Soumya Death Mystery / ସୌମ୍ୟ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର, ପାଖ ମେଡିକାଲ ଛାଡ଼ି ୧୮ କିମି ଦୂରକୁ କାହିଁକି ନେଲା ପୋଲିସ ?
·18 hours ago·2 min read

Key Points
ଷ୍ଟ୍ରେଚର ନୁହେଁ, ବାଡ଼ିରେ ବୁହା ହୋଇ ଆସିଥିଲେ ସୌମ୍ୟ !
ଅର୍ଗସ ରିୟଲିଟି ଚେକରେ ଫସିଲା ପୋଲିସ, ଉଠିଲା ବଡ଼ ପ୍ରଶ୍ନ !
ସୌମ୍ୟ ହତ୍ୟାକାଣ୍ଡ ପଛରେ ରହିଛି କି ବଡ଼ ଚକ୍ରାନ୍ତ ?

ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ରହସ୍ୟ ଦିନକୁ ଦିନ ଘନେଇବାରେ ଲାଗିଛି । ଏସବୁ ଭିତରେ ପୋଲିସର ଭୂମିକାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । କାହିଁକି ସୌମ୍ୟଙ୍କୁ ଘଟଣାସ୍ଥଳରୁ ପାଖରେ ଥିବା ଘରୋଇ ହସ୍ପିଟାଲକୁ ନେଲାନି ପୋଲିସ ? କାହିଁକି ବହୁ ଦୂରରେ ଥିବା ବାଳକାଟି ସରକାରୀ ମେଡିକାଲକୁ ନିଆଗଲା ? ତା'ର ଆଜି ରିୟଲିଟି ଚେକ୍ କରିଛି ଅର୍ଗସ ନିୟୁଜ ।
ଗୁଗୁଲ ମ୍ୟାପ୍ରେ ଯେତେବେଳେ ରାସ୍ତାର ଦୂରତା ମପା ଯାଇଥିଲା, ସେତେବେଳେ ସତ୍ୟ ସାମ୍ନାକୁ ଆସିଥିଲା । ଘଟଣାସ୍ଥଳରୁ ଘରୋଇ ମେଡିକାଲର ଦୂରତା ମାତ୍ର ୯.୨ କିଲୋମିଟର ହେଉଥିବା ବେଳେ ବାଳକାଟି ସରକାରୀ ମେଡିକାଲର ଦୂରତା ଥିଲା ୧୮ କିଲୋମିଟରରୁ ଅଧିକ । ପରିବାର ଲୋକଙ୍କ କହିବା କଥା, ଯଦି ସୌମ୍ୟଙ୍କୁ ସମୟ ପୂର୍ବରୁ ପାଖ ମେଡିକାଲକୁ ନିଆଯାଇଥାନ୍ତା, ତେବେ ହୁଏତ ଆଜି ସୌମ୍ୟଙ୍କ ଜୀବନ ବଞ୍ଚିଯାଇଥାନ୍ତା ।
ଗତ ୭ ତାରିଖ ଦିନ ବାଳକାଟି ସରକାରୀ ମେଡିକାଲରେ ଡିୟୁଟିରେ ଥିବା ଡାକ୍ତର ଯେଉଁ ବୟାନ ଦେଇଛନ୍ତି, ତାହା ଆହୁରି ଚମକାଇ ଦେଲା ଭଳି। ଡାକ୍ତରଙ୍କ କହିବା ଅନୁସାରେ, ଦିନ ୧୨ଟା ୩୦ରୁ ୧୨ଟା ୪୦ ମଧ୍ୟରେ ସୌମ୍ୟଙ୍କୁ ମେଡିକାଲ ଅଣାଯାଇଥିଲା । ସେତେବେଳେ ମଧ୍ୟ ତାଙ୍କର ହାତଗୋଡ଼ ବନ୍ଧା ଯାଇଥିଲା ଏବଂ କୌଣସି ଷ୍ଟ୍ରେଚର ନୁହେଁ ବରଂ ଏକ ବାଡ଼ିରେ ବୋହିକି ତାଙ୍କୁ OPDକୁ ଅଣାଯାଇଥିଲା । ସେତେବେଳେ ସୌମ୍ୟଙ୍କ ନାକରୁ ପ୍ରଚୁର ରକ୍ତ ବୋହୁଥିଲା, ଡାହାଣ ପାଖ ଆଖି ପତା ଉପରେ ଏକ ବଡ଼ କଣା ହୋଇଥିଲା । ବ୍ଲଡ୍ ପ୍ରେସର କିମ୍ବା ପଲ୍ସ କିଛି ବି ଫିଲ୍ ହେଉନଥିଲା । ମେଡିକାଲରେ ECG ଉପଲବ୍ଧ ନଥିବାରୁ ଅପରାହ୍ନ ୧୨ଟା ୫୫ରେ ସୌମ୍ୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ସବୁଠୁ ବଡ଼ କଥା ହେଉଛି, ଏହି ସମୟରେ ମେଡିକାଲ ପରିସରରେ ୪ ଜଣ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଏହି ସବୁ ତଥ୍ୟ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପାଖ ହସ୍ପିଟାଲ ଥାଉ ଥାଉ ଦୂର ହସ୍ପିଟାଲକୁ ନେବାରେ ପୋଲିସର ଉଦ୍ଦେଶ୍ୟ କ'ଣ ଥିଲା ? ହାତଗୋଡ଼ ବନ୍ଧା ଅବସ୍ଥାରେ ବାଡ଼ିରେ ବୋହି ମେଡିକାଲ ଆଣିବା ପଛର କାରଣ କ'ଣ ? ଏହା ଏକ ସାଧାରଣ ମୃତ୍ୟୁ ନା ଏହା ପଛରେ ରହିଛି କୌଣସି ବଡ଼ ଷଡ଼ଯନ୍ତ୍ର ?ସେପଟେ ଏହି ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯାହାଫଳରେ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories