Market Violence / ମାର୍କେଟ ପାଲଟିଲା ରଣକ୍ଷେତ୍ର; ଗୋମାଂସ ବିକ୍ରିକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା
·6 months ago·2 min read

Key Points
ରିଜେଣ୍ଟ ମାର୍କେଟ୍ ପାଲଟିଲା ରଣକ୍ଷେତ୍ର । ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଢେଲା ପଥର ମାଡ଼ ହୋଇଛି । ଏକାଧିକ କାର୍ ଭଙ୍ଗାରୁଜା ସହ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।
ସୁନ୍ଦରଗଡ଼: ଗୋମାଂସ ବିକ୍ରିକୁ ନେଇ ଜଳୁଛି ସୁନ୍ଦରଗଡ଼ । ରିଜେଣ୍ଟ ମାର୍କେଟ୍ ପାଲଟିଲା ରଣକ୍ଷେତ୍ର । ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଢେଲା ପଥର ମାଡ଼ ହୋଇଛି । ଏକାଧିକ କାର୍ ଭଙ୍ଗାରୁଜା ସହ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।
ଏଥିରେ ଏକାଧିକ ଯୁବକ ସମେତ ପୋଲିସ କର୍ମୀ ଆହତ ହୋଇଛି । ରିଜେଣ୍ଟ ମାର୍କେଟରୁ ଡେଲି ମାର୍କେଟକୁ ମଧ୍ୟ ସଂଘର୍ଷ ବ୍ୟାପିଛି । ଉତ୍ତେଜନା ଲାଗି ରହିଥିବା ବେଳେ ସହରରେ ପୋଲିସ ୧୬୩ ଧାରା ଲାଗୁ କରିଛି ।
ଏଥିସହ ପଢ଼ନ୍ତୁ: ବିଶ୍ଵକପ୍ ପୂର୍ବରୁ ବାଂଲାଦେଶ କ୍ରିକେଟ୍ରେ ଝଡ଼; ଖେଳିବାକୁ ମନା କରିଦେଲେ ସବୁ ଖେଳାଳି
ସୁନ୍ଦରଗଡ଼ ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ପୋଲିସ ମାଇକ୍ରେ ପ୍ରଚାର କରୁଛି । ଡେଲି ମାର୍କେଟର ଥିବା କୁକୁଡ଼ା ଓ ମଟନ ଦୋକାନ ଭଙ୍ଗାରୁଜା ସହ ରାସ୍ତା କଡ଼ରେ ଥିବା ଏକାଧିକ କାର ଭାଙ୍ଗିବା ସହ ଏକ ପିକଅପ୍କୁ ଜାଳି ଦେଇଛନ୍ତି ।
ସହରରେ ୧୬୩ ଧାରା ଜାରି କରାଯିବା ୧୦ ପ୍ଲାଟୁନ୍ରୁ ଅଧିକ ପୋଲିସ ମୁତୟନ କରାଯାଇଛି । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଡିଆଇଜି କହିଛନ୍ତି, "ଉତ୍ତେଜନା ପରେ ପୋଲିସ ପଦକ୍ଷେପ ନେଇଛି । ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ୍ ସେବା ବନ୍ଦ କରିବୁ ।
ଏଥିସହ ପଢ଼ନ୍ତୁ: ମରିଗଲା ମାଆର ମମତା; ସ୍ଵାମୀ ଫେରିବା ପୂର୍ବରୁ ୫ ଓ ୭ ବର୍ଷୀୟ ପୁଅର ନେଇଗଲା ଜୀବନ
ସୁନ୍ଦରଗଡ଼ ଏସପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି । ସୁନ୍ଦରଗଡ଼ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପଳଙ୍କ ଉପସ୍ଥିତିରେ ଉଭୟ ପକ୍ଷ ସହ ଆଲୋଚନା ହୋଇଛି ।
ତେବେ ଗୋମାଂସ କିଏ, କେଉଁଠୁ ଆଣି ବିକ୍ରି କରୁଥିଲା ? ସତରେ ତାହା ଗୋମାଂସ ନା ଉତ୍ତେଜନା ସୃଷ୍ଟି ପାଇଁ ଏଭଳି କେହି କରିଛି ? ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣି ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସ ପଦକ୍ଷେପ ନେଉଛି । ତଥାପି ୨ ଗୋଷ୍ଠୀର ଢେଲାପଥର ମାଡ଼ରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଗାଡ଼ି ଭଙ୍ଗାରୁଜା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: