Soumya Death Mystery / ସୌମ୍ୟ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ; ରଣପୁର ଜଙ୍ଗଲରେ ଲୁଚିଥିବା ଆଉ ୨ ଜଣ ଗିରଫ
·1 day ago·2 min read

Key Points
ବାଲିଅନ୍ତାରେ ବିଭତ୍ସ ଭାବେ ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ୨ ଜଣଙ୍କୁ ଗିରଫ କରିଛି । ଏଥିସହ ଗିରଫଦାରୀ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
ଭୁବନେଶ୍ଵର: ହାତଗୋଡ଼ ବାନ୍ଧିଲେ, ରାସ୍ତା ଉପରେ ରୁଣ୍ଡ ହେଲେ, ପଶୁ ଭଳି ମାରିଦେଲେ । ବାଲିଅନ୍ତାରେ ବିଭତ୍ସ ଭାବେ ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ୨ ଜଣଙ୍କୁ ଗିରଫ କରିଛି । ଏଥିସହ ଗିରଫଦାରୀ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ନିକଟ ଜଙ୍ଗଲରୁ ଦୁଇ ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ପଞ୍ଚାନନ ବଡ଼ଜେନା ଏବଂ ରଞ୍ଜିତ ରାଣାକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ୁଥିବାରୁ ଆହୁରି ଗିରଫଦାରୀ ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ
ପୂର୍ବରୁ ୧୩ ଗିରଫ
ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରଙ୍କ ସହ ପୂର୍ବରୁ ୧୩ ଜଣ ଗିରଫ ହୋଇଥିଲେ । ଏବେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ, ଶରୀର ଭିତରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କର ମୃତ୍ୟୁ ଘଟିଛି । କମିଶନରେଟ ପୋଲିସ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଯୁଦ୍ଧିଷ୍ଟିର ଜେନା ଓରଫ ବଣ୍ଟି ଏବଂ ଏବେ ମୁଖ୍ୟ ଅଭିଯୁକ୍ତ ଚିନୁକୁ ଗିରଫ କରିଥିଲା ।
ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ମୃତ ସୌମ୍ୟରଞ୍ଜନ ରେଳବାଇରେ ଜଣେ କନେଷ୍ଟବଳ ଥିଲେ ।
ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ଵ ଦେଇଥିଲେ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ପୀଡ଼ିତା ଓ ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଅଲଗା ଅଲଗା ବୟାନ ଦେଇଥିଲେ । ତାଙ୍କ ସହ ଅସଦାଚରଣ କରାଯାଇଛି । ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ ।
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର, ପାଖ ମେଡିକାଲ ଛାଡ଼ି ୧୮ କିମି ଦୂରକୁ କାହିଁକି ନେଲା ପୋଲିସ ?
ସନ୍ଦେହରେ ପୋଲିସର ଭୂମିକା
ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲା ରହସ୍ୟ ଦିନକୁ ଦିନ ଘନେଇବାରେ ଲାଗିଛି । ଏସବୁ ଭିତରେ ପୋଲିସର ଭୂମିକାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । କାହିଁକି ସୌମ୍ୟଙ୍କୁ ଘଟଣାସ୍ଥଳରୁ ପାଖରେ ଥିବା ଘରୋଇ ହସ୍ପିଟାଲକୁ ନେଲାନି ପୋଲିସ ? କାହିଁକି ବହୁ ଦୂରରେ ଥିବା ବାଳକାଟି ସରକାରୀ ମେଡିକାଲକୁ ନିଆଗଲା ?
ଘଟଣାସ୍ଥଳରୁ ଘରୋଇ ମେଡିକାଲର ଦୂରତା ମାତ୍ର ୯.୨ କିଲୋମିଟର ହେଉଥିବା ବେଳେ ବାଳକାଟି ସରକାରୀ ମେଡିକାଲର ଦୂରତା ଥିଲା ୧୮ କିଲୋମିଟରରୁ ଅଧିକ । ପରିବାର ଲୋକଙ୍କ କହିବା କଥା, ଯଦି ସୌମ୍ୟଙ୍କୁ ସମୟ ପୂର୍ବରୁ ପାଖ ମେଡିକାଲକୁ ନିଆଯାଇଥାନ୍ତା, ତେବେ ହୁଏତ ଆଜି ସୌମ୍ୟଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories