Videos
|
Crime

Madhya Pradesh 60 lakh theft / ଶୋଇ ରହିଲେ ଘର ଲୋକ; ଆରାମରେ ୬୦ ଲକ୍ଷର ଜିନିଷ ପତ୍ର ସହ ସୁନା ଗହଣା ନେଇ ଚୋର ମାରିଲା ଛୁ...

Subhramjit Ray
Browse all articles by Subhramjit Ray
·1 hour ago·2 min read
ଶୋଇ ରହିଲେ ଘର ଲୋକ; ଆରାମରେ ୬୦ ଲକ୍ଷର ଜିନିଷ ପତ୍ର ସହ ସୁନା ଗହଣା ନେଇ ଚୋର ମାରିଲା ଛୁ...
Madhya Pradesh 60 lakh theft

Key Points


ହରଦା ଜିଲ୍ଲାର ତିମାର୍ନି ଅଞ୍ଚଳରେ ଜଣେ ଚାଷୀଙ୍କ ଘରୁ ପ୍ରାୟ ୬୦ ଲକ୍ଷ ମୂଲ୍ୟର ସୁନା ରୂପା ଅଳଙ୍କାର ଏବଂ ନଗଦ ଚୋରି ହୋଇଛି। ସମ୍ପୂର୍ଣ୍ଣ ଘଟଣାକ୍ରମ ସିସିଟିଭିରେ କଏଦ ହୋଇଛି।
  • Gold silver theft CCTV camera: ସଦ୍ୟ ମଧ୍ୟ ପ୍ରଦେଶର ହରଦା ଜିଲ୍ଲାର ଟିମରନି ଥାନା ଅଧିନସ୍ଥ ଡଗାଓଁ ନିମା ଗାଁରେ, ରାତି ଅଧରେ ଜଣେ କୃଷକଙ୍କ ଘରେ ପଶି କଳା କନା ବୁଲାଇଛି ଚୋର। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଯେତେବେଳେ ଘରେ ଚୋରି ହୋଇଥିଲା ସେତେବେଳେ ସେହି ଘର ଲୋକ ଶୋଇ ରହିଥିଲେ। ଘର ଲୋକଙ୍କୁ ଚୋରି ହେବା ବେଳେ କୌଣସି ସାମାନ୍ୟ ଆଭାସ ମଧ୍ୟ ମିଳିନଥିଲା। ସମଗ୍ର ଘଚଣାକ୍ରମର ଭିଡ଼ିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଚୋର ୬୦ ଲକ୍ଷର ଜନିଷ ପତ୍ର ସହ ସୁନା ଗହଣା ନେଇ ଫେରାର ହୋଇଯାଇଛି।


  • ଡଗାଓଁ ନିମା ଗାଁରେ ରହୁଥିବା ଜଣେ କୃଷକଙ୍କ ପରିବାର ସକାଳୁ ଉଠି ଦେଖନ୍ତି ଯେ ଘରୁ ବହୁ ପରିମାଣରେ ମୂଲ୍ୟବାନ ଜିନିଷପତ୍ର ଗାଏବ ହୋଇଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଘରେ ଏକ ବାକ୍ସ ମଧ୍ୟରେ ସୁନା ରୂପା ଅଳଙ୍କାର ସହ ପ୍ରାୟ ୩ ଲକ୍ଷ ଟଙ୍କା ରଖାଯାଇଥିଲା। ଆଲମାରୀ ଏବଂ ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଚୋର ବହୁ ପରିମାଣର ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇଯାଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ ଚୋର ପ୍ରାୟ ୬୦ ଲକ୍ଷ ଟଙ୍କାର ଜିନିଷ ପତ୍ର ନେଇ ଫେରାର ହୋଇଯାଉଛି।

    ଏହା ସହ ପଢନ୍ତୁ: ବନ୍ଧୁକ ମୁନରେ ଲୁଟିଲେ ୬୦ ମଇଁଷି, ମାଡ଼ି ବସିଲା ଡ୍ରୋନ୍ କ୍ୟାମେରା

    ଆରାମରେ ଘରି ପଶିଲା ଚୋର; ରାତି ଅଧରେ ବୁଲାଇଲା କଳାକନା
    ପରିବାର ପକ୍ଷରୁ କୁହାଯାଇଛି ଯେ ଘରେ ପ୍ରବେଶ କରିବା ପରେ ସେହି ଚୋର ବହୁତ ସମୟ ଧରି ଜିନିଷପତ୍ର ଖୋଜି ଖୋଜି ଚାଲିଥିଲା। ସେ ଘରର ବିଭିନ୍ନ ସ୍ଥାନ ଖୋଜିଥିଲା, ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇଥିଲା। ଆଶ୍ଚର୍ଯ୍ୟର କଥା, ସମଗ୍ର ଘଟଣା ସମୟରେ ଘରେ କେହି ଉଠି ନଥିଲେ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଚୋର କଳାକନା ବୁଲାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଆସିଥିଲା।

    ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣାକ୍ରମର ଭିଡ଼ିଓ
    ଏହି ଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରର କାର୍ଯ୍ୟକଳାପ ରେକର୍ଡ ହୋଇଛି। ଏହାର ଫୁଟେଜରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ପୋଲିସ ଏବେ ଫୁଟେଜକୁ ଭଲଭାବେ ଯାଞ୍ଚ କରୁଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଅଭିଯୁକ୍ତଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଖୋଜିବା ପାଇଁ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି।

    ଗ୍ରାମରେ ଖେଳିଗଲା ଆତଙ୍କ; ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
    ଗାଁରେ ଏତେ ବଡ଼ ଚୋରି ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗ୍ରାମବାସୀ କହିଛନ୍ତି ଯେ ପୂର୍ବରୁ ଏଠାରେ ଚୋରି ହୋଇଛି। ଏବେ ଲୋକେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଗ୍ରାମବାସୀ ଏପରି ଘଟଣାକୁ ରୋକିବା ପାଇଁ ରାତି ସମୟରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିବାକୁ ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଦାବି କରିଛନ୍ତି।

    ଏହା ସହ ପଢନ୍ତୁ: ଥାନାରୁ ମାଙ୍କଡ଼ ଚୋରାଇନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା; ଆଉ ତାପରେ...

    ପ୍ରତ୍ୟେକ ଦିଗର ତଦନ୍ତ କରୁଛି ପୋଲିସ
    ସୂଚନା ପାଇବା ମାତ୍ରେ ଟିମରନି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମସ୍ତ ସମ୍ଭାବ୍ୟ ଦିଗକୁ ଯାଞ୍ଚ କରାଯାଉଛି। ସିସିଟିଭି ଫୁଟେଜ୍, ସନ୍ଦେହଜନକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଭାବରେ ସଂଗୃହୀତ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରାଯାଉଛି। ବର୍ତ୍ତମାନ କ୍ୟାମେରାରେ କଏଦ ହୋଇଥିବା ସୁରାକ କେବେ ଏବଂ କିପରି ପୋଲିସକୁ ଚୋର ପାଖରେ ପହଞ୍ଚାଇବ ତାହା ଉପରେ ରହିଛି ନଜର।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: