Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାଇକ୍‌ର ଟାଙ୍କି ଫୁଲ୍ କଲେ, ସେଲ୍ସମ୍ୟାନ୍ ₹୮୦୦ ଟଙ୍କା ମାଗିବାରୁ ଗୁଳି ମାରିଦେଲେ...

Crime

Petrol Pump Murder / ବାଇକ୍‌ର ଟାଙ୍କି ଫୁଲ୍ କଲେ, ସେଲ୍ସମ୍ୟାନ୍ ₹୮୦୦ ଟଙ୍କା ମାଗିବାରୁ ଗୁଳି ମାରିଦେଲେ...

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବାଇକ୍‌ର ଟାଙ୍କି ଫୁଲ୍ କଲେ, ସେଲ୍ସମ୍ୟାନ୍ ₹୮୦୦ ଟଙ୍କା ମାଗିବାରୁ ଗୁଳି ମାରିଦେଲେ...
Salesman Killed Over ₹800 Payment

Key Points

ନାୟରା ପେଟ୍ରୋଲ୍ ପମ୍ପକୁ ଜଣେ ଯୁବକ ମୁହଁରେ କପଡ଼ା ବାନ୍ଧି ବାଇକ୍ ନେଇ ଆସିଥିଲେ । ତାଙ୍କ ବାଇକ୍‌ରେ ୮୦୦ ଟଙ୍କାର ପେଟ୍ରୋଲ୍ ବି ଭରିଥିଲେ । ଆଉ ଟଙ୍କା ମାଗିବାରୁ ବାହାନା ଆରମ୍ଭ କରିଥିଲେ ।
ନୂଆଦିଲ୍ଲୀ: ଟଙ୍କା ୮୦୦ ପାଇଁ ହତ୍ୟା । ଦିନ ଦ୍ଵି-ପ୍ରହରରେ ସମସ୍ତଙ୍କ ଆଗରେ କରିଦେଲେ ଗୁଳି । ଆଉ ଏହି ଗୁଳିକାଣ୍ଡର ଭିଡିଓ ସିସିଟିଭିରେ କଏଦ ହୋଇଛି । ବାଇକ୍ ଟାଙ୍କି ଭର୍ତ୍ତି ପରେ ଟଙ୍କା ନଦେଇ ଜୀବନ ସେଲ୍ସମ୍ୟାନଙ୍କ ଜୀବନ ନେଇ ଯାଇଛନ୍ତି ବାଇକ୍ ଚାଳକ ।

ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ରାଜସ୍ଥାନର ଅଲୱର ଜିଲ୍ଲାରେ । ଶନିବାର ଅଲୱର ସଦର ଥାନା ବୁର୍ଜା ନିକଟରେ ଥିବା ନାୟରା ପେଟ୍ରୋଲ୍ ପମ୍ପକୁ ଜଣେ ଯୁବକ ମୁହଁରେ କପଡ଼ା ବାନ୍ଧି ବାଇକ୍ ନେଇ ଆସିଥିଲେ । ତାଙ୍କ ବାଇକ୍‌ରେ ୮୦୦ ଟଙ୍କାର ପେଟ୍ରୋଲ୍ ବି ଭରିଥିଲେ । ଆଉ ଟଙ୍କା ମାଗିବାରୁ ବାହାନା ଆରମ୍ଭ କରିଥିଲେ ।

ଏଥିସହ ପଢ଼ନ୍ତୁ: ନିଜ ହାତରେ ପୋଛିଦେଲା ନିଜ ପରିବାର; ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ପରିବାରକୁ ବି ଛାଡ଼ିଲାନି... 

ପେଟ୍ରୋଲ୍ ପମ୍ପର କର୍ମଚାରୀ ଟଙ୍କା ଦେବାକୁ ବାଧ୍ୟ କରିବାରୁ ଯୁବକ ଜଣଙ୍କ ରାଗି ଯାଇଥିଲେ । ସଙ୍ଗେ ସଙ୍ଗେ ଅଣ୍ଟାରୁ ବନ୍ଧୁକ ବାହାର କରି ସିଧା ସେଲ୍ସମ୍ୟାନଙ୍କ ଛାତିକୁ ଅତି ନିକଟରୁ ଗୁଳି କରିଥିଲେ । ଗୁଳି ବାଜିବା ମାତ୍ରେ ସେଲ୍ସମ୍ୟାନ୍ ତଳେ ପଡ଼ିବା କ୍ଷଣି ଅଭିଯୁକ୍ତ ବାଇକ୍ ନେଇ ଫେରାର୍ ହୋଇ ଯାଇଥିଲା ।

ଆଉ ସମଗ୍ର ଘଟଣା କଏଦ ହୋଇଥିଲା ସିସିଟିଭି କ୍ୟାମେରାର୍ । ଯାହାକୁ ଆଧାର କରି ଅଲୱର ପୋଲିସ ଛାନଭିନ ଆରମ୍ଭ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ଅଭିଯୁକ୍ତ ଜଣଙ୍କ ପ୍ରଥମେ ଭୂଆଁ ବୁଲାଇଥିଲେ । ଟଙ୍କା ଦେବାକୁ ବାଧ୍ୟ କରିବାରୁ ବନ୍ଧୁକ ବାହାର କରି ଗୁଳି କରିଥିଲେ ।"

ସେଲ୍ସମ୍ୟାନଙ୍କ ଛାତିରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମଡିକାଲ୍‌ ନିଆ ଯାଇଥିଲା । ଏବେ ତାଙ୍କର ଚିକିତ୍ସା ମେଡିକାଲ୍‌ରେ ଜାରି ରହିଛି । ପୋଲିସ ସିସିଟିଭି ଫୁଟେଜ୍ ଆଧାର କରି ଜିଲ୍ଲାରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରିଛି ।

ଏଥିସହ ପଢ଼ନ୍ତୁ: ଆସିଲା ନୂଆ ଆଇନ୍; ଗୁଣ୍ଡାଗର୍ଦ୍ଦି, ହିଂସା କଲେ ଆଉ ମିଳିବନି ତ୍ରାହି 

ଯାଞ୍ଚ ବେଳେ ପୋଲିସ ଅଭିଯୁକ୍ତ ବାଇକ୍ ଆରୋହୀଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତାଠାରୁ ବନ୍ଧୁକ ଜବତ କରିଛି । କିଭଳି ଓ କେଉଁ ପରିସ୍ଥିତିରେ ଟଙ୍କା ନଦେଇ ସେ ଗୁଳି ଚଳାଇଲା ପୋଲିସ ସେନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।

ଅଲୱରର ଏହି ଚାଞ୍ଚଲ୍ୟକର ଗୁଳିକାଣ୍ଡକୁ ପରେ ପୋଲିସ ସକ୍ରିୟ ହୋଇଛି । ଆଇଜି ପ୍ରକାଶ ରାହୁଲ କହିଛନ୍ତି, "ଅଭିଯୁକ୍ତକୁ ଗିରଫ କରି ଜେରା କରାଯାଉଛି । ଗୁଳିମାଡ଼ରେ ବ୍ୟବହୃତ ବନ୍ଧପକ ଜବତ କରାଯାଇଛି । ସମସ୍ତ ଦିଗକୁ ଧ୍ୟାନରେ ରଖି ପୋଲିସ ତଦନ୍ତ କରୁଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored