Crime / କୋକେନ୍ ଟ୍ରକ୍ ସହ ଧରାପଡ଼ିଲେ ୨ ଭାରତୀୟ; ନେଇ ଯାଇଥାନ୍ତେ ଲକ୍ଷେ ଆମେରିକୀୟଙ୍କ ଜୀବନ
·2 months ago·2 min read

Key Points
ଆମେରିକାର ହୋମଲାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ଅନୁସାରେ, ଜବତ କୋକେନ୍ ୧ ଲକ୍ଷ ୧୩ ହଜାରରୁ ଅଧିକ ଲୋକଙ୍କୁ ମାରିବା ପାଇଁ ଯଥେଷ୍ଟ ।
ନୂଆଦିଲ୍ଲୀ: କୋକେନ୍ରେ ଭର୍ତ୍ତି ଥିଲା ଟ୍ରକ୍ । ସପ୍ତାହନ୍ତରେ ଯାଞ୍ଚ ବେଳେ ଧରିଲା ପୋଲିସ । ଆମେରିକାରେ ୨ ଜଣ ଭାରତୀୟଙ୍କୁ ପୋଲିସ ୩୦୯ ପାଉଣ୍ଡ ଓଜନର କୋକେନ୍ ସହ ଧରିଛି ।
ଦୁଇ ଭାରତୀୟ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ୧୪୦ କେଜିରୁ ଅଧିକ କୋକେନ୍ ମିଳିଛି । ଇଣ୍ଡିଆନାରୁ ୭ ମିଲିୟନ୍ ଡଲାରରୁ ଅଧିକ କୋକେନ୍ ମିଳିଛି । ମାମଲାରେ ଗୁରପ୍ରୀତ ସିଂହ ଓ ଜସଭୀର ସିଂଙ୍କୁ ଗିରଫ କରିଛି ଆମେରିକା ।
ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି
ଗୁରପ୍ରୀତ ୨୦୧୭ରେ ଜସଭୀର ୨୦୨୩ରେ ଆମେରିକା ଯାଇଥିଲେ । ସେଠାରେ ଉଭୟ ଟ୍ରକ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସେମାନେ ଚଳାଉଥିବା ସେମି ଟ୍ରକ୍ର କ୍ୟାବିନରୁ ଯାଞ୍ଚ ବେଳେ କୋକେନ୍ ମିଳିଛି । ଆମେରିକାର ହୋମଲାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ଅନୁସାରେ, ଜବତ କୋକେନ୍ ୧ ଲକ୍ଷ ୧୩ ହଜାରରୁ ଅଧିକ ଲୋକଙ୍କୁ ମାରିବା ପାଇଁ ଯଥେଷ୍ଟ ।
ସୂଚନା ଅନୁସାରେ, ଟ୍ରକ୍କୁ ସ୍ନିଫର ଡଗ୍ ୟୁନିଟ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ମିଳିଥିଲା କୋକେନ୍ । ଟ୍ରକ୍ର କାର୍ଡବୋର୍ଡରେ ବକ୍ସ ଭିତରେ କୋକେନକୁ ବ୍ଲାଙ୍କେଟ୍ ଘୋଡ଼ାଇ ରଖା ଯାଇଥିଲା । ବିପୁଳ କୋକେନ ମିଳିବା ପରେ ଉଭୟଙ୍କୁ ପୁଟନାମ କଣ୍ଟ୍ରି ଜେଲ୍ରେ ରଖା ଯାଇଛି । ଉଭୟଙ୍କ ବିରୋଧରେ ନିଶାଦ୍ରବ୍ୟ ସହ ପ୍ରତ୍ୟର୍ପଣ ମାମଲା ଲାଗିଛି ।
ଏଥିସହ ପଢ଼ନ୍ତୁ: 'ଜାଣତରେ କିଛି ଭୁଲ୍ କରିନି'; ସତ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଲଢ଼ିବେ କହିଲେ ପୀୟୂଷ
ତେବେ ଟ୍ରକ୍ରେ କୋକେନ୍ ଥିବା ନେଇ ଦୁଇ ଡ୍ରାଇଭର ଅବଗତ ନଥିଲା କହିଛନ୍ତି । ସେମାନଙ୍କ ଅନୁସାରେ, କମ୍ପାନୀ ନିର୍ଦ୍ଦେଶ ଅନୁସାରେ ସେମାନେ ଟ୍ରକ୍ ନେଇ ରିଚମଣ୍ଡରେ ଥିବା ଭାରତୀୟ ରେଷ୍ଟୁରାଣ୍ଟକୁ ଯାଉଥିଲେ ।
୨୦୨୩ ମାର୍ଚ୍ଚ ୧୧ରେ ଗୁରପ୍ରୀତ ସିଂହ ଅବୈଧ ଭାବେ ଆମେରିକା ପ୍ରବେଶ କରିବାର ଅଭିଯୋଗ ରହିଛି । ଯେତେବେଳେ କି ଜଶଭୀର ୨୦୧୭ ମାର୍ଚ୍ଚରେ ଅବୈଧ ଭାବେ ଆମେରିକା ଯାଇଥିଲେ । ଗତମାସରେ ଚୋରି ସାମଗ୍ରୀ ଗ୍ରହଣ କରିବା ଅଭିଯୋଗରେ ଜଶଭୀରକୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories