Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କନଷ୍ଟେବଳ ପ୍ରେମିକ ନଥିବା ବେଳେ ଘରେ ପଶିଲା; ସ୍ତ୍ରୀ ସହ ୩ ଛୁଆଙ୍କୁ ଛୁରି ଭୁସିଲା

Crime

Double Murder Horror / କନଷ୍ଟେବଳ ପ୍ରେମିକ ନଥିବା ବେଳେ ଘରେ ପଶିଲା; ସ୍ତ୍ରୀ ସହ ୩ ଛୁଆଙ୍କୁ ଛୁରି ଭୁସିଲା

Sushanta Sahoo
Browse all articles by Sushanta Sahoo
·5 days ago·2 min read
କନଷ୍ଟେବଳ ପ୍ରେମିକ ନଥିବା ବେଳେ ଘରେ ପଶିଲା; ସ୍ତ୍ରୀ ସହ ୩ ଛୁଆଙ୍କୁ ଛୁରି ଭୁସିଲା
Lover Attacks Constable’s Family

Key Points

କନଷ୍ଟେବଳ ପ୍ରେମିକର ଘରେ ପଶି ପ୍ରେମିକା ରକ୍ତପାତ କରିଛି । ସ୍ତ୍ରୀ ଓ ପୁଅର ରକ୍ତରେ ଭିଜିଛି ପୂରା ଘର । ୨ ଝିଅ ବି ଆକ୍ରମଣରୁ ବାଦ୍ ପଡ଼ି ନାହାନ୍ତି ।
ରାୟପୁର: ଶୁକ୍ରବାର ପ୍ରୟାସ କରିଥିଲା, ଫେଲ୍ ମାରିଲା । ଆଉ ଶନିବାର ନେଇଗଲା ବଦ୍‌ଲା । କନଷ୍ଟେବଳ ପ୍ରେମିକର ଘରେ ପଶି ପ୍ରେମିକା ରକ୍ତପାତ କରିଛି । ସ୍ତ୍ରୀ ଓ ପୁଅର ରକ୍ତରେ ଭିଜିଛି ପୂରା ଘର । ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି ଛତିଶଗଡ଼ର ଦୁର୍ଗରେ, ତାହା ବି ଜଣେ ପୋଲିସ କନଷ୍ଟେବଳଙ୍କ ଫ୍ଲାଟ୍‌ରେ ।

ଯେଉଁଠି ପ୍ରେମିକା, ପ୍ରେମିକର ସ୍ତ୍ରୀ ସହ ପୁଅ ଓ ଦୁଇ ଛୁଆଙ୍କୁ ଛୁରି ଭୁସି ରକ୍ତାକ୍ତ କରିଛି । ମେଡିକାଲ୍‌ରେ କନଷ୍ଟେବଳଙ୍କ ସ୍ତ୍ରୀ ଓ ପୁଅ ଆଖି ବୁଜିଥିବା ବେଳେ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: କଟକରେ କାମ କରୁନି CCTV; ୫ ଦିନ ହେଲା ମିଳୁ ନାହାନ୍ତି ମେଧାବୀ ଛାତ୍ର

ଫ୍ଲାଟ୍‌ରେ କ'ଣ ଘଟିଲା ?

ଶନିବାର କନଷ୍ଟେବଳ ଲଳିତେଶ ଯାଦବଙ୍କ ଦୁର୍ଗ ସ୍ଥିତ ଫ୍ଲାଟ୍‌ରେ ବଳପୂର୍ବକ ଭାବେ ପଶିଥିଲେ ସରୋଜିନୀ ଭରଦ୍ଵାଜ । ସେତେବେଳେ ଲଳିତେଶ ଘରେ ନଥିଲେ । ପରିବାର ଅନ୍ୟତ୍ର ଯିବା ଲାଗି ଷ୍ଟେସନ୍‌ରେ ଟିକେଟ୍ ବୁକ୍ କରିବାକୁ ଯାଇଥିଲେ ଲଳିତେଶ ।

ଏହାର ସୁଯୋଗ ନେଇ ସରୋଜିନୀ, ଲଳିତେଶଙ୍କ ଘରେ ପଶିବା ସହ ତାଙ୍କ ପତ୍ନୀ ରୀନା ଯାଦବଙ୍କ ସହ ଯୁକ୍ତିତର୍କ କରିଥିଲେ । ଟିଭିର ସାଉଣ୍ଡ ବଢ଼ାଇବା ସହ ଧାରୁଆ ଛୁରି ଆଣିଥିରେ ସରୋଜିନୀ । ପ୍ରଥମେ ରୀନାଙ୍କୁ ଆକ୍ରମଣ କରିବାକୁ ବାହାରି ଶୋଇଥିବା ୯ ବର୍ଷର ପୁଅ ଆଦିତ୍ୟକୁ ବାରମ୍ବାର ଭୁସି ଚାଲିଥିଲେ ।

ଏହାପରେ ଲଳିତେଶଙ୍କ ଦୁଇ ଝିଅ ନୈନା ଓ ତାନିୟାଙ୍କୁ ଆକ୍ରମଣ କରିବାକୁ ଯାଉଥିଲେ । ସେହି ସମୟରେ ରକ୍ତାକ୍ତ ରୀନା, ସରୋଜିନୀଙ୍କ ଗୋଡ଼ ଧରିବା ସହ ୨ ଝିଅଙ୍କୁ ଛାଡ଼ିବାକୁ ନେହୁରା ହୋଇଥିଲେ । ଜଣେ ଝିଅ ବାଥରୁମ୍‌ରେ ଲୁଚିଯିବା ସହ ଅନ୍ୟ ଜଣେ ଘରୁ ବାହାରକୁ ଯାଇ ପଡ଼ୋଶୀଙ୍କୁ ଡାକିଥିଲା ।

ପଡ଼ୋଶୀ ଦୌଡ଼ି ଆସିବା ବେଳକୁ ସରୋଜିନୀ ରକ୍ତ ଭିଜା ଛୁରି ଧରି ଛିଡ଼ା ହୋଇଛନ୍ତି । ସଙ୍ଗେ ସଙ୍ଗେ ପଡ଼ୋଶୀ ସରୋଜିନୀଙ୍କୁ କାବୁ କରିବା ସହ ଛୁରି ଛଡ଼ାଇ ନେଇ ପୋଲିସକୁ ଖବର ଦେଇଥିଲେ । ରୀନାଙ୍କ ସହ ୩ ଛୁଆଙ୍କୁ ମେଡିକାଲ୍ ନେଇ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ମାଆକୁ ମାରି ପୋଲିସ ପାଖରେ ଆତ୍ମସମର୍ପଣ କଲା ପୁଅ

ମେଡିକାଲ୍‌ରେ ରୀନା ଓ ତାଙ୍କ ପୁଅକୁ ମୃତ ଘୋଷଣା କରାାଇଛି । ଦୁଇ ଝିଅଙ୍କ ଚିକିତ୍ସା ଚାଲିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଲଳିତେଶ ଓ ସରୋଜିନୀ ପୂର୍ବରୁ ମ୍ପର୍କରେ ଥିଲେ । ଶୁକ୍ରବାର ସରୋଜିନୀ ଘରକୁ ଆସିଥିବା ବେଳେ ଫେରାଇ ଦେଥିଲେ ଲଳିତେଶ । ଆଉ ଶନିବାର ଲଳିତେଶଙ୍କ ଅନୁପସ୍ଥିତିରେ ଘରେ ସରୋଜିନୀ ଏତେ ବଡ଼ ହତ୍ୟାକାଣ୍ଡ ଘଟାଇଦେଲେ ।

ପୋଲିସ ହତ୍ୟା ସହ ହତ୍ୟା ପାଇଁ ପ୍ରୟାସ ଧାରାରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ସରୋଜିନୀଙ୍କୁ ପୋଲିସ ଗିରଫ କରିବା ସହ ହତ୍ୟାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raipur Horror: Constable’s Lover Attacks Wife, Children; 2 Dead | Argus News | Argus News