Videos
|
Crime

Suitcase Murder / ତାମିଲନାଡୁ ଏକ୍ସପ୍ରେସ୍ ନାଲି ସୁଟକେସ୍ ମର୍ଡର; ଧରାପଡ଼ିଲେ ହତ୍ୟାକାରୀ ଦମ୍ପତି

Debashree Debasmita Sahoo
Browse all articles by Debashree Debasmita Sahoo
·57 mins ago·2 min read
ତାମିଲନାଡୁ ଏକ୍ସପ୍ରେସ୍ ନାଲି ସୁଟକେସ୍ ମର୍ଡର; ଧରାପଡ଼ିଲେ ହତ୍ୟାକାରୀ ଦମ୍ପତି
Suitcase Murder

Key Points

ତାମିଲନାଡୁ ଏକ୍ସପ୍ରେସ୍ ସୁଟକେସ୍ ମର୍ଡର
୨୪ଦିନ ପରେ ମଣିପୁରରୁ ହତ୍ୟାକାରୀ ଦମ୍ପତି ଗିରଫ
ହତ୍ୟାକାରୀ ଦମ୍ପତିଙ୍କ ମଧ୍ୟରୁ ସ୍ଵାମୀ ଆସାମର ଓ ସ୍ତ୍ରୀ ଓଡ଼ିଶାର
ଚେନ୍ନାଇ: ବହୁଚର୍ଚ୍ଚିତ ଟ୍ରେନ୍ ସୁଟକେସ୍ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘ ୨୪ ଦିନ ଧରି ଫେରାର୍ ରହିବା ପରେ ଶେଷରେ ମଣିପୁରରୁ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁ ଏକ୍ସପ୍ରେସ୍‌ର ଏକ ସୁଟକେସ୍‌ରୁ ୩୮ ବର୍ଷୀୟା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ହୋଇଥିଲା । ଏହି ବିଭତ୍ସ ହତ୍ୟାକାଣ୍ଡରେ ଜଣେ ଓଡ଼ିଆଙ୍କ ସମ୍ପୃକ୍ତି ରହିଛି ।

  • ମଣିପୁରରୁ ହତ୍ୟାକାରୀ ଦମ୍ପତି ଗିରଫ
ମୁଖ୍ୟ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଦୀର୍ଘ ୨୪ ଦିନର ଫେରାର୍ ପରେ ମଣିପୁରରୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଆସାମର କାଚାର ଜିଲ୍ଲାର ୨୨ ବର୍ଷୀୟ ମାଣିକ ଉଦ୍ଦିନ ଲସ୍କର ଏବଂ ତାଙ୍କ ସ୍ତ୍ରୀ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ୨୧ ବର୍ଷୀୟା ଭଗବତୀ ମାଝୀ । ଶନିବାର ମଣିପୁର ଏବଂ ତାମିଲନାଡୁ ପୋଲିସର ଏକ ଯୁଗ୍ମ ଟିମ୍ ମଣିପୁରର ଜିରିବାମ ଜିଲ୍ଲା କାଶୀମପୁରରୁ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ଗୁଡୁଭାଞ୍ଚେରୀ ଥାନା ପୋଲିସକୁ ହସ୍ତାନ୍ତର କରାଯାଉଥିବା ନେଇ ମଣିପୁର ପୋଲିସ ସୂଚନା ଦେଇଛି ।

  • କଣ ପୂରା ଘଟଣା?
ଗତ ଅଗଷ୍ଟ ୫ ତାରିଖରେ ତାମିଲନାଡୁ ଏକ୍ସପ୍ରେସ୍ ଆଗ୍ରା କାଣ୍ଟ ଷ୍ଟେସନରେ ପହଞ୍ଚିବା ପରେ, ଏକ ଜେନେରାଲ ବଗିରେ ଛଡ଼ାଯାଇଥିବା ନାଲି ରଙ୍ଗର ସୁଟକେସ୍‌ରୁ ଦୁର୍ଗନ୍ଧ ବାହାରୁଥିବା ଯାତ୍ରୀମାନେ ଲକ୍ଷ୍ୟ କରିଥିଲେ । ରେଳବାଇ ପୋଲିସ ସିଲିଣ୍ଡର ସଦୃଶ ସୁଟକେସ୍ ଖୋଲିବା ପରେ ସେଥିରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଓ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ଫୋରେନ୍ସିକ୍ ଯାଞ୍ଚରୁ ମୃତକ ଜଣକ ଓଡ଼ିଶାର ୩୮ ବର୍ଷୀୟ ହାୟାଥୁନ୍ ନିଶା ବୋଲି ସ୍ପଷ୍ଟ ହୋଇଥିଲା । ସେ ଚେନ୍ନାଇ ନିକଟସ୍ଥ ଗୁଡୁଭାଞ୍ଚେରୀରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।

ପଢନ୍ତୁ ଏହି ଖବର: ମଟନ୍ ଖାଇବାକୁ ପୁଅର ଜିଦ୍‍, ପିଟିପଟି ହତ୍ୟା କରିଦେଲା ବାପା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତ ବେଳେ ପୋଲିସ ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଫୁଟେଜ୍‌ରେ ମାଣିକ ଲସ୍କର ସେହି ଭାରୀ ନାଲି ସୁଟକେସ୍ ବୋହି ନେଉଥିବା ଏବଂ ତାଙ୍କ ସ୍ତ୍ରୀ ଭଗବତୀ ତାଙ୍କ ସହ ଯାଉଥିବା ଦେଖିବାକୁ ମିଳିଥିଲା । ପୋଲିସ ସେମାନଙ୍କ ଗତିବିଧିକୁ ପିଛା କରି ଗୁଡୁଭାଞ୍ଚେରୀସ୍ଥିତ ଭଡ଼ାଘରେ ପହଞ୍ଚିଥିଲା । ସେଠାରେ ତଲାସି ବେଳେ ଏକ ବଡ଼ ରୋଷେଇ ଡେକ୍‌ଚି ଭିତରୁ ମହିଳାଙ୍କର ଅବଶିଷ୍ଟ କଟା ଅଙ୍ଗପ୍ରତ୍ୟଙ୍ଗ ଉଦ୍ଧାର କରାଯାଇଥିଲା । ପ୍ରଥମେ ଗୁଡୁଭାଞ୍ଚେରୀ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ, ମୃତଦେହ ମିଳିବା ପରେ ଏହାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇଥିଲା । ହତ୍ୟା ପରେ ଶବ ଆପାତତଃ ଫିଙ୍ଗି ଦେଇ ଅଭିଯୁକ୍ତ ଦମ୍ପତି ଫେରାର୍ ହୋଇଯାଇଥିବାରୁ ପୋଲିସ ସାରା ଦେଶରେ ସେମାନଙ୍କୁ ଖୋଜାଖୋଜି ଚଳାଇଥିଲା । ଶନିବାର ସେମାନଙ୍କୁ ମଣିପୁରରୁ ଗିରଫ କରାଯାଇଛି ।