Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଟକରେ କାମ କରୁନି CCTV; ୫ ଦିନ ହେଲା ମିଳୁ ନାହାନ୍ତି ମେଧାବୀ ଛାତ୍ର

Odisha

Missing Mystery / କଟକରେ କାମ କରୁନି CCTV; ୫ ଦିନ ହେଲା ମିଳୁ ନାହାନ୍ତି ମେଧାବୀ ଛାତ୍ର

Sushanta Sahoo
Browse all articles by Sushanta Sahoo
·6 days ago·2 min read
କଟକରେ କାମ କରୁନି CCTV; ୫ ଦିନ ହେଲା ମିଳୁ ନାହାନ୍ତି ମେଧାବୀ ଛାତ୍ର
Phone Found, CCTV Failure Raises Concern

Key Points

୫ ଦିନ ହେଲା ନିଖୋଜ ଦେବୀ ପ୍ରସାଦ ଏବେ କେଉଁଠି ? ସାନ୍ଧ୍ୟ ଭ୍ରମଣରେ ଯାଇଥିବା ଦେବୀ ନିଜେ ମୋବାଇଲ୍ ଫିଙ୍ଗି କେଉଁଆଡ଼େ ପଳାଇ ଯାଇଛନ୍ତି କି ? ନା ଦେବୀ ପ୍ରସାଦଙ୍କୁ କେହି ଅପହରଣ କରି ନେଇଛି ?
କଟକ: ସନ୍ଧ୍ୟାରେ ଘର ନିକଟ ଗଳିରେ ବୁଲୁଥିଲା ପୁଅ । ସବୁଦିନ ଭଳି ମଙ୍ଗଳବାର କଟକ ସିଡିଏ ସେକ୍ଟର-୮ର ଦେବୀ ପ୍ରସାଦ ସନ୍ଧ୍ୟାରେ ଚାଲିବା ଲାଗି ଘରୁ ବାହାରିଥିଲେ । ହେଲେ ସନ୍ଧ୍ୟା ଯାଇ ରାତି ହେଲା ସିନା ଘରକୁ ଫେରିଲେନି । ପରିବାର ଲୋକ କଲ୍ ପରେ କଲ୍ କରିଥିଲେ ବି ଉଠାଇ ନଥିଲେ ଦେବୀ ।

ପରିବାର ଲୋକେ ଚାରିଆଡ଼େ ପୁଅକୁ ଖୋଜାଖୋଜି କରି ପାଇ ନଥିଲେ । ଶେଷରେ ମର୍କତନଗର ଥାନାରେ ଏତଲା ଦେଇଥିଲେ । ପୋଲିସ ପ୍ରାରମ୍ଭିକ ତଦନ୍ତ ପରେ ଏବିଆଇଟି କଲେଜ ନିକଟ ନଦୀ ବନ୍ଧରୁ ଦେବୀଙ୍କ ମୋବାଇଲ ଫୋନ ଉଦ୍ଧାର କରିଛି । ହେଲେ ୨୧ ତାରିଖ ସନ୍ଧ୍ୟାରୁ ନିଖୋଜ ଦେବୀଙ୍କ କୌଣସି ଖୋଜ ଖବର ମିଳୁନି ।

ଏଥିସହ ପଢ଼ନ୍ତୁ: ହୃଦ୍‌ଘାତରେ ପୁଅର ମୃତ୍ୟୁ, ଝିଅ ବାହାଘରର ୪ ଦିନ ପରେ ଝୁଲି ପଡ଼ିଲେ ଦମ୍ପତି

ଏବେ ବଢ଼ିଲା ପୁଅ ଦେବୀଙ୍କୁ ଝୁରୁଛନ୍ତି ବାପାମାଆ । ପକ୍ଷାଘାତରେ ପୀଡ଼ିତ ବାପା ମନ ବିକଳ ହେଉଛି । ନିଜେ ସିନା ସେ ଚାଲି ପାରୁ ନାହାନ୍ତି, ହେଲେ ପୁଅ ପାଇଁ ବାପାଙ୍କ ଛାତି ଫାଟି ଯାଉଛି । ମାଆ ଆଖିରୁ ବି ଝରୁଛି ଅନବରତ ଲୁହ ।

ଦେବୀ ପ୍ରସାଦ ସାହୁ ନିଖୋଜ ନେଇ ତାଙ୍କ ବାପା ତରୁଣ କହିଛନ୍ତି, "ପୁଅ କେବେ କୁଆଡ଼େ ବାହାରକୁ ଯାଏ ନାହିଁ । ସେଦିନ ଲାଲ୍ ସାର୍ଟ, ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧି ଘରୁ ଯାଇଥିଲା । ଘରୁ କିଛି ଟଙ୍କା କି ଡକ୍ୟୁମେଣ୍ଟ ସାଙ୍ଗରେ ନେଇ ନାହିଁ । କଲେଜ ପାଖ ନଦୀ ବନ୍ଧରୁ ମୋବାଇଲ୍ ମିଳିଛି । କାହା ସହ ଶତ୍ରୁତା ନଥିଲା ।"

ନଦୀବନ୍ଧରେ ମୋବାଇଲ୍

ତେବେ ୫ ଦିନ ହେଲା ନିଖୋଜ ଦେବୀ ପ୍ରସାଦ ଏବେ କେଉଁଠି ? ସାନ୍ଧ୍ୟ ଭ୍ରମଣରେ ଯାଇଥିବା ଦେବୀ ନିଜେ ମୋବାଇଲ୍ ଫିଙ୍ଗି କେଉଁଆଡ଼େ ପଳାଇ ଯାଇଛନ୍ତି କି ? ନା ଦେବୀ ପ୍ରସାଦଙ୍କୁ କେହି ଅପହରଣ କରି ନେଇଛି ? ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ଏବିଆଇଟି କଲେଜ ନିକଟ ନଦୀ ବନ୍ଧରୁ ଦେବୀଙ୍କ ମୋବାଇଲ ଫୋନ୍ ଉଦ୍ଧାର କରି ପୋଲିସ ଛାନଭିନ୍ କରୁଥିଲେ ବି ସଫଳତା ମିଳିନି ।

ଏଥିସହ ପଢ଼ନ୍ତୁ: ବ୍ୟବସାୟୀ ସୁଧୀର ପାତ୍ରଙ୍କୁ କେମିତି କରାଯାଇଥିଲା ହତ୍ୟା ? ଗନ୍ ପଏଣ୍ଟରେ ରଖିଥିଲେ ଅପରହଣକାରୀ

କାମ କରୁନି CCTV

ସେପଟେ ପୋଲିସ ଜୁଡିସିଆଲ ଏକାଡେମୀ ଛକ ଠାରୁ ଆରମ୍ଭ କରି ସିଡିଏ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଛି । ହେଲେ CCTV ଠିକ୍‌ରେ କାମ କରୁ ନଥିବାରୁ କୌଣସି ସୂଚନା ମଳିପାରିନି । ଯାହା ଦେବୀଙ୍କୁ ଖୋଜିବାରେ ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏବେ ଦେବୀଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି ବାପାମାଆ ଓ ବଡ଼ ଭାଇ । ସବୁଦିନ ପରି ଗତ ୨୧ ତାରିଖ ଅପରାହ୍ଣ ପାଖାପାଖି ୫ଟାରୁ ସାନ୍ଧ୍ୟ ଭ୍ରମଣରେ ବାହାରି ୫ ଦିନ ହେଲାଣି ନିଖୋଜ ଅଛନ୍ତି ଦେବୀ ପ୍ରସାଦ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Student Missing for 5 Days, CCTV Not Working Hampers Probe | Argus News | Argus News