Videos
|
Odisha

Orangutan Rescue Case / କ୍ରାଇମବ୍ରାଞ୍ଚ STF ହାତରେ ବଡ଼ ସୁରାକ୍; ପଶ୍ଚିମବଙ୍ଗ ପରେ ବିହାରରେ ରେଡ୍

Sushanta Sahoo
Browse all articles by Sushanta Sahoo
·50 mins ago·2 min read
କ୍ରାଇମବ୍ରାଞ୍ଚ STF ହାତରେ ବଡ଼ ସୁରାକ୍; ପଶ୍ଚିମବଙ୍ଗ ପରେ ବିହାରରେ ରେଡ୍
Odisha STF Conducts Raid in Bihar

Key Points

ଓରାଙ୍ଗଉଟାନ ଚାଲାଣ ଓ ଡିଲ୍ ପଛରେ ଜଣେ ବିହାରୀ ମାଫିଆ ଥିବା ଚିହ୍ନଟ କରିଛି କ୍ରାଇମବ୍ରାଞ୍ଚ । ବିହାରୀ ମାଫିଆକୁ ଚିହ୍ନଟ କରାଯିବା ପରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି ।
ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇ ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା । କ୍ରାଇମବ୍ରାଞ୍ଚ STF ହାତରେ ଆଉ ଏକ ସୁରାକ । ଓରାଙ୍ଗଉଟାନ ଚାଲାଣ ଓ ଡିଲ୍ ପଛରେ ଜଣେ ବିହାରୀ ମାଫିଆ ଥିବା ଚିହ୍ନଟ କରିଛି କ୍ରାଇମବ୍ରାଞ୍ଚ ।

ବିହାରୀ ମାଫିଆକୁ ଚିହ୍ନଟ କରାଯିବା ପରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ମାଫିଆକୁ ଧରିବା ପାଇଁ ସ୍ଥାନୀୟ ପୋଲିସ ସହାୟତାରେ ବିହାରରେ ରେଡ କରିଛି STF ଟିମ୍ । ତେବେ ଗିରଫ ଭୟରେ ଅନେକ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ସେପଟେ, ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଶୁକ୍ରବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ, "ଓରାଙ୍ଗଉଟାନ ଓଡ଼ିଶା ଆସିବାରେ ଆନ୍ତର୍ଜାତୀୟ ଲିଙ୍କ୍ ଥିବାର ସନ୍ଦେହ କରାଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ଏହାର ତଦନ୍ତ ଚାଲିଛି । ଏସଟିଏଫ ଏହାର ତଦନ୍ତ କରୁଛି, କିଛି ସମୟ ଲାଗିବ । ଖୁବ୍‌ଶୀଘ୍ର ଦୋଷୀ ଧରା ପଡ଼ିବେ ।"

ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ରୋଷଘରରେ କାଠ ସଙ୍କଟ! କାର୍ତ୍ତିକ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାଥମିକ ସ୍ତରରେ ରାଜ୍ୟରେ ଯେଉଁମାନେ ଏଥିରେ ଜଡିତ ଥିଲେ, ଧରା ପଡ଼ଛନ୍ତି । ସେମାନଙ୍କର ଲିଙ୍କ୍ କେତେ ଦୂର ଥିଲା, ତାର ଖୋଳତାଡ଼ ଚାଲିଛି । ଏସଟିଏଫ ଓ WCCB ତଦନ୍ତ କରୁଛି । ବିଭିନ୍ନ ରାଜ୍ୟ ଯାଇ ସେଠାରେ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, "ତଦନ୍ତ ପାଇଁ ମାସେରୁ ଅଧିକ ସମୟ ମଧ୍ୟ ଲାଗିପାରେ । ଭବିଷ୍ୟତରେ ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି । ରାକେଟକୁ ମୂଳରୁ ଓପାଡ଼ିବା ପାଇଁ ଲମ୍ବା ସମୟ ଲାଗିପାରେ । ଏସଟିଏଫ ଉପରେ ଆମର ବିଶ୍ୱାସ ରହିଛି । ଏବେ ସବୁ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି ।"

ସେପ୍ଟେମ୍ବର ୧୬ ତାରିଖରେ ନନ୍ଦନକାନନରେ ୫ ଜଣିଆ ବୈଷୟିକ ଟିମ୍ ଓରାଙ୍ଗଓଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ସମସ୍ତ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ଛୁଆଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା ବୈଷୟିକ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ କରାଯାଇଛି । ଛାତି, ପେଟ ଓ ଖପୁରୀର ଏକ୍ସ-ରେ କରାଯାଇଛି । ରକ୍ତ, ସିରମ୍ ଏବଂ ନାସୋଫାରିଞ୍ଜିଆଲ୍ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି ।

ଏଥିସହ ପଢ଼ନ୍ତୁ: ୨୨ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା କମ୍ ଥିବା କହିଲେ ପାଣିପାଗ ବିଶେଷଜ୍ଞ 

ଲାବୋରେଟୋରୀ ପରୀକ୍ଷାର ରିପୋର୍ଟ ପ୍ରକ୍ରିୟାଧୀନ ରହିଛି । ହେମାଟୋଲୋଜି ପରୀକ୍ଷାରେ ଜଣେ ଓରାଙ୍ଗଉଟାନ ଠାରେ ଗୁରୁତର ରକ୍ତହୀନତା (Severe Anaemia) ଏବଂ ଦୁଇଜଣଙ୍କଠାରେ ସାମାନ୍ୟ ରକ୍ତହୀନତା (Mild Anaemia) ଚିହ୍ନଟ ହୋଇଛି । ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ଓରାଙ୍ଗଉଟାନ ଛୁଆମାନଙ୍କୁ ସହାୟକ ପୋଷଣ ଓ ସପ୍ଲିମେଣ୍ଟେସନ୍ ଦେବା ଆରମ୍ଭ ହୋଇଛି ।

୫ ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ଗୁରୁତର ରକ୍ତହୀନତା ଏବଂ ଦୁଇଜଣଙ୍କଠାରେ ସାମାନ୍ୟ ରକ୍ତହୀନତା ମିଳିଥିବା ବେଳେ, ବାକି କ୍ଲିନିକାଲ୍ ପରୀକ୍ଷଣରେ ସମସ୍ତଙ୍କ ଅବସ୍ଥା ସ୍ଥିର ଓ ଖାଦ୍ୟ ଗ୍ରହଣ ସ୍ୱାଭାବିକ ବୋଲି କୁହାଯାଇଛି ।