Videos
|
Crime

LPG Cylinder Incident / ମାଆ ସହ ଝଗଡ଼ା ପରେ ଯୁବକଙ୍କ ଅଜବକାଣ୍ଡ; ତୃତୀୟ ମହଲାରୁ ଫିଙ୍ଗିଲେ ସିଲିଣ୍ଡର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମାଆ ସହ ଝଗଡ଼ା ପରେ ଯୁବକଙ୍କ ଅଜବକାଣ୍ଡ; ତୃତୀୟ ମହଲାରୁ ଫିଙ୍ଗିଲେ ସିଲିଣ୍ଡର
Bindapur LPG Cylinder Incident

Key Points

ମାଆଙ୍କ ସହ ଝଗଡ଼ା ପରେ ଅଜବକାଣ୍ଡ
ଛାତ ଉପରୁ ସିଲିଣ୍ଡର ଫିଙ୍ଗିଲେ ଯୁବକ
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିନ୍ଦାପୁର ଅଞ୍ଚଳରୁ ଆସିଛି ଅଜବ ଘଟଣା । ରାଗରେ ନିଆଁବାଣ ହୋଇ ହିତାହିତ ଜ୍ଞାନ ହରାଇଛନ୍ତି ଯୁବକ । ମାଆଙ୍କ ସହ ଝଗଡ଼ା ହେବାପରେ ତୃତୀୟ ମହଲା ଛାତରୁ ଫିଙ୍ଗିଲେ ଗ୍ୟାସ୍ ସିଲିଣ୍ଡର । ଯାହାକି ଜଣେ ୩୦ ବର୍ଷୀୟ ଯୁବକଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଆଉ ଶେଷରେ ତାଙ୍କର ଜୀବନ ହାନି ଘଟିଛି ।

ଏହି ଘଟଣା ଶୁକ୍ରବାର ସନ୍ଧ୍ୟା ୬.୩୦ଟାରେ ବିନ୍ଦାପୁର ଅଞ୍ଚଳ ପାର୍କ ନିକଟରେ ଘଟିଛି । ଏହି ସମୟରେ ମୃତ ଯୁବକ ସାହିଲ ବିଲ୍ଡିଂ ବାହାରେ ଠିଆ ହୋଇଥିଲେ । ପୋଲିସ ସୂତ୍ର ଅନୁସାରେ, ତୃତୀୟ ମହଲା ବାଲକୋନିରୁ ହଠାତ୍ ସିଲିଣ୍ଡର ତଳେ ପଡ଼ିଥିଲା, ଯାହାଦ୍ଵାରା ଯୁବକ ଜଣକ ଗମ୍ଭୀର ଭାବେ ଆହତ ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ସାହିଲକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ଏହାପରେ ଯୁବକଙ୍କୁ ଦୀନ ଦୟାଲ ଉପାଧ୍ୟାୟ (ଡିଡିୟୁ)କୁ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  • ହେପାଜତକୁ ଗଲା ଅଭିଯୁକ୍ତ
ପୋଲିସ ଏହି ଘଟଣାରେ ବିଲ୍ଡିଂର ମାଲିକର ପୁତୁରା ଶିବମ ବର୍ମାଙ୍କୁ ହେପାଜତକୁ ନେଇଛି । ପଡ଼ୋଶୀଙ୍କ କହିବା ମୁତାବକ, ଶିବମ ଶର୍ମା ନିୟମିତ ଭାବେ ନିଶାଦ୍ରବ୍ୟ ଖାଇ ଘରେ ହଙ୍ଗାମା କରିଥାଏ । ଏନେଇ ପଡ଼ୋଶୀ ଅନେକ ଥର ବିଲ୍ଡିଂ ମାଲିକଙ୍କ ନିକଟରେ ଅଭିଯୋଗ କରିଆସିଛନ୍ତି । ପଡ଼ୋଶୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ଅଭିଯୁକ୍ତ ଶିବମ ଶର୍ମା ଓ ତାଙ୍କ ମାଆଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା, ଏହାପରେ ସେ ରାଗରେ ଜର୍ଜରିତ ହୋଇ ହଠାତ୍ ଗ୍ୟାସ୍ ସିଲିଣ୍ଡରକୁ ଧରି ତଳକୁ ପକାଇଥିଲେ । ଯାହାଦ୍ଵାରା ୩୦ ବର୍ଷୀୟ ଯୁବକଙ୍କ ଅକାଳ ବିୟୋଗ ଘଟିଛି ।

ପଢନ୍ତୁ ଏହି ଖବର: ପନିପରିବାକୁ ରାତାରାତି ବଡ଼ କରିବା ନାଁରେ ତିଆରି ହେଉଥିଲା ବିଷ; STFର ଚଢ଼ାଉ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ମୃତ ଯୁବକ ଥିଲେ ବିବାହିତ
ଏବେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି । ସିଲିଣ୍ଡରକୁ ଜାଣିଶୁଣି ଫିଙ୍ଗାଯାଇଥିଲା କି ଝଗଡ଼ା ସମୟରେ ଏହା ତଳକୁ ଖସିପଡ଼ିଥିଲା, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉଛି । ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକ ସାହିଲ ଏହି ବିଲ୍ଡିଂରେ ଗ୍ରାଉଣ୍ଡ ଫ୍ଲୋରରେ ନିଜ ପତ୍ନୀ ଓ ଗୋଟିଏ ୧ ବର୍ଷର ପୁଅ ସହ ରହୁଥିଲା । ସାହିଲଙ୍କ ଏଭଳି ଅକାଳ ବିୟୋଗ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି । ଏବେ ସାହିଲଙ୍କ ପତ୍ନୀ ଓ କୁନିପୁଅଙ୍କ ଭବିଷ୍ୟତକୁ ନେଇ ଉକ୍ତ ଅଞ୍ଚଳରେ ଆଲୋଚନା ହେଉଛି ।