PNB Bank Fraud / ନା ମେସେଜ୍, ନା କ୍ଲିକ୍...ଆକାଉଣ୍ଟରୁ ଉଡ଼ିଗଲା ୩୫ କୋଟି
·46 mins ago·2 min read

Key Points
ଆଖି ପିଛୁଳାକେ ବର୍ଷ ବର୍ଷର ପରିଶ୍ରମ ଗାଏବ
ନା ଓଟିପି ନା ମୋବାଇଲକୁ ଆଲର୍ଟ ଆସିଲା
ପିଏନବି ବ୍ୟାଙ୍କରୁ ଉଡ଼ିଗଲା ୩୫ କୋଟି ଟଙ୍କା
ନା ଓଟିପି ନା ମୋବାଇଲକୁ ଆଲର୍ଟ ଆସିଲା
ପିଏନବି ବ୍ୟାଙ୍କରୁ ଉଡ଼ିଗଲା ୩୫ କୋଟି ଟଙ୍କା
ନୂଆଦିଲ୍ଲୀ: ଲୋକମାନେ ନିଜର କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ଏବଂ ଏକ ସ୍ଥିର ହାରରେ ସୁଧ ପାଇବା ପାଇଁ ବ୍ୟାଙ୍କରେ ଟଙ୍କା ଜମା କରନ୍ତି । କିନ୍ତୁ ବ୍ୟାଙ୍କରେ ବି ଯଦି ଟଙ୍କା ସୁରକ୍ଷିତ ନୁହେଁ, ତେବେ ଗ୍ରାହକ କେଉଁଠି ଟଙ୍କାକୁ ରଖିବେ ? ଗ୍ରେଟର ନୋଏଡାର ଆଇଚର (ସେକ୍ଟର ପାଇ-୧) ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରୁ ଗ୍ରାହକମାନଙ୍କ ଆକାଉଣ୍ଟରୁ ପ୍ରାୟ ୩୫ କୋଟି ଟଙ୍କା ଗାଏବ ହୋଇଯାଇଛି, ଯାହାକି ସାଧାରଣରେ ଚିନ୍ତା ସୃଷ୍ଟି କରିଛି ।
ଏହି ସମ୍ପୂର୍ଣ୍ଣ ଠକେଇର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଯେ ଠକାମିର ଶିକାର ହୋଇଥିବା ଗ୍ରାହକମାନେ ଟ୍ରାଞ୍ଜାକ୍ସନ ହେବା ନେଇ ନିଜ ମୋବାଇଲରେ କୌଣସି ମେସେଜ୍ ନଥିଲେ କିମ୍ବା କୌଣସି ଡକ୍ୟୁମେଣ୍ଟରେ ଦସ୍ତଖତ କରି ନଥିଲେ । କିଛି ଗ୍ରାହକ କହିଛନ୍ତି ଯେ ସେମାନେ କେବଳ ସେମାନଙ୍କ ବାଲାନ୍ସ ଯାଞ୍ଚ କରିବା କିମ୍ବା ଟଙ୍କା ଉଠାଇବାକୁ ଚେଷ୍ଟା କରିବା ସମୟରେ ଏହା ଜାଣିପାରିଥିଲେ । ଏହି ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଶାଖା ପରିଚାଳକଙ୍କ ସମେତ ଅନେକ ବ୍ୟାଙ୍କ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।
ପଢନ୍ତୁ ଏହି ଖବର: ପୋଲିସ ଜାଲରେ ହତ୍ୟା ଅଭିଯୁକ୍ତ; ଏଆଇ ସହାୟତାରେ ଛେଳିକୁ ନେଇ କରିଥିଲେ ନିଜର ଶବଦାହ

- ଆକାଉଣ୍ଟରୁ ହଠାତ୍ ଟଙ୍କା ଗାଏବ
- ଜମି ବଦଳରେ କ୍ଷତିପୂରଣ ପାଇଁ ଆକାଉଣ୍ଟରେ ଟଙ୍କା ଥିଲା
ପଢନ୍ତୁ ଏହି ଖବର: ପୋଲିସ ଜାଲରେ ହତ୍ୟା ଅଭିଯୁକ୍ତ; ଏଆଇ ସହାୟତାରେ ଛେଳିକୁ ନେଇ କରିଥିଲେ ନିଜର ଶବଦାହ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି, ବିରୋଣ୍ଡା ଗାଁର ଜଣେ ମହିଳା କହିଛନ୍ତି ଯେ ସେ ଚା' ଏବଂ ସମୋସା ବିକ୍ରି କରନ୍ତି । ଜେୱାର ବିମାନବନ୍ଦର ପାଇଁ ତାଙ୍କ ଜମି ଅଧିଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ₹୧.୨୯ କୋଟି କ୍ଷତିପୂରଣ ମିଳିଥିଲା । ଏବେ ତାଙ୍କ ଆକାଉଣ୍ଟରୁ ₹୧.୧୮ କୋଟି ମଧ୍ୟ ଗାଏବ ହୋଇଯାଇଛି । ପ୍ରଭାବିତ ଗ୍ରାହକମାନଙ୍କୁ ବ୍ଯାଙ୍କ ଆଶ୍ୱାସନା ଦେଇଛି ଯେ ଆଭ୍ୟନ୍ତରୀଣ ତଦନ୍ତ ସମାପ୍ତ ହେବା ମାତ୍ରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏଣୁ ତଦନ୍ତ ପ୍ରକ୍ରିୟା ଉପରେ ଭରସା ରଖିବାକୁ ସେ ଗ୍ରାହକମାନଙ୍କୁ ଅନୁରୋଧ କରିଛି । ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ୫ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।
Related Topics
Explore more stories