Pune Sugarcane Theft Case / ରାତାରାତି ଉଠାଇନେଲେ ୪୦ ଟନ୍ ଆଖୁ; ୨ ସଦିଗ୍ଧ ଗିରଫ
·42 mins ago·2 min read

Key Points
ଚିନି ଦର ବଢିବା ମଧ୍ୟରେ ରାତି ଅଧରେ ଫାର୍ମ ମଧ୍ୟରୁ ଆଖୁ ଚୋରି ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
40 tonnes of sugarcane stolen from Pune Farm: ପାର୍ବଣ ଋତୁରେ ହୁ ହୁ ହୋଇ ଚିନି ଦର ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ପୁଣେ ଅଞ୍ଚଳରୁ ଆସିଛି ଏକ ତାଜୁବ କରିଦେବା ଭଳି ଖବର। ଏଠାରେ ଏକ ଫାର୍ମ ମଧ୍ୟରୁ ପ୍ରାୟ ୮୮,୦୦୦ ଟଙ୍କା ମୂଲ୍ୟର ପ୍ରାୟ ୪୦ ଟନ୍ ଆଖୁ ଚୋରି ହୋଇଯାଇଛି। ପୁଣେ ନିକଟବର୍ତ୍ତୀ ହାଭେଲି ତାଲୁକା ସ୍ଥିତ ଅଷ୍ଟାପୁର ଠାରେ ଘଟିଯାଇଛି ଏହି ଘଟଣା। ପାର୍ବଣ ଋତୁ ମଧ୍ୟରେ ହଠାତ୍ ଚିନି ମୂଲ୍ୟ ବୃଦ୍ଧି ପାଇବା ବେଳେ ଆଖୁ ଚୋରି ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଗତ ୧୯ ତାରିଖରୁ ୨୩ ମଧ୍ୟରେ କାମଠେ ପରିବାର ମୁନ୍ଧୱା ଠାରେ ଥିବା ସମୟରେ ଏହି ଘଟଣା ଘଟିଥିଲା। ଚାଷୀ ଅନିଲ ନନ୍ଦକୁମାର କାମଠେଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଏହି ସମୟ ମଧ୍ୟରେ ଅଜ୍ଞାତ ବ୍ୟକ୍ତି ତାଙ୍କ ଫାର୍ମ ମଧ୍ୟରେ ପ୍ରବେଶ କରି ପ୍ରାୟ ୭ ମାସ ପୁରୁଣା ଆଖୁ ଫସଲ କାଟି ଦେଇଥିଲେ।
ପରିବାର ଫେରିବା ପରେ ସେମାନେ ଦେଖିଲେ ଯେ ସେମାନେ ଚାଷ କରିଥିବା ଫସଲର ଏକ ବଡ଼ ଅଂଶ ଗାଏବ ହୋଇଯାଇଛି। ଫାର୍ମ ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ ପ୍ରାୟ ୪୦ ଟନ୍ ଆଖୁ ଚୋରି ହୋଇଯାଇଛି। ଚୋରି ହୋଇଥିବା ଫସଲର ମୂଲ୍ୟ ପ୍ରାୟ ୮୮,୦୦୦ ଟଙ୍କା ହେବା ନେଇ ଆକଳନ କରାଯାଇଥିଲା। ଏହା ପରେ ଅଗଷ୍ଟ ୨୪ ତାରିଖରେ ଲୋନିକନ୍ଦ ଥାନାରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା।
ଏହା ସହ ପଢନ୍ତୁ: ଗହଣା ଚୋରି କରିବାକୁ ଆସିଥିଲେ ଚୋର; ହେଲେ ଉଠାଇନେଲେ ୩୦ କିଲୋ ଚିନି
ତଦନ୍ତ ସମୟରେ, ପୋଲିସ ଅଷ୍ଟାପୁର ଅଞ୍ଚଳର ବାସିନ୍ଦା ନବନାଥ ଲକ୍ଷ୍ମଣ କୋଟୱାଲ (୨୯)ଙ୍କୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଭାବରେ ଚିହ୍ନଟ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଗିରଫ ଅଭିଯୁକ୍ତ କୋଟୱାଲ, ସ୍ଥାନୀୟ ଅଞ୍ଚଳର ୨୫ ବର୍ଷୀୟ ଯୋଗେଶ ପୋପଟ ଗଭନେଙ୍କୁ ଶ୍ରମିକଙ୍କ ସହାୟତାରେ ଆଖୁ କାଟି ଚୋରି କରିବାକୁ କହିଥିଲା। ପୋଲିସ୍ ଜେରା ପାଇଁ ଉଭୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜେରା ସମୟରେ ଉଭୟେ ସେମାନେ କରିଥିବା ଅପରାଧ ସ୍ୱୀକାର କରିଥିବା ଅଭିଯୋଗ ହୋଇଛି। ଯାହା ପରେ ସେମାନଙ୍କୁ ଗିରଫ କରାଯାଇଛି। ଲୋନିକନ୍ଦ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ କିଛି ଦିନ ପରେ କରାଯିବ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ଆରାଧନା। ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିବ ସମଗ୍ର ମହାରାଷ୍ଟ୍ର। ହେଲେ ଏହା ପୂର୍ବରୁ ପାର୍ବଣ ଋତୁ ଆରମ୍ଭ ହୋଇଯିବା ପରେ ଚିନି ଦର ବଢିବା ଏବେ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଅନ୍ୟପଟେ ଦିନକୁ ଦିନ ବଢି ଚାଲିଥିବା ଦର ମଧ୍ୟରେ ଫାର୍ମ ମଧ୍ୟରୁ ଆଖୁ ଚୋରି ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Related Topics
Explore more stories