Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Debashish Samantaray Rajya Sabha / ରାଜ୍ୟସଭା ଉପନିର୍ବାଚନ: ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ରାଜ୍ୟସଭା ଉପନିର୍ବାଚନ: ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ
Debasish Samantray

Key Points

ରାଜ୍ୟସଭାକୁ ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ
ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଦେବାଶିଷ ସାମନ୍ତରାୟ । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି । ଯାହାଫଳରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ରାଜ୍ୟସଭା ସଦସ ଭାବେ ଇସ୍ତଫା ଦେବା ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେପି ପୁଣି ଥରେ ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ୍‌ ଦେଇଥିଲା । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ବନ୍ଦ୍ବରେ ଦେବାଶିଷ ରାଜ୍ୟସଭାକୁ ନିର୍ବାଚନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: CMOରୁ ଫାଇଲ ହଜିବା ଘଟଣାରେ ପୋଲିସର ତନାଘନା, ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି


ସୂଚନା ଅନୁସାରେ, ସୂଚନା ଅନୁସାରେ, ଗତ ମେ' ୨୫ ତାରିଖରେ ବିଜେଡିରୁ ରାଜ୍ୟସଭା ସାଂସଦ ଥିବା ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ଏବଂ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ଦଳ ବିରୋଧରେ ବିଷୋଦଗାର କରିଥିଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ । ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି । ନବୀନ ନିବାସକୁ ହଠାତ୍‌ ମୋତେ ଯିବାକୁ ମନା କରାଗଲା। ବିଜୁବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍ । ବିଜୁବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ ବୋଲି କହିଥିଲେ ଦେବାଶିଷ ।

ତେବେ ବିଜେଡି ଛାଡ଼ିବାର ଗୋଟିଏ ଦିନ ପରେ ଅର୍ଥାତ ମେ' ୨୬ ତାରିଖରେ ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଥିଲେ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଥିଲେ ଦେବାଶିଷ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Debashish Samantaray Wins Odisha Rajya Sabha Bypoll Unopposed | Argus News