Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା ଘଟଣା, ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ପୀତବାସ ପଣ୍ଡା ହତ୍ୟା ଘଟଣା, ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ

Key Points

ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ଘଟଣା
ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ
ଗତକାଲି କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି ୪୪ ଓକିଲ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ଏହି ମାମଲାରେ ଏ ପର୍ଯ୍ୟନ୍ତ ପୋଲିସ୍ ୧୩ ଜଣଙ୍କୁ ଗିରଫ କରିସାରିଛି । ଏବେ ବି ପୀତବାସଙ୍କୁ ଗୁଳିମାଡ଼ କରିଥିବା କୁରୁପତି ଭୂୟାଁ ଫେରାର୍ ରହିଛି । ତେବେ ଏହି ମାମଲାରେ ପୋଲିସ୍ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ଆଉ ଏବେ ମିଳିଥିବା ସୂଚନା ଅନୁସାରେ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଜଣ ଓକିଲ । ଗତକାଲି ୪୪ ଜଣ ଓକିଲ କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି । ବିକ୍ରମଙ୍କ ଭଳି କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ସେହି ୪୪ ଜଣ ଓକିଲ ଲଢ଼ିବେ । ଗତକାଲି ୱକାଲତନାମା ଦାଖଲ କରିଥିବା ବେଳେ ଆଜି କୋର୍ଟରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ସୂଚନା ମିଳିଛି ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ବଢ଼ୁଛି ଗିରଫଦାରୀ ସଂଖ୍ୟା । ଏହି ସଂଖ୍ୟାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ୍ । ଏଥିସହ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସୁନୀଲ ହୋତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ଘଟଣା, ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ


ସୁନୀଲ ହୋତା ଜୟପୁର ଫାର୍ମ ହାଉସରେ ହତ୍ୟାକାରୀଙ୍କୁ ଆଶ୍ରୟ ଦେଇଥିବା କଥା ଗୁରୁବାର ବ୍ରହ୍ମପୁର ଏସପି ସୂଚନା ଦେଇଥିଲେ । ତଥ୍ୟ ସଂଗ୍ରହ ପାଇଁ ଫାର୍ମ ହାଉସକୁ ଯାଇଥିବା ବେଳେ ଜଣେ ଜଗୁଆଳି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ କୁକୁର ଛାଡିଦେବା ସହ ମାଲିକ କିଛି କହିବାକୁ ମନା କରିଛନ୍ତି ବୋଲି କହିଥିଲେ। ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା ।

ସେପଟେ ବ୍ରହ୍ମପୁର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା କଲା ଆତ୍ମ ସମର୍ପଣ । ତିନି ଜଣ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲା ସୁଦର୍ଶନ ଜେନା । ସେ ଗୁରୁବାର ବୈଦନାଥପୁର ଥାନାରେ ଆତ୍ମସମର୍ପଣ କରିଛି । ତେବେ ଏବେ ବି ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ବୁଧବାର ୧୨ ଜଣଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ ।

ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କ ସପକ୍ଷରେ ବିଜେଡିର ଓକିଲାତି । ବୁଧବାର ଏସପି ଅଫିସ ଘେରାଉ । ଆଉ ଗୁରୁବାର ବିଜେଡି ସହରରେ ଶୋଭାଯାତ୍ରା କରିଛି । ଗଂଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୀତବାସ ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ କହୁଛି ପୋଲିସ । ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ବିଜେଡି ନେତା କିନ୍ତୁ ବିକ୍ରମଙ୍କୁ ନିର୍ଦ୍ଦୋଷ କହୁଛନ୍ତି । ପୋଲିସ ତାଙ୍କୁ ମୋହରା ବନାଇ ଫସାଇ ଦେଇଛି ବୋଲି ଅଭିଯୋଗ କରି ଗୁରୁବାର ବି ପ୍ରତିବାଦ କରିଛି ବିଜେଡି । ବ୍ରହ୍ମପୁର ହିଲ୍ ପାଟଣା ସଂସ୍କୃତି ଭବନରୁ ଗାନ୍ଧୀ ନଗର ଛକ ପର୍ଯ୍ୟନ୍ତ କଳାପଟି ବାନ୍ଧି ଶୋଭାଯାତ୍ରାରେ ବାହାରିଥିଲେ ବିଜେଡି ନେତା ଓ କର୍ମୀ ।

ଏପଟେ ବିକ୍ରମଙ୍କ ସପକ୍ଷରେ ବିଜେଡି ନେତାଙ୍କ ପ୍ରତିବାଦକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେପି । ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପାଲଟା ଅଭିଯୋଗ କରିଛି ବିଜେଡି ତଦନ୍ତ ପ୍ରକିୟାରେ ବାଧା ସୃଷ୍ଟି କରିବାକୁ ଚାହୁଁଛି । ଲୋକଙ୍କୁ ଭ୍ରମିତ କରୁଥିବାରୁ ୩ ନେତାଙ୍କ ଗିରଫ ଦାବି କରିଛି ବିଜେପି । ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ ଓ ଭୃଗୁ ବକ୍ସିପାତ୍ରଙ୍କ ବିରୋଧରେ BNS-ର ଧାରା ଅନୁସାରେ ୨୪୯/୨୪୮/୨୪୦/୨୩୮/୨୨୧ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଆଇନକୁ ତା ବାଟରେ ଯିବା କଥା କହୁଥିବା ବିଜେଡି ସୁପ୍ରିମୋ କେମିତି ଆଇନର ବାଟ ଓଗାଳୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabash Panda Murder Case: 44 Lawyers to Defend Ex-MLA Bikram Panda in Court | Argus News