Sitapur Bizarre Sugar Theft / ଗହଣା ଚୋରି କରିବାକୁ ଆସିଥିଲେ ଚୋର; ହେଲେ ଉଠାଇନେଲେ ୩୦ କିଲୋ ଚିନି
·56 mins ago·2 min read

Key Points
ସଦ୍ୟ ସୀତାପୁର ଜିଲ୍ଲାରେ ଚୋର ଘରର କାନ୍ଥ ଡେଇଁ ୩୦ କେଜି ଚିନି ଚୋରି କରି ନେଇଛନ୍ତି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
30 kg sugar stolen in Sitapur UP: ସଦ୍ୟ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାରେ ଘଟିଯାଇଛି ଏକ ଅଜବ ଘଟଣା। ଏଠାରେ ଚୋର ସୁନା ଗହଣ ସହ ୩୦ କେଜି ଚିନି ଚୋରି କରି ନେଇଥିବାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋର ଆସି କାନ୍ଥ ଡେଇଁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ଜିନିଷପତ୍ର ସ ହ ୩୦ କିଲୋଗ୍ରାମ ଚିନି ଚୋରି କରି ନେଇଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୀତାପୁର ଜିଲ୍ଲାର ଇମାଲିଆ ସୁଲତାନପୁର ଥାନା ଅଧିନସ୍ଥ ଉଦୟପୁର ଗ୍ରାମରେ, ଅଜ୍ଞାତ ଚୋର ଏକ ଘରକୁ ଟାର୍ଗେଟ କରିଥିଲେ। ସେମାନେ ଘରେ ପଶି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଘରକରଣା ସାମଗ୍ରୀ ଚୋରି କରି ନେଇଥିଲେ।
ଖବର ଅନୁଯାୟୀ, ଉଦୟପୁର ଗ୍ରାମର ଚନ୍ଦ୍ରପାଲ କାମ ପାଇଁ ହରିଦ୍ୱାର ଯାଇଥିଲେ। ହେଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଘରେ ଉପସ୍ଥିତ ରହିଥିଲେ। ଗତ ମଙ୍ଗଳବାର (୨୫ ଅଗଷ୍ଟ) ରାତିରେ ଅଜ୍ଞାତ ଚୋର କାନ୍ଥ ଡେଇଁ ଘରେ ପ୍ରବେଶ କରିଥିଲେ। ଚୋର ଜିନିଷପତ୍ର ତଲାସ କରି ସ୍ତ୍ରୀ ଏବଂ ଝିଅର ଅଳଙ୍କାର ସମେତ ମୂଲ୍ୟବାନ ଜିନିଷପତ୍ର ଚୋରି କରି ନେଇଥିଲେ।
ଏହା ସହ ପଢନ୍ତୁ: ଶୋଇ ରହିଲେ ଘର ଲୋକ; ଆରାମରେ ୬୦ ଲକ୍ଷର ଜିନିଷ ପତ୍ର ସହ ସୁନା ଗହଣା ନେଇ ଚୋର ମାରିଲା ଛୁ...
ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଚୋର ଘରୁ ଚୋରି କରି ଯିବା ପୂର୍ବରୁ ପ୍ରାୟ ୩୦ କିଲୋଗ୍ରାମ ଚିନି ମଧ୍ୟ ନେଇଯାଇଥିଲେ। ଚୋରି ହୋଇଥିବା ନେଇ ଜାଣିବା ପରେ ପରିବାର ଲୋକ ଚନ୍ଦ୍ରପାଲଙ୍କୁ ଏ ଘଟଣା ସମ୍ପର୍କରେ ଜଣାଇଥିଲେ। ଚନ୍ଦ୍ରପାଲ ହରିଦ୍ୱାରରୁ ଫେରି ଇମାଲିଆ ସୁଲତାନପୁର ଥାନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୀଡିତ ପରିବାର କହିଛନ୍ତି ଯେ ତାଙ୍କ ଘରେ ଚୋରି ହେବା ପରେ ସମସ୍ତେ ଭୟଭୀତ ହୋଇ ପଡ଼ିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ଏବଂ ଚୋରି ସମ୍ପର୍କିତ ପ୍ରମାଣ ଯୋଗାଡ଼ କରିବା ଆରମ୍ଭ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇମାଲିଆ ସୁଲତାନପୁର ଥାନା ଅଧିକାରୀ ଆଶିଷ ତିୱାରୀ କହିଛନ୍ତି ଯେ ପୀଡ଼ିତ ପରିବାର ପକ୍ଷରୁ ଚୋରି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ମିଳିଛି। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଦଳ ଘଟଣାସ୍ଥଳ ମଧ୍ୟ ଯାଞ୍ଚ କରିଛି ଏବଂ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବର୍ତ୍ତମାନ ପୋଲିସ ଅଜ୍ଞାତ ଚୋରଙ୍କୁ ଖୋଜିବା ଏବଂ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ତଦନ୍ତ କରୁଛି। ଘଟଣା ପରେ ଗ୍ରାମବାସୀ ମଧ୍ୟ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି।
Related Topics
Explore more stories