Videos
|
Crime

Ratan Tata Deepfake Video / ରତନ ଟାଟାଙ୍କ ଡିପଫେକ୍ ଭିଡିଓ କରି ଲୁଟ୍; ୪.୦୯ ଲକ୍ଷ ହରାଇଲେ ନର୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
ରତନ ଟାଟାଙ୍କ ଡିପଫେକ୍ ଭିଡିଓ କରି ଲୁଟ୍; ୪.୦୯ ଲକ୍ଷ ହରାଇଲେ ନର୍ସ
Ratan Tata Deepfake Video

Key Points

ସାଇବର ଆକ୍ରମଣରେ ଫସିଗଲେ ନର୍ସ
ଠକମାନେ ଲୁଟିନେଲେ ୪.୦୯ ଲକ୍ଷ
ରତନ ଟାଟାଙ୍କ ଡିପଫେକ୍ ଭିଡିଓ ସାହାଯ୍ୟରେ ଠକେଇ
ପୁଣେ: ସାଇବର ଅପରାଧୀମାନେ ସ୍ୱର୍ଗତ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଏକ ଡିପ୍ ଫେକ୍ ଭିଡିଓ କ୍ଲିପ୍ ବ୍ୟବହାର କରି ଜଣେ ମହିଳାଙ୍କୁ ଠକିଛନ୍ତି । ମହିଳାଙ୍କଠାରୁ ୪.୯ ଲକ୍ଷ ଟଙ୍କା ଠକେଇ ହୋଇଛି । ଆମ୍ବେଗାଓଁର ଜଣେ ୩୮ ବର୍ଷୀୟା ମହିଳାଙ୍କ ଅଭିଯୋଗ ପରେ, ପୁଣେ ସାଇବର ପୋଲିସ ଠକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଅଭିଯୋଗକାରିଣୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ପୋଲିସର କହିବା ଅନୁଯାୟୀ, ଠକେଇର ଶିକାର ହୋଇଥିବା ନର୍ସ ଜଣକ ସୋସିଆଲ ମିଡିଆରେ ରତନ ଟାଟାଙ୍କ ଏକ ନକଲି ଭିଡିଓ ଦେଖିଥିଲେ, ଯେଉଁଥିରେ ଭାରତର ବିକାଶରେ ସାହାଯ୍ୟକାରୀ ଯୋଜନାରେ ନିବେଶ କରିବାକୁ ଲୋକଙ୍କୁ ଆହ୍ବାନ କରାଯାଇଥିଲା । ମହିଳା ଜଣକ ଭିଡିଓରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରିଥିଲେ । ଆଉ ତା'ପରେ ତାଙ୍କ ଆକାଉଣ୍ଟରୁ ଉଡ଼ିଯାଇଥିଲା ଲକ୍ଷ ଲକ୍ଷ ଟଙ୍କା ।

  • ଏମିତି ହୋଇଥିଲା ଠକେଇ
ନର୍ସ ଜଣକ ଲିଙ୍କ୍ କ୍ଲିକ୍ କରିବା ପରେ ସେଥିରେ ନିଜର ସମସ୍ତ ବିବରଣୀ ପୂରଣ କରିଥିଲେ । ତା’ପରେ ତାଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା । ସେ ତାହା ମଧ୍ୟ କରିଥିଲେ । ଏହାପରେ ନର୍ସଙ୍କୁ ମନୁ ମୋହନ ନାମକ ଜଣେ ବ୍ୟକ୍ତିଙ୍କର ଫୋନ୍ ଆସିଲା, ଯିଏ ତାଙ୍କୁ ଭଲ ଲାଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କୁ ୱାର୍ଲ୍ଡ ଟ୍ରେଡେକ୍ସରେ ଟଙ୍କା ନିବେଶ କରିବାକୁ କହିଥିଲେ । ନର୍ସ ଜଣକ ଠକମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନରେ ୪.୦୯ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ନର୍ସ ଜଣକ ୧୧ଟି ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ୪,୦୯,୧୦୦ ଟଙ୍କା ଠକମାନଙ୍କ ଟ୍ରାନ୍ସଫର କରିଥିଲେ ।

  • କେମିତି ଜାଣିଲେ ଠକେଇର ଶିକାର ହୋଇଛନ୍ତି ?
ଠକମାନେ ନର୍ସଙ୍କୁ ଏକ ନକଲି ପୋର୍ଟାଲ ମଧ୍ୟ ପଠାଇଥିଲେ । ଯେତେବେଳେ ସେ ଲିଙ୍କ୍ ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ନିବେଶରେ ବିପୁଳ ଲାଭ ଦେଖାଯାଇଥିଲା । କିନ୍ତୁ ଯେତେବେଳେ ସେ ଲିଙ୍କ୍ ମାଧ୍ୟମରେ ତାଙ୍କ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ, ତାଙ୍କୁ ଅଧିକ ଟଙ୍କା ସ୍ଥାନାନ୍ତର କରିବାକୁ କୁହାଯାଇଥିଲା । ଏହାପରେ ମହିଳା ଜଣକ ଠକାମି ହୋଇଥିବା ଜାଣି ପୁଣେ ସହର ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୱେବ୍ ସିରିଜ୍ ଦେଖି ହତ୍ୟା ଷଡ଼ଯନ୍ତ୍ର, ସ୍ତ୍ରୀକୁ ମାରି ଫେରାର୍ ଇଞ୍ଜିନିୟର ସ୍ଵାମୀ; ପୁଅ ଦେଖିଲା ଭୟଙ୍କର ଦୃଶ୍ୟ

ତାଙ୍କ ଅଭିଯୋଗ ଯାଞ୍ଚ କରିବା ପରେ, ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୧୮(୪), ୩୧୯(୨) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬(ଡି) ଅନୁଯାୟୀ ଅଜ୍ଞାତ ସାଇବର ଠକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଛି ପୋଲିସ । ଏବେ ଲୋକଙ୍କୁ ଠକିବା ପାଇଁ ଡିପଫେକ୍ ଭିଡିଓର ବ୍ୟବହାର କରାଯାଉଛି । ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଡିପଫେକ୍ ଭିଡିଓ ଦୁଇ ଜଣଙ୍କୁ ଠକିବା ପାଇଁ ବ୍ୟବହାର କରାଯାଇଥିଲା । ଏପରି ଠକେଇଠାରୁ ଦୂରେଇ ରୁହନ୍ତୁ । କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ ।
Ratan Tata Deepfake Video Used in ₹4 Lakh Investment Scam; Pune Nurse Loses Money to Cyber Fraud | Argus News