Videos
|
Crime

Pune Sinhagad Fort / ସିଂହଗଡ଼ ଦୁର୍ଗରେ ପୋଷାକକୁ ନେଇ ତେଜିଲା ବିବାଦ; ପର୍ଯ୍ୟଟକଙ୍କ ସହ ହୋଇଗଲା ହାତାହାତି

Subhramjit Ray
Browse all articles by Subhramjit Ray
·2 weeks ago·2 min read
ସିଂହଗଡ଼ ଦୁର୍ଗରେ ପୋଷାକକୁ ନେଇ ତେଜିଲା ବିବାଦ; ପର୍ଯ୍ୟଟକଙ୍କ ସହ ହୋଇଗଲା ହାତାହାତି
Pune Sinhagad Fort

Key Points

ପର୍ଯ୍ୟଟକଙ୍କ ପୋଷାକକୁ ନେଇ ଆପତ୍ତି ଉଠିବା ପରେ ମହାରାଷ୍ଟ୍ରର ସିଂହଗଡ ଦୁର୍ଗରେ ଆକ୍ରମଣ ଏବଂ ଅସଦାଚରଣର ଏକ ମାମଲା ସାମ୍ନାକୁ ଆସିଛି।
ପୁଣେ ସ୍ଥିତ ସିଂହଗଡ଼ ଦୁର୍ଗରେ ପର୍ଯ୍ୟଟକଙ୍କ ପୋଷାକକୁ ନେଇ ତେଜିଛି ବିବାଦ। ଏହାକୁ ନେଇ ବିବାଦ ଏତେ ବଢି ଯାଇଥିଲା ଯେ ଏଠାକୁ ପରିଦର୍ଶନରେ ଆସିଥିବା ଜଣେ ପର୍ଯ୍ୟଟକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ହୋଇଥିଲା ଆକ୍ରମଣ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣେ ସ୍ଥିତ ହାଭେଲି ପୋଲିସ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତ ବିରୋଧରେ ଅଭିଯୋଗ ହୋଇଛି ସେମାନେ ଗତ ରବିବାର (୧୬ ଅଗଷ୍ଟ) ସିଂହଗଡ ଦୁର୍ଗରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ଏବଂ ପ୍ରାୟ ୨ ଘଣ୍ଟା ଧରି ଦୁର୍ଗରେ ଆତଙ୍କ ଖେଳାଇଥିଲେ। ଏଠାକୁ ଆସିଥିବା ଏକ ପରିବାର ପାଇଁ ଏହା ଏକ ଭୟଙ୍କର ଅଭିଜ୍ଞତାରେ ପରିଣତ ହୋଇଥିଲା। କାରଣ ସେମାନେ ଅନ୍ୟମାନଙ୍କୁ ଅନୁପଯୁକ୍ତ ବୋଲି ଲାଗୁଥିବା ପୋଷାକ ପିନ୍ଧିଥିଲେ।

କ'ଣ ରହିଛି ସମଗ୍ର ଘଟଣାକ୍ରମ?
ପୁଣେ ପୋଲିସ ଅଧିକ୍ଷକ ସନ୍ଦୀପ ସିଂହ ଗିଲଙ୍କ କହିବା ଅନୁଯାୟୀ, ଏହି ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ଯୁବକ ଏବଂ ଅନ୍ୟ ଲୋକଙ୍କ ସମୂହ, ସିଂହଗଡ଼ ଦୁର୍ଗକୁ ପରିଦର୍ଶନରେ ଆସିଥିବା ଏକ ପରିବାରକୁ ଅଟକାଇ ସେମାନଙ୍କୁ ପଚାରିଥିଲେ ଯେ, କ'ଣ ପାଇଁ ସେମାନଙ୍କର ୮ ବର୍ଷୀୟ ଝିଅ କାହିଁକି ସ୍କର୍ଟସ୍ ପିନ୍ଧିଛି। ଏହାକୁ ନେଇ ଯୁକ୍ତିତର୍କ ହେବା ସହ ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା। ଏନେଇ ପୋଲିସ କହିବା ଅନୁଯାୟୀ, ଆକ୍ରମଣକାରୀ ନିଜକୁ "ଦୁର୍ଗ ସଂରକ୍ଷଣ ସମିତି ସଦସ୍ୟ ଭାବରେ ପରିଚୟ ଦେଇଥିଲେ।

ଗତ ଅଗଷ୍ଟ ୧୬ ତାରିଖରେ, ଯେତେବେଳେ ସପ୍ତାହାନ୍ତ ହେତୁ ଦୁର୍ଗରେ ଭିଡ଼ ଜମିଥିଲା, ସେତେବେଳେ କିଛି ଲୋକ ପର୍ଯ୍ୟଟକଙ୍କ ପୋଷାକକୁ ବିରୋଧ କରିଥିଲେ। ଯେଉଁଥିରେ ଜଣେ ନାବାଳିକା ଝିଅ ମଧ୍ୟ ରହିଥିଲା, ଯିଏ ସ୍କର୍ଟସ୍ ପିନ୍ଧିଥିଲା। ଅଭିଯୋଗ ହୋଇଛି ଯେ କିଛି ପର୍ଯ୍ୟଟକ "ଅନୁପଯୁକ୍ତ" ପୋଷାକ ପିନ୍ଧିଥିବା କହି ସେହି ପରିବାରକୁ ଘେରି ଯାଇଥିଲେ।

ଏହା ସହ ପଢନ୍ତୁ:  ଲୋହାଗଡ଼ ଦୁର୍ଗ; କ'ଣ ରହିଛି ଏହାର ଇତିହାସ? ଯେଉଁଠି ଶିବାଜୀ ମହାରାଜ ରଖୁଥିଲେ ଗୁପ୍ତଧନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପର୍ଯ୍ୟଟକଙ୍କ ସହ ହୋଇଥିଲା ମାରପିଟ୍
ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ଦେଖୁ ଦେଖୁ ହାତାହାତିରେ ବଦଳି ଯାଇଥିଲା। ଗିରଫ ଅଭିଯୁକ୍ତ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ସେମାନେ ମହିଳା, ଛୋଟ ପିଲା କିମ୍ବା ବୟସ୍କ ବ୍ୟକ୍ତି କାହାକୁ ମଧ୍ୟ ଛାଡି଼ ନଥିଲେ। ଏପରିକି ସେମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହା କୌଣସି ଛୋଟ ମୋଟ ଘଟଣା ନଥିଲା। ପ୍ରାୟ ୨ ଘଣ୍ଟା ଧରି ମାରପିଟ୍ ଚାଲିଥିଲା। ଯାହା ଫଳରେ ପର୍ଯ୍ୟଟକ ଭୟଭୀତ ହୋଇ ଜୀବନ ବଞ୍ଚାଇବାକୁ ଦୌଡ଼ାଦୌଡ଼ି କରିଥିଲେ। ଅଭିଯୋଗ ମିଳିବା ପରେ, ହାଭେଲି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ୯ ଜଣଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।

ସାମ୍ପ୍ରତିକ ବର୍ଷରେ, ପୁଣେ ଠାରେ ନିଜକୁ "ଦୁର୍ଗ ସଂରକ୍ଷଣ" ଗୋଷ୍ଠୀ ବୋଲି ଦାବି କହୁଥିବା ସଙ୍ଗଠନ ସଂଖ୍ୟା ବୃଦ୍ଧି ପାଇଛି। ଯେଉଁମାନେ ଏହି ଐତିହାସିକ ସ୍ଥାନର ଇତିହାସକୁ ସଂରକ୍ଷିତ କରୁଥିବାର ଦାବି କରୁଛନ୍ତି। ହେଲେ ତଥାପି ଏହି ଗୋଷ୍ଠୀ ମଧ୍ୟରୁ କିଛି ନିଜସ୍ୱ ନିୟମ ସ୍ଥିର କରିବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ କହୁଛନ୍ତି ଯେ ସେମାନେ ପ୍ରାୟତଃ ଦୁର୍ଗ ଭିତରେ କିଏ କ'ଣ ପିନ୍ଧିବେ ଏବଂ କିପରି ଆଚରଣ କରିବେ ତାହା ସ୍ଥିର କରିଥାନ୍ତି।
Tourists Assaulted over Wearing Shorts at Pune's Sinhagad Fort | Argus News