Bhubaneswar Mob Violence / ଭିଡ଼ ହିଂସାରୁ ବର୍ତ୍ତିଲେ ଯୁବକ, ଠିକ୍ ସମୟରେ ପୋଲିସ୍ ପହଞ୍ଚି ଯୁବକଙ୍କୁ କଲା ଉଦ୍ଧାର
·45 mins ago·1 min read

Key Points
ରାଜଧାନୀରେ ଭିଡ଼ ହିଂସା !
ଯୁବକଙ୍କୁ ଉଦ୍ଧାର କଲା କମିଶନରେଟ୍ ପୋଲିସ
୨୦ନମ୍ୱର ପିସିଆର୍ ପାଇଁ ବଞ୍ଚିଲା ଯୁବକଙ୍କ ଜୀବନ

ରାଜଧାନୀରେ ଭିଡ଼ ହିଂସାରୁ ଯୁବକଙ୍କୁ ଉଦ୍ଧାର କଲା କମିଶନରେଟ ପୋଲିସ । ସଠିକ୍ ସମୟରେ ପୋଲିସ ପହଞ୍ଚିବାରୁ ଜଣେ ଯୁବକଙ୍କ ଜୀବନ ବଞ୍ଚିଯାଇଛି । ଘଟଣାଟି ଘଟିଛି ଭୁବନେଶ୍ୱରର ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଲୋକ ଘେରି ଧରିଥିଲେ । ଏକାଧିକ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଯୁବକ ଜଣକଙ୍କ ହାତଗୋଡ଼ ବାନ୍ଧି ତାଙ୍କୁ ମାଡ଼ ମାରୁଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ୨୦ ନମ୍ବର ପିସିଆର୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଅଧିକ ପଢ଼ନ୍ତୁ: ଏରୋସ୍ପେସ୍ ଇଞ୍ଜିନିୟରରୁ IPS ଅଫିସର୍, ୧୩ ବର୍ଷ ପରେ କାହିଁକି ପୋଲିସ୍ ଚାକିରି ଛାଡ଼ିଲେ ଜଗମୋହନ ମୀନା ?
ପୋଲିସ ପହଞ୍ଚିବା ପରେ ଭିଡ଼ ମଧ୍ୟରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ନିଆଯାଇଛି । ସେଠାରେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।
ତେବେ ଯୁବକଙ୍କ ବିରୋଧରେ ଥିବା ଚୋରି ଅଭିଯୋଗର ସତ୍ୟତା କ’ଣ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ସେହିପରି ଆଇନକୁ ହାତକୁ ନେଇ ଭିଡ଼ ଦ୍ୱାରା ମାଡ଼ ମାରିବା ଘଟଣାକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories