Jagmohan Meena Resignation / ଏରୋସ୍ପେସ୍ ଇଞ୍ଜିନିୟରରୁ IPS ଅଫିସର୍, ୧୩ ବର୍ଷ ପରେ କାହିଁକି ପୋଲିସ୍ ଚାକିରି ଛାଡ଼ିଲେ ଜଗମୋହନ ମୀନା ?
·1 hour ago·2 min read

Key Points
୧୩ ବର୍ଷର IPS କ୍ୟାରିୟରରେ ବିରାମ
ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର
ଜାଣନ୍ତୁ ଚାକିରି ଛାଡ଼ିବାର କାରଣ ?

ଭୁବନେଶ୍ବର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । ୨୦୨୩ ଓଡ଼ିଶା କ୍ୟାଡର IPS ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର । ଇସ୍ତଫା ଗ୍ରହଣ ହୋଇଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଗୃହ ମନ୍ତ୍ରାଳୟକୁ ସୁପାରିସ୍ କରିଥିଲେ ରାଜ୍ୟ ସରକାର । ଗତ ଜୁଲାଇ ୬ ତାରିଖରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟ ସରକାର ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ।
ମୂଳତଃ ରାଜସ୍ଥାନର ଜଗମୋହନ ମୀନାଙ୍କର ଏକ ପ୍ରତିଷ୍ଠିତ ଏବଂ ସଫଳ ପୋଲିସ କ୍ୟାରିୟର ରହିଛି । ସେ ଜଣେ ଉଚ୍ଚଶିକ୍ଷିତ ଅଧିକାରୀ, ପୋଲିସ ସେବାରେ ଯୋଗ ଦେବା ପୂର୍ବରୁ ପ୍ରତିଷ୍ଠିତ IIT କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ B.Tech ଏବଂ M.Tech ଡିଗ୍ରୀ ହାସଲ କରିଛନ୍ତି ।
IPS ଅଧିକାରୀ ଭାବରେ ତାଙ୍କର ୧୩ ବର୍ଷର ସେବା ସମୟରେ, ସେ ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଏବଂ କଟକର DCP ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଅନୁଗୁଳ, ଗଞ୍ଜାମ ଏବଂ ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲ୍ଲାର ଏସ୍ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୧୯ରେ ମାଲକାନଗିରିର SP ଭାବରେ, ସେ ନକ୍ସଲ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପାଇଁ ତାଙ୍କୁ ସାହସିକତା ପାଇଁ ପୋଲିସ ପଦକ (2019) ପ୍ରଦାନ କରାଯାଇଥିଲା ।
ଜଗମୋହନ ମୀନା ସରକାରୀ ସେବାରୁ ଅବ୍ୟାହତ ନେଇ ଘରୋଇ ସଂସ୍ଥାରେ ମନୋନିବେଶ କରିବେ ବୋଲି ସୂଚନା ମିଳିଛି । ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

#ଜଗମୋହନ_ମୀନାଙ୍କ_ଇସ୍ତଫା_ଗୃହୀତ
— Argus News (@ArgusNews_in) September 17, 2026
ଭୁବନେଶ୍ବର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର
ଇସ୍ତଫା ଗ୍ରହଣ ହୋଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି#Bhubaneswar #DCP #JagmohanMeena #Odisha #OdishaPolice #MinistryOfHomeAffairs #HomeMinistry pic.twitter.com/qjyyjXQzoK
IPS ଅଧିକାରୀ ଭାବରେ ତାଙ୍କର ୧୩ ବର୍ଷର ସେବା ସମୟରେ, ସେ ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଏବଂ କଟକର DCP ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଅନୁଗୁଳ, ଗଞ୍ଜାମ ଏବଂ ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲ୍ଲାର ଏସ୍ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୧୯ରେ ମାଲକାନଗିରିର SP ଭାବରେ, ସେ ନକ୍ସଲ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପାଇଁ ତାଙ୍କୁ ସାହସିକତା ପାଇଁ ପୋଲିସ ପଦକ (2019) ପ୍ରଦାନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ,ମୋଦିଙ୍କ ନେତୃତ୍ବ ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି
ଜଗମୋହନ ମୀନା ସରକାରୀ ସେବାରୁ ଅବ୍ୟାହତ ନେଇ ଘରୋଇ ସଂସ୍ଥାରେ ମନୋନିବେଶ କରିବେ ବୋଲି ସୂଚନା ମିଳିଛି । ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories