Hostel Girl Kidnapping / କାଳ ହେଲା ସୋସିଆଲ ମିଡିଆ ପ୍ରେମ, ହଷ୍ଟେଲରୁ ଅପହରଣ...ହୋଟେଲରେ ଦୁଷ୍କର୍ମ
·5 months ago·2 min read

Key Points
କାଳ ହେଲା ସୋସିଆଲ ମିଡିଆ ପ୍ରେମ
ପ୍ରେମ ନାଁରେ ପାପ
ରେଳ ଷ୍ଟେସନରୁ ଧରାପଡ଼ିଲେ ଫେରାର ଅଭିଯୁକ୍ତ
ପ୍ରେମ ନାଁରେ ପାପ
ରେଳ ଷ୍ଟେସନରୁ ଧରାପଡ଼ିଲେ ଫେରାର ଅଭିଯୁକ୍ତ
କଟକରୁ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ପୁରୀର ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗତ ନଭେମ୍ବର ମାସରେ ଘଟିଥିବା ଏହି ଅମାନବୀୟ ଘଟଣାର ପର୍ଦ୍ଦାଫାଶ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଯାଜପୁର ରୋଡ୍ ଷ୍ଟେସନରୁ କାବୁ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ।
ସୋସିଆଲ ମିଡିଆରେ ବନ୍ଧୁତା, ତା'ପରେ ପ୍ରେମ ଆଉ ଶେଷରେ ପ୍ରତାରଣା । କଟକର ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ ୩ ନାବାଳିକା ଛାତ୍ରୀଙ୍କ ସହ ଘଟିଥିବା ଅଭାବନୀୟ ଘଟଣାର ପର୍ଦ୍ଦାଫାଶ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଘଟଣାଟି ଗତ ଅକ୍ଟୋବର-ନଭେମ୍ବର ମାସର ହୋଇଥିବା ବେଳେ, ପୋଲିସ ଦୀର୍ଘ ଦିନର ତଦନ୍ତ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଅକ୍ଟୋବର ୩୧ ତାରିଖରେ ଅଭିଯୁକ୍ତ ସତ୍ୟବ୍ରତ ପରିଡ଼ା କୌଶଳକ୍ରମେ ନାବାଳିକାଙ୍କୁ ହଷ୍ଟେଲରୁ ପୁରୀ ନେଇଯାଇଥିଲେ । ସେଠାରେ ହୋଟେଲର ରୁମ୍ ନମ୍ବର ୨୦୪ ଓ ୨୦୫ ରୁମ ବୁକ କରିଥିଲେ । ସତ୍ୟବ୍ରତଙ୍କ ସହ ତାଙ୍କର ଅନ୍ୟ ତିନି ସହଯୋଗୀ ପୁରୁଷୋତ୍ତମ ବେହେରା, ସୌମ୍ୟରଞ୍ଜନ ପରିଡ଼ା ଓ କୈଳାଶ ଚନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ଦିଲ୍ଲୀରେ ଆତ୍ମଗୋପନ କରିଥିଲେ ।
ତେବେ ଅପରାଧିକୁ ଧରିବା ପାଇଁ ପୋଲିସ ଯାଜପୁର ରୋଡ୍ ଷ୍ଟେସନରେ ଜାଲ ବିଛାଇଥିଲା । ଦିଲ୍ଲୀରୁ ଫେରୁଥିବା ବେଳେ ଷ୍ଟେସନରୁ ମାଷ୍ଟରମାଇଣ୍ଡ ସହ ତାଙ୍କର ଦୁଇ ସହଯୋଗୀଙ୍କୁ କାବୁ କରିଛି ପୋଲିସ । ତେବେ ପୋଲିସ ସୂଚନା ଅନୁଯାୟୀ, ଏହା ଗଣଦୁଷ୍କର୍ମ ନୁହେଁ, ବରଂ ନାବାଳିକାଙ୍କ ପୁରୁଷ ବନ୍ଧୁ ହିଁ ଦୁଷ୍କର୍ମ କରିଛନ୍ତି ଏବଂ ଅନ୍ୟମାନେ ଏଥିରେ ସହାୟତା କରିଥିଲେ । ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଫେରାର ଥିବା ଚତୁର୍ଥ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜନ୍ମଦାତ୍ରୀ ନା ରାକ୍ଷସୀ ! ନିଜ ୭ ବର୍ଷର ପୁଅ ଆର୍ଯ୍ୟନର ଜୀବନ ନେଲା ମାଆ
Related Topics
Explore more stories