Public Safety Laws / ଆସିଲା ନୂଆ ଆଇନ୍; ଗୁଣ୍ଡାଗର୍ଦ୍ଦି, ହିଂସା କଲେ ଆଉ ମିଳିବନି ତ୍ରାହି
·1 hour ago·2 min read

Key Points
ଗୁଣ୍ଡାଗର୍ଦ୍ଦି ଓ ସମାଜ ବିରୋଧୀ ଗତିବିଧିରେ ସାମିଲ୍ ଲୋକଙ୍କୁ ଚିହ୍ନଟ କରାଯିବ । ଏଭଳି ଅଭିଯୁକ୍ତଙ୍କୁ ସର୍ବାଧିକ ୧୨ ମାସ ପର୍ଯ୍ୟନ୍ତ ହେପାଜତରେ ରଖାଯାଇପାରିବ ।
କୋଲକାତା: ସୁଦୃଢ଼ ହେବ କାନୁନ୍ ବ୍ୟବସ୍ଥା । ସରକାର ଆଣିଲେ ନୂଆ ଆଇନ୍ । ଏଣିକି ଗୁଣ୍ଡାଗର୍ଦ୍ଦି, ହିଂସା ଓ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ ଆଉ ରକ୍ଷା ନାହିଁ । ଅଭିଯୁକ୍ତଙ୍କ ବିରୋଧରେ ହେବ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ।
ଗୁଣ୍ଡାଗର୍ଦ୍ଦି ଓ ସମାଜ ବିରୋଧୀ ଗତିବିଧିରେ ସାମିଲ୍ ଲୋକଙ୍କୁ ଚିହ୍ନଟ କରାଯିବ । ଏଭଳି ଅଭିଯୁକ୍ତଙ୍କୁ ସର୍ବାଧିକ ୧୨ ମାସ ପର୍ଯ୍ୟନ୍ତ ହେପାଜତରେ ରଖାଯାଇପାରିବ । ଗମ୍ଭୀର ମାମଲାରେ ଅଭିଯୁକ୍ତ ସେମାନଙ୍କ ପସନ୍ଦ ଅନୁଯାୟୀ ଓକିଲ ନିୟୋଜନ ପାଇଁ ଅନୁମତି ମିଳିବ ନାହିଁ । ସେମାନେ କେବଳ ସରକାରୀ ଆଇନ୍ ସେବା ସହାୟତା ନେଇ ପାରିବେ ।
ଏଥିସହ ପଢ଼ନ୍ତୁ: ନିଜ ହାତରେ ପୋଛିଦେଲା ନିଜ ପରିବାର; ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ପରିବାରକୁ ବି ଛାଡ଼ିଲାନି...
ପଶ୍ଚିମବଙ୍ଗରେ ଆଇନ୍ କାନୁନ୍ ବ୍ୟବସ୍ଥାକୁ ଦୃଢ଼ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି । କହିଛନ୍ତି, "ସରକାର ଗତ ମାସରେ ବିଧାନସଭାରେ ପାରିତ କରିଥିବା ୨ଟି ନୂଆ ଆଇନ୍ ସୋମବାର ଠାରୁ ରାଜ୍ୟରେ ଲାଗୁ ହୋଇଯିବ ।"
ବହରାମପୁରରେ ପ୍ରଶାସନିକ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "୨ ନୂଆ ଆଇନ୍କୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ପଶ୍ଚିମବଙ୍ଗ ଲୋକ ସୁରକ୍ଷା ଏବଂ ଅସାମାଜିକ ଗତିବିଧି ନିୟନ୍ତ୍ରଣ ଅଧିନିୟମ, ୨୦୨୬ ଏବଂ ପଶ୍ଚିମବଙ୍ଗ ଲୋକ ବ୍ୟବସ୍ଥା ସଂରକ୍ଷଣ ସଂଶୋଧନ ଆଇନ୍, ୨୦୨୬କୁ ଲାଗୁ କରାଯିବ ।"
ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଏହି ୨ ଆଇନ୍ ଲାଗୁ ହେବା ଦ୍ଵାରା ରାଜ୍ୟରେ ଗୁଣ୍ଡାଗର୍ଦ୍ଦି, ହିଂସା ଓ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଭଳ ଘଟଣାକୁ ପ୍ରଭାବୀ ଭାବେ ନିୟନ୍ତ୍ରଣ କରାଯାଇ ପାରିବ । ସରକାର ଆଇନ୍ ବ୍ୟବସ୍ଥା ସହ କୌଣସି ପ୍ରକାର ବୁଝାମଣା କରିବେ ନାହିଁ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ।
ଗୁଣ୍ଡା ଓ ସମାଜ ବିରୋଧୀ ଗତିବିଧିରେ ସାମିଲ୍ ଲୋକଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ସର୍ବାଧିକ ୧୨ ମାସ ପର୍ଯ୍ୟନ୍ତ ହେପାଜତରେ ରଖାଯାଇ ପାରିବ । ଗମ୍ଭୀର ମାମଲାରେ ଅଭିଯୁକ୍ତ ନିଜେ ଓକିଲ ନିଯୁକ୍ତ କରିପାରିବେ ନାହିଁ । କେବଳ ସରକାରୀ ଆଇନ୍ ସହାୟତା ସେବା ପାଇ ପାରିବେ ।
ସେହିଭଳି ଅନ୍ୟ ଆଇନ୍ ଅନୁସାରେ, ସର୍ବସାଧାରଣ କିମ୍ବା ଘରୋଇ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ବ୍ୟକ୍ତିଙ୍କ ଠାରୁ ଅର୍ଥ ଆଦାୟ କରାଯିବ । ଏଥିପାଇଁ ସ୍ଵତନ୍ତ୍ର ଭାବେ ଏକ ଆୟୋଗ ଗଠନ କରାଯିବ । ଆୟୋଗ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରିବେ ।
ଏଥିସହ ପଢ଼ନ୍ତୁ: ରାତି ଅଧରେ ମହିଳାଙ୍କ ଘରେ ପଶି ମାଡ଼ ଖାଇଲେ ପୋଲିସ ବାବୁ
ଦଙ୍ଗା, ହିଂସାତ୍ମକ ଆନ୍ଦୋଳନ, ଅବୈଧ ଭିଡ଼ ଓ ଆଇନ୍ ଶୃଙ୍ଖଳ ବିପର୍ଯ୍ୟସ୍ତ ସ୍ଥିତିରେ ସରକାରୀଓ ଘରୋଇ ସମ୍ପତ୍ତିର ସୁରକ୍ଷା ସରକାରଙ୍କ ଦାୟିତ୍ଵ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଆଇନ୍ ବ୍ୟବସ୍ଥା ସହ ଜଡ଼ିତ ମାମଲାରେ କୌଣସି ନେତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରିବାକୁ ଅଧିକାରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ପୋଲିସକୁ ସ୍ଵାଧୀନତା ଦିଆଯାଇଛି । ପୋଲିସ ଅଧିକାରୀ ପାଇଥିବା ପ୍ରଶିକ୍ଷଣ ଓ ଆଇନ୍ ଆଧାରରେ ସ୍ଥିତି ଦେଖି ତୁରନ୍ତ ନିଷ୍ପତ୍ତି ନେଇ ପାରିବେ । ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories