Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Travel & Tourism

Lohagad Fort Maharashtra / ଲୋହାଗଡ଼ ଦୁର୍ଗ; କ'ଣ ରହିଛି ଏହାର ଇତିହାସ? ଯେଉଁଠି ଶିବାଜୀ ମହାରାଜ ରଖୁଥିଲେ ଗୁପ୍ତଧନ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ଲୋହାଗଡ଼ ଦୁର୍ଗ; କ'ଣ ରହିଛି ଏହାର ଇତିହାସ? ଯେଉଁଠି ଶିବାଜୀ ମହାରାଜ ରଖୁଥିଲେ ଗୁପ୍ତଧନ
Lohagad Fort Maharashtra

Key Points

ଲୋହାଗଡ ଦୁର୍ଗ ହେଉଛି ମହାରାଷ୍ଟ୍ରର ପର୍ବତୀୟ ଦୁର୍ଗ ମଧ୍ୟରୁ ଅନ୍ୟତମ। ସହ୍ୟାଦ୍ରି ପାହାଡ଼ ଉପରେ ନିର୍ମିତକ ଏହି ଦୁର୍ଗ ସମୁଦ୍ର ପତ୍ତନରୁ ପ୍ରାୟ ୧୦୩୩ ମିଟର ଉଚ୍ଚତାରେ ଅବସ୍ଥିତ।
Lohagad Fort History: ନିକଟରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛି ଲୋହାଗଡ଼ ଦୁର୍ଗ। ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଅବସ୍ଥିତ ଏହା ହେଉଛି ଏକ ପର୍ବତୀୟ। ଯାହା ପର୍ବତ ଶିଖର ମଧ୍ୟରେ ରହିଛି। ଏହି ଦୁର୍ଗ ପୁଣେରୁ ପ୍ରାୟ ୫୨ କିଲୋମିଟର ଦୂରରେ ସହ୍ୟାଦ୍ରି ପାହାଡ଼ ଉପରେ ଅବସ୍ଥିତ ରହିଛି। ଏହା ସମୁଦ୍ର ପତ୍ତନରୁ ପ୍ରାୟ ୧୦୩୩ ମିଟର ଉଚ୍ଚତାରେ ଅବସ୍ଥିତ। ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗ ଅନୁଯାୟୀ ଲୋହାଗଡ଼ ଦୁର୍ଗର ପ୍ରାୟ ୧୦୦୦ ବର୍ଷର ଇତିହାସ ରହିଛି। ଏହାର ନିର୍ମାଣ କାର୍ଯ୍ୟ ଦଶମ ଶତାବ୍ଦୀରେ ଲୋହତାମିଆ ରାଜବଂଶ ସମୟରେ ଆରମ୍ଭ ହୋଇଥିଲା। ଏହି ଦୁର୍ଗ ଉପରେ ଚାଲୁକ୍ୟ, ରାଷ୍ଟ୍ରକୂଟ, ଯାଦବ ବଂଶ ସହ ବହମନି, ନିଜାମ, ମୋଗଲ ଏବଂ ମରାଠା ଶାସକଙ୍କ ଅଧିନରେ ରହିଥିଲେ। ଏହି ସମୟ ମଧ୍ୟରେ ଏହି ଦୁର୍ଗ ମଜବୁତ ହେବାରେ ଲାଗିଥିଲା।

ଲୋହାଗଡ଼ ଦୁର୍ଗରେ ରହିଛି କେତୋଟି ପ୍ରବେଶ ଦ୍ୱାର?

ମହାରାଷ୍ଟ୍ରର ସହ୍ୟାଦ୍ରି ପାହାଡ଼ ଉପରେ ଅବସ୍ଥିତ ୧୦୦୦ ବର୍ଷର ପୁରୁଣା ଲୋହାଗଡ଼ ଦୁର୍ଗର ରହିଛି ଚାରୋଟି ପ୍ରବେଶ ଦ୍ୱାର। ଯାହାର ନାଁ ହେଉଛି ଗଣେଶ ଦ୍ୱାର, ନାରାୟଣ ଦ୍ୱାର, ହନୁମାନ ଦ୍ୱାର, ମହା ଦ୍ୱାର। ଏହି ଦ୍ୱାରରେ ହୋଇଥିବା କାରୁକାର୍ଯ୍ୟ ମରାଠୀ କଳା ଏବଂ ସଂସ୍କୃତିର ଏକ ଅନନ୍ୟ ଉଦାହରଣ। ଏହାର ଗୋଟିଏ ଅଂଶ ବିଛା ଲାଞ୍ଜ ପରି ଆକୃତିର ଦେଖାଯାଏ। ଯାହାକୁ ବିଛୁ କଡା କୁହାଯାଏ। ଏହି ସ୍ଥାନରୁ ସୁନ୍ଦର ସହ୍ୟାଦ୍ରି ପାହାଡ଼ ଦୃଶ୍ୟମାନ ହୋଇଥାଏ।

ଏହା ସହ ପଢନ୍ତୁ: କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି?

ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜ ୧୬୪୮ ଖ୍ରୀଷ୍ଟାବ୍ଦରେ ଲୋହାଗଡ଼ ଦୁର୍ଗ ଦଖଲ କରିଥିଲେ। ୧୬୬୫ ମସିହାର ଜୁନ୍ ୧୧ ତାରିଖରେ ଛତ୍ରପତି ଶିବାଜୀ ମହାରାଜ ଏବଂ ମୋଗଲ ସାମ୍ରାଜ୍ୟର ସେନାପତି ରାଜା ଜୟ ସିଂହ ପ୍ରଥମଙ୍କ ମଧ୍ୟରେ ପୁରନ୍ଦର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି କାରଣରୁ ଛତ୍ରପତି ଶିବାଜୀଙ୍କୁ ତାଙ୍କର ୨୩ ଦୁର୍ଗ ମୋଗଲ ଶାସକଙ୍କୁ ସମର୍ପଣ କରିବାକୁ ପଡି଼ଲା। ଯାହା ମଧ୍ୟରେ ଐତିହାସିକ ଲୋହାଗଡ଼ ଦୁର୍ଗ ସାମିଲ ରହିଥିଲା। ହେଲେ ତଥାପି ଛତ୍ରପତି ଶିବାଜୀ ୧୬୭୦ ମସିହାରେ ଏହି ଦୁର୍ଗକୁ ପୁନର୍ବାର ଦଖଲ କରି ନେଇଥିଲେ। ସୁରଟ ଆକ୍ରମଣରୁ ତାଙ୍କୁ ଯେଉଁ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥିଲେ, ତାହାକୁ ସୁରକ୍ଷିତ କରିବା ପାଇଁ ସେ ଏହି ଦୁର୍ଗକୁ ବାଛିଥିଲେ।

କେବେ ଜୈନ ସନ୍ନ୍ୟାସୀଙ୍କ ଆଶ୍ରୟସ୍ଥଳ ଥିଲା ଲୋହାଗଡ଼ ଦୁର୍ଗ
ପେଶୱା ଶାସକଙ୍କ ମନ୍ତ୍ରୀ ନାନା ଫଡନାଭୀସ ମଧ୍ୟ ଏହି ଦୁର୍ଗରେ ଆଶ୍ରୟ ନେଇଥିଲେ। ସେ ଏଠାରେ ଏକ ବଡ଼ ଜଳଭଣ୍ଡାର ଏବଂ ଏକ ପାହାଚ ରହିଥିବା ଜଳାଶୟ ନିର୍ମାଣ କରିଥିଲେ। ଯାହା ଆଜି ସେଠାରେ ରହିଛି। ଗତ ୨୦୧୯ ସେପ୍ଟେମ୍ବରରେ, ପୁଣେର କିଛି ପର୍ବତାରୋହୀ ଏହି ଦୁର୍ଗର ଦକ୍ଷିଣ ଭାଗରେ ରହିଥିବା ଏକ ଗୁମ୍ଫାରେ ଜୈନ ବ୍ରାହ୍ମୀ ଲିପିରେ ଏକ ପ୍ରାଚୀନ ଶିଳାଲେଖ ଆବିଷ୍କାର କରିଥିଲେ। ଐତିହାସିକ ଏହାକୁ ପ୍ରଥମ କିମ୍ବା ଦ୍ୱିତୀୟ ଶତାବ୍ଦୀ ସମୟର ବୋଲି କହୁଛନ୍ତି। ଏହା ମଧ୍ୟ ସୂଚାଇ ଦିଏ ଯେ କେବେ ଲୋହାଗଡ଼ ଦୁର୍ଗ ଜୈନ ସନ୍ନ୍ୟାସୀଙ୍କ ବାସସ୍ଥାନ ରହିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lohagad Fort History: Chhatrapati Shivaji Maharaj's Secret Treasury | Argus News