Subhamitra Murder Case / ରେଡ୍ ଫ୍ଲାଗ୍ ହେଲା କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା, କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ କରିବେ ନିରୀକ୍ଷଣ

Key Points
କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବା ନେଇ ସୂଚନା। ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରିବା ଉପରେ ଗୁରୁତ୍ଵ ।
ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା । ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ ହେଲା ମାମଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ ବୋଲି ସୂଚନା ରହିଛି । ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ୍ ସମୟରେ ଚାର୍ଜସିଟ ଦାଖଲ କରିବା ଦିଗରେ ଗୁରୁତ୍ବ ଦିଆଯାଇଛି । ଶ୍ୱାସରୁଦ୍ଧରୁ ଶୁଭମିତ୍ରାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।
ସେପଟେ ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରୀୟଦର୍ଶନିଙ୍କ ମୃତ୍ୟୁ ମାମଲାରେ ପୁନଃ ତଦନ୍ତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁଣ୍ଟୁଣୀ ଥାନାକୁ ଉକ୍ତ ମାମଲାର ଫାଇଲ ଓ ଅନ୍ୟ କାଗଜ ପତ୍ର କମିସନରେଟ ପୋଲିସ୍ ମାଗିଥିବା ସୂଚନା ମିଳିଛି । ସେପଟେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନା କୁ ଆସିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା । ଅତି ସହଜରେ ସେଦିନ ସେ କାମ କରିଥିଲା । ଆଉ ସେଦିନ ହତ୍ୟା ପରେ ଘଟଗାଁର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲା । ଶୁଭମିତ୍ରାଙ୍କୁ ହତ୍ୟା କରିବାର ସପ୍ତାହେ ପୂର୍ବରୁ ମାଉସୀ ପୁଅ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା ଦୀପକ । ଆବଶ୍ୟକତା ପଡିଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଖୋଳ ତାଡ଼ କରିପାରେ କମିସନରେଟ ପୋଲିସ ।
ଅଧିକ ପଢ଼ନ୍ତୁ: ବୀମା ଟଙ୍କା ପାଇଁ ୨ ପତ୍ନୀଙ୍କୁ ହତ୍ୟା କରିଛି ଦୀପକ ! ଖୋଲିବ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ
ସେପଟେ ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅର୍ଗସ କ୍ୟାମେରାରେ ବଡ଼ ବୟାନ ଦେଇଛନ୍ତି ଶୁଭମିତ୍ରାଙ୍କ ବାପା । ୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।
ସେ ଆହୁରି କହିଛନ୍ତି, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ ଯୋଜନା କରିଥିଲେ ଦୀପକ ଓ ତା’ର ବଡ଼ ଭାଇ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ବି ବୀମା କରିଥିଲା ଦୀପକ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ଦୀପକ ଦେଢ଼ କୋଟି ଟଙ୍କାର ବୀମା କରିଥିଲା । ଆଉ ଅପର୍ଣ୍ଣାକୁ ମଧ୍ୟ ହତ୍ୟା କରିବା ପରେ ସେ ସେହି ଦେଢ଼ କୋଟି ଟଙ୍କା ହାତେଇଥିବା ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା । ଦୀପକ ହତ୍ୟା କରି ପାଉଥିବା ବୀମା ଟଙ୍କାକୁ ତା ଭାଇ ବ୍ୟବସାୟରେ ଲଗାଏ । ଅପର୍ଣ୍ଣା, ଶୁଭମିତ୍ରା ଭଳି ଆଉ କେତେ ଜଣଙ୍କୁ ଦୀପକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବ ବୋଲି ସେ ଅଭିଯୋଗ କରିଛନ୍ତି।
📱 Get Argus News App
✨Related Topics
Explore more stories