Soumya Murder Case / ସୌମ୍ୟ ଭିଡ଼ ହତ୍ୟା ଘଟଣା, ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଘନ୍ୟ କାଣ୍ଡର ସତ
·1 hour ago·2 min read

Key Points
ସୌମ୍ୟ ଭିଡ ହତ୍ୟାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଦଘନ୍ୟ କାଣ୍ଡର ସତ
ମୃତ କନଷ୍ଟେବଲ୍ ସୌମ୍ୟଙ୍କ ଶରୀରରେ ଥିଲା ୨୧ ଆଘାତ ଚିହ୍ନ

ସୌମ୍ୟ ଭିଡ଼ ହତ୍ୟାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଘନ୍ୟ କାଣ୍ଡର ସତ । ମୃତ କନଷ୍ଟେବଲ୍ ସୌମ୍ୟଙ୍କ ଶରୀରରେ ଥିଲା ୨୧ ଆଘାତ ଚିହ୍ନ । ମୁଣ୍ଡ, ମୁହଁ, ବେକ ପିଠି, ହାତ, ଗୋଡ ସବୁ ଜାଗାକୁ ପିଟିଥିଲେ ଜହ୍ଲାଦମାନେ । ମସ୍ତିଷ୍କରେ ଭୟଙ୍କର ରକ୍ତସ୍ରାବ ହୋଇଥିଲା ଏବଂ ସେହି ଆଘାତ ହିଁ ମୃତ୍ୟୁର କାରଣ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି । ସମସ୍ତ ଆଘାତ କଠିନ ଓ ଭାରୀ ବସ୍ତୁର ପ୍ରହାରରୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ମେ ୭' ଜଘନ୍ୟ କାଣ୍ଡର ସତ । ସୌମ୍ୟଙ୍କୁ ପିଟି ପିଟି ମାରିଦେବାର ଅକୁହା କଥା । ଆଉ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଘନ୍ୟ କାଣ୍ଡର ଅକୁହା କଥା । ଏତେ ଭୟଙ୍କର ସେ ମାଡ ଆପଣଙ୍କ ଛାତି ଥରି ଉଠିବ ।
ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ଶରୀରରେ ଥିଲା ମୋଟ ୨୧ଟି ଆଘାତ ଚିହ୍ନ । ମୁଣ୍ଡ, ମୁହଁ, ବେକ, ପିଠି, ହାତ ଓ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଡାହାଣ ଆଖି ଉପରେ ଗଭୀର ଚିରା ଘା' ଓ ପିଠିରେ ମଧ୍ୟ ଗଭୀର କ୍ଷତ ରହିଥିଲା । ସେହିପରି ବାମ ଆଖିରେ ରକ୍ତସ୍ରାବ ଦେଖାଯାଇଛି । ସମ୍ପୂର୍ଣ୍ଣ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ବିଭିନ୍ନ ସ୍ଥାନରେ ସବ୍-ଆରାକ୍ନଏଡ୍ ହେମୋରେଜ୍ (ରକ୍ତସ୍ରାବ) ହୋଇଥିଲା । ବେକର ମାଂସପେଶୀରେ ମଧ୍ୟ ରକ୍ତସ୍ରାବ ହୋଇଥିଲା । ଉଭୟ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।
ସେପଟେ ସୌମ୍ୟ ଭିଡ଼ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଏବେ ବି ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଗିରଫ ହୋଇଛନ୍ତି । ତେବେ ଏବେ ସୁଦ୍ଧା କାହିଁକି ଭିଡ଼ ହତ୍ୟା ଦଫା ଲାଗିନାହିଁ ? କାହିଁକି ଉପସ୍ଥିତ ପୋଲିସ ବିରୋଧରେ ହୋଇନାହିଁ ଫୌଜଦାରୀ ମାମଲା ରୁଜୁ ହୋଇନାହିଁ ? କାହିଁକି ଓମ୍ ଓ ଦୁଇ ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ ହେଉନାହିଁ ? ତାକୁ ନେଇ ସସ୍ପେନ୍ସ ବଢ଼ିଛି । ତେବେ ଆଗକୁ ସୌମ୍ୟ ଭିଡ଼ ହତ୍ୟା ମାମଲାର ତଦନ୍ତ କେଉଁ ଦିଗରେ ଯାଉଛି ତ' ଉପରେ ସମସ୍ତଙ୍କ ନଜର ରହିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ: ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories