Son Killed Mother / ରୋଷେଇ ଘର ସ୍ଲାବ ତଳେ ମାଆର ଶବ; ହତ୍ୟା କରି ପ୍ଲାଷ୍ଟର କରିଦେଲା ପୁଅ
·2 weeks ago·2 min read

Key Points
ମାଆକୁ ନିଜ ହାତରେ ହତ୍ୟା କଲା ପୁଅ
ମର୍ଡର ପରେ ମାଆ ଶବକୁ ପ୍ଲାଷ୍ଟର କଲା
ରୋଷେଇ ଘର ସ୍ଲାବ ତଳେ ପୋତିଲା
ମର୍ଡର ପରେ ମାଆ ଶବକୁ ପ୍ଲାଷ୍ଟର କଲା
ରୋଷେଇ ଘର ସ୍ଲାବ ତଳେ ପୋତିଲା
ପୁରୀ: କଥାରେ ଅଛି ମାଆ ଅଛି ଯାହାର ସାହା ଅଛି ତାହାର । ଏହି ସ୍ଵାର୍ଥପର ଦୁନିଆରେ ମାଆ ଯିଏ ନିଜ ପିଲାଙ୍କୁ ଛାତି ଚିରି ଭଲ ପାଏ, ସବୁ ବିପଦ ଆପଦରୁ ରକ୍ଷା କରେ । ନିଜେ ନ ଖାଇ ପିଲାର ପେଟ ପୂରାଏ । ପାଖରେ ମାଆ ଥାଉ କି ନଥାଉ, ମାଆ କଣ ଜଣେ ଭଲ ଭାବେ ବୁଝେ । ହେଲେ ଏଠି ଯେଉଁ ଘଟଣା ଘଟିଛି, ତାହା ସମାଜକୁ ଚକିତ କରିଛି । ମାଆଛୁଆର ସମ୍ପର୍କକୁ ମାଟିରେ ମିଶାଇଛି ଅଯୋଗ୍ୟ ପୁଅ । ମାଆକୁ ହତ୍ୟା କରି ପ୍ଲାଷ୍ଟର କରି ଶେଷରେ ପୁଅ ଫେରାର ମାରିଛି ।
ପୁରୀ କୁମ୍ଭାରପଡ଼ାରେ ଏହି ଘଟଣା ଏବେ ହଇଚଇ ସୃଷ୍ଟି କରିଛି । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ଘର ମାଲିକ ସନ୍ଦେହ କରିଛନ୍ତି । କାରଣ ସେହି ଭଡ଼ା ଘରୁ ଦୁର୍ଗନ୍ଧ ବାହାରୁଛି । ପୂରା ପରିବେଶ ଦୁର୍ଗନ୍ଧରେ ଅଣନିଶ୍ଵାସୀ ହୋଇଯାଇଛି । ଗତ କିଛି ଦିନ ଧରି ଘରେ କେହି ଜଣେ ଦେଖାଯାଉନାହାନ୍ତି । ମହିଳାଙ୍କର ଦେଖା ମିଳୁନଥିବାବେଳେ ପୁଅ ଫେରାର ମାରିଥିବା ସେ ସନ୍ଦେହ କରିଛନ୍ତି ।
ପଢନ୍ତୁ ଏହି ଖବର: ଏମିତି ବି ଏକ ସମ୍ପର୍କ...ଭାଇ ଭାବି ଘରେ ଆଣି ରଖିଥିଲେ; ସାଜିଲା ପତ୍ନୀର ପ୍ରେମିକ

- ୨ ମାସ ତଳେ ଭଡ଼ା ନେଇଥିଲେ
ପଢନ୍ତୁ ଏହି ଖବର: ଏମିତି ବି ଏକ ସମ୍ପର୍କ...ଭାଇ ଭାବି ଘରେ ଆଣି ରଖିଥିଲେ; ସାଜିଲା ପତ୍ନୀର ପ୍ରେମିକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖବର ପାଇଁ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭଡ଼ା ଘର ବାହାରେ ସ୍ଥାନୀୟ ଲୋକ ଭିଡ଼ ଜମାଇଛନ୍ତି । ସମସ୍ତଙ୍କୁ ଗୋଟିଏ ଜିନିଷ ଆଶ୍ଚର୍ଯ୍ୟ କରିଛି ଏମିତି କଣ ଘଟିଲା ଯେ ପୁଅ ନିଜ ମାଆର ହତ୍ୟାକାରୀ ସାଜିଲା ? ଯଦି ଘରେ ମାରିଲା ତେବେ କେହି କେମିତି ଜାଣିପାରିଲେ ନାହିଁ ? ସେମାନଙ୍କ ମଧ୍ୟରେ କିଛି ବିବାଦ ଥିଲା କି ? ଏସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିବ । ଦିନେ ଯେଉଁଠି ମାଆ ଅତି ସ୍ନେହରେ ପୁଅ ପାଇଁ ତାର ମନ ପସନ୍ଦର ଖାଦ୍ୟ ରୋଷେଇ କରୁଥିଲେ, ଠିକ୍ ସେଇଠି ମାଆର ଶବକୁ ପୋତିଛି ପୁଅ । ଯେଉଁ ରୋଷେଇ ଶାଳ ଦିନେ ମାଆର ହାତରନ୍ଧା ଖାଦ୍ୟରେ ମହକୁଥିଲା, ଆଜି ସେଇ ସ୍ଥାନ ମାଆର ପଚିଯାଇଥିବା ମୃତଦେହର ଦୁର୍ଗନ୍ଧରେ ଫାଟି ପଡୁଛି ।
Related Topics
Explore more stories