Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମେ ୧୨ ବର୍ଷର ଝିଅକୁ ମାରିଦେଲା ମାଆ, ପରେ ହାରିଦେଲେ ନିଜ ଜୀବନ

Crime

Crime In India / ପ୍ରଥମେ ୧୨ ବର୍ଷର ଝିଅକୁ ମାରିଦେଲା ମାଆ, ପରେ ହାରିଦେଲେ ନିଜ ଜୀବନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପ୍ରଥମେ ୧୨ ବର୍ଷର ଝିଅକୁ ମାରିଦେଲା ମାଆ, ପରେ ହାରିଦେଲେ ନିଜ ଜୀବନ

Key Points

ନିଜେ ଅବସାଦରେ ରହୁଥିବା ମାଆ ଶେଷରେ ଝିଅକୁ ମାରି ଦେଇଛି । ସ୍ଵାମୀ ଘରେ ନଥିବା ବେଳେ ନିଜ ହାତରେ ସଂସାର ଉଜାଡ଼ି ଦେଇଛି । ୧୨ ବର୍ଷର ଝିଅକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଛି ମାଆ ।

ବେଙ୍ଗାଳୁରୁ: ଅସ୍ତବ୍ୟସ୍ତ କରୁଥିଲା ମାନସିକ ଅବସାଦ । ନିଜେ ଅବସାଦରେ ରହୁଥିବା ମାଆ ଶେଷରେ ଝିଅକୁ ମାରି ଦେଇଛି । ସ୍ଵାମୀ ଘରେ ନଥିବା ବେଳେ ନିଜ ହାତରେ ସଂସାର ଉଜାଡ଼ି ଦେଇଛି । ୧୨ ବର୍ଷର ଝିଅକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଛି ମାଆ । ଏ ଅଘଟଣ ଘଟିଛି କର୍ଣ୍ଣାଟକର ଶିବମୋଗାରେ । ସରକାରୀ ଡାକ୍ତରଖାନାର ନର୍ସ କ୍ଵାର୍ଟରରୁ ଦୁଇ ଦୁଇଟି ମୃତଦେହ ମିଳିଛି ।


ମିଳିଥିବା ସୂଚନା ଅନୁସାରେ, ମହିଳଙ୍କ ସ୍ଵାମୀ ମେଡିକାଲ୍‌ରେ ଲ୍ୟାବ ଟେକ୍ନିସିଆନ୍ ଭାବେ କାମ କରନ୍ତି । ନାଇଟ୍ ସିଫ୍ଟରେ ସ୍ଵାମୀ ମେଡିକାଲ୍ ଯିବା ପରେ ମହିଳା ପ୍ରଥମେ ୧୨ ବର୍ଷର ଝିଅକୁ ହତ୍ୟା କରିଥିଲେ । ପରେ ଝିଅର ମୃତଦେହ ପାଖରେ ନିଜେ ଝୁଲିପଡ଼ି ଜୀବନ ହାରିଛନ୍ତି ।


ଏଥିସହ ପଢ଼ନ୍ତୁ: ବାରଣ୍ଡାରେ ଶୋଇଥିବା ବେଳେ ଦଶହରା ରାତିରେ ଆସି କୁରାଢ଼ିରେ ହାଣିଦେଲା ପଡ଼ୋଶୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମେଡିକାଲ୍‌ରୁ ସକାଳେ ସ୍ଵାମୀ ଫେରିବା ପରେ କବାଟ ବାଡ଼େଇଥିଲେ । ହେଲେ ଘର କବାଟ ଖୋଲି ନଥିଲେ ପତ୍ନୀ । ପରେ ପଡ଼ୋଶୀଙ୍କ ସହାୟତାରେ ସ୍ଵାମୀ ଘରର କବାଟ ଭାଙ୍ଗିଥିଲେ । ହେଲେ ସେତେବେଳକୁ ଆଉ କିଛି ନଥିଲା । ଝିଅର ଶବ ତଳେ ପଡ଼ିଥିବା ବେଳେ ଝୁଲୁଥିଲା ସ୍ତ୍ରୀର ମୃତଦେହ । ଯାହାକୁ ଦେଖି ସମସ୍ତେ ହୋଇ ଯାଇଥିଲେ ସ୍ତବ୍ଧ ଓ ବିବ୍ରତ ।


ଏଥିସହ ପଢ଼ନ୍ତୁ: ଆଙ୍ଗୁଠି କାଟିଦେଲେ, ଛୁରୀରେ ଭୁସିଲେ, ନାବାଳକ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା


୧୨ ଝିଅ ପୂର୍ବିକା ମୁଣ୍ଡ ଫାଟି ଘର ରକ୍ତାକ୍ତ ହୋଇ ପଡ଼ିଥିଲା । ମହିଳାଙ୍କ ଶରୀର ଝୁଲୁଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମହିଳା ଜଣଙ୍କ ମାନସିକ ଅବସାଦରେ ଥିଲେ । ଘଟଣାକୁ ନେଇ ପୋଲିସ ଏକ ହତ୍ୟା ସହ ଆତ୍ମହତ୍ୟା ମାମଲା ରୁଜୁ କରିଛି । ଏ ଘଟଣାର ଅନ୍ୟ ସମ୍ଭାବ୍ୟ ଦିଗ ଉପରେ ତଦନ୍ତ କରୁଛି ପୋଲିସ ।

Related Topics

Explore more stories

Sponsored
Crime In India | Shivamogga Tragedy: Depressed Mother Kills 12-Year-Old Daughter, Ends Life | Argus News | Argus News