମା । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ବିହାର ଫେରିଗଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନଥିଲା ।
ଅଧିକ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ: ୮ ଜଣ ମନ୍ତ୍ରୀ ଜଗିବେ ୮ ଜୋନ୍
ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ । ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ । ନିଜ ଘର ବନ୍ତପଲେଇରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଠିକ୍ କଲେ ଉମା ବିଷୋୟୀ । ଉଭୟ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ରହିଲେ । ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କଲେ । ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ ।
ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ଗୁଳି କରାଯାଇଥିଲା । ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ସେଠାରୁ ସିଧା ରାମେଶ୍ବରମ ଅଭିମୁଖେ ଯାଇଥିଲେ । ଗାଡ଼ିଟି ଛାଡ଼ି ପୁରୀ ପଳାଇ ଯାଇଥିଲେ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି ।
ତେବେ ଏହି ଘଟଣାରେ ପୋଲିସ୍ ପର୍ଦ୍ଦାଫାସ୍ କରିବା ପରେ ପୀତବାସ ପଣ୍ଡାଙ୍କ ସାନ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି- ଅଭିଯୁକ୍ତଙ୍କ ନାଁ ଶୁଣି ଆମେ ଚକିତ ହେଲୁ । ସେମାନଙ୍କର ଆମ ଭାଇଙ୍କ ସହ ଭଲ ସଂପର୍କ ଥିଲା । ବିକ୍ରମ ପଣ୍ଡାଙ୍କୁ ପରିଚୟ ଦେଇଥିଲେ ପୀତବାସ ପଣ୍ଡା । ରାଜନୀତିରେ ବିରୋଧ, ମନୋମାଳିନ୍ୟ ରୁହେ । ହେଲେ ଏହାକୁ କେନ୍ଦ୍ର କରି ବ୍ୟକ୍ତିଗତ ରାଗ ରଖି ଜଣଙ୍କୁ ହତ୍ୟା କରିବା ଠିକ୍ ନୁହଁ । ଖାଲି ଏତିକି ନୁହେଁ ପୀତବାସଙ୍କ ଅନ୍ତିମ ସଂସ୍କାର ଓ ତା ପରଦିନ ବି ପୀତବାସଙ୍କ ଘରକୁ ଆସିଥିଲେ ବିକ୍ରମ ପଣ୍ଡା । ପରିବାରକୁ ସମବେଦନା ଜଣାଇଥିଲେ ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories