Pitabash Panda Murder Mystery / ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା, ୨ ଅପରାଧୀଙ୍କୁ ଜେରା କରୁଛି ପୋଲିସ୍

Key Points
ବିଜେପି ନେତା ପୀତବାସ ହତ୍ୟା ଘଟଣା । ଦୁଇ ଅପରାଧୀଙ୍କୁ ଜେରା କରୁଛି ପୋଲିସ । ପୁରୁଣା ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି ପୋଲିସ ।
ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା । ଦୁଇ ଅପରାଧୀଙ୍କୁ ଜେରା କରୁଛି ପୋଲିସ । ପୁରୁଣା ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି ପୋଲିସ । ଗୋଟିଏ ଟିମ୍ ଜିଲ୍ଲା ବାହାରକୁ ଯାଇ ତନାଘନା କରୁଛି । କଟକ ଓ ଆଖପାଖ ଅଞ୍ଚଳରେ ପୋଲିସର ତନାଘନା ଜାରି ରଖିଛି । ହତ୍ୟା ଘଟଣାର ମୂଳ କାରଣରେ ପହଞ୍ଚିବାକୁ ପୋଲିସର ପ୍ରୟାସ ଜାରି ରଖିଛି । ପୀତବାସ ପଣ୍ଡାଙ୍କ କଲ୍ ଡିଟେଲସ ସହ ସିଡିଆର ରିପୋର୍ଟକୁ ଆଧାର କରି ବହୁ ଲୋକଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି ।
ସେପଟେ ଗତକାଲି ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୋଲିସ୍ ବିଭିନ୍ନ ସ୍ଥାନରୁ ୩ ଜଣଙ୍କୁ ଉଠାଇ ଆଣି ଜେରା କରିଥିଲା । ଜଣେ ଜୈନିକ କର୍ପୋରେଟରଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ଶନିବାର ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରିଛି ପୋଲିସ । ଗତ ଦୁଇ ଦିନ ଭିତରେ ପୋଲିସର ୩ଟି ଟିମ୍ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା ।
ଅଧିକ ପଢ଼ନ୍ତୁ: ଗଛ ଉପରେ ଚଢି ଗଛର ଡାଳ କାଟୁଥିଲେ, ହେଲେ ଗଛରେ ବୋଧେ ଛକି ବସିଥିଲା ଯମ
ଚଢ଼ାଉ ସମୟରେ କିଛି ଲୋକଙ୍କୁ ପଚରାଉଚୁରା କରିବା ସହ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଖଲ୍ଲିକୋଟରୁ ଜଣେ ଅପରାଧୀଙ୍କୁ ପୋଲିସ ଉଠାଇ ଆଣିଥିବାବେଳେ ଆଜି ବ୍ରହ୍ମପୁର ଉପକଣ୍ଠରୁ ଆଉ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬୦ରୁ ଅଧିକ CCTV ଯାଞ୍ଚ କରୁଛି ପୋଲିସ । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି ।
📱 Get Argus News App
✨
ତେବେ ଏ ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କ'ଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ'ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ହତ୍ୟାକାଣ୍ଡର ମୂଳକୁ କେବେ ପହଞ୍ଚିବ ପୋଲିସ ? ଏମିତି ଅନେକ ପ୍ରଶ୍ନ ସାମନାକୁ ଆସିଛି ।
ଏସବୁ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଥିଲେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ବାଲାଜୀ ଦୋରା । ସେ କହିଥିଲେ, ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛରେ ରହିଛି ପଲଟିକାଲ୍ ଲିଙ୍କ୍ । ତେବେ ବାଲାଜୀଙ୍କ ବିସ୍ପୋରକ ବୟାନ୍ ପରେ ଘଟଣାକୁ ନେଇ ଉଠିଲା ପ୍ରଶ୍ନ ? କାହିଁକି ବାଲାଜୀଙ୍କ ସନ୍ଦେହ ଆସିଲା ରାଜନୀତିର ପ୍ରେସର ଉପରେ ? କେଉଁ ରାଜନୈତିକ ନେତାଙ୍କ ସହ ପୀତାବାସଙ୍କର ରହିଥିଲା କି ଶତ୍ରୁତା ? କାହା ସହ ପୀତବାସଙ୍କର ହୋଇଥିଲା କି ତୁତୁ ମେଁ ମେଁ ? ରାଜନୈତିକ ନେତାଙ୍କ ପ୍ରରୋଚନାରେ ଲାଗିଥିଲା କି ସୁପାରୀ କିଲର ?
Related Topics
Explore more stories