Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

IIC Beauty Mohanty Death Case / IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲା, ମିଳିଲା ଡିଜିଟାଲ ପ୍ରମାଣ...ତଦନ୍ତ କରୁଛନ୍ତି ୩ଟି ସ୍ବତନ୍ତ୍ର ଟିମ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲା, ମିଳିଲା ଡିଜିଟାଲ ପ୍ରମାଣ...ତଦନ୍ତ କରୁଛନ୍ତି ୩ଟି ସ୍ବତନ୍ତ୍ର ଟିମ୍
IIC Beauty Mohanty Death Case

Key Points

କେମିତି ହେଲା ଚାଉଳିଆଗଞ୍ଜ ଆଇଆଇସିଙ୍କ ମୃତ୍ୟୁ
ତଦନ୍ତ ପାଇଁ ଗଠନ ହେଲା ୩ଟି ସ୍ପେଶାଲ୍ ଟିମ୍
ନଜର ରଖିଛନ୍ତି ନିଜେ କଟକ ଡିସିପି
କେମିତି ହେଲା ଚାଉଳିଆଗଞ୍ଜ ଆଇଆଇସିଙ୍କ ମୃତ୍ୟୁ ଏ ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ । ତଦନ୍ତ ପାଇଁ ଗଠନ ହୋଇଛି ୩ଟି ସ୍ପେଶାଲ୍ ଟିମ୍ । ନଜର ରଖିଛନ୍ତି ନିଜେ କଟକ ଡିସିପି । ମୋବାଇଲ୍‌ରୁ ଖୋଲିବ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ରହସ୍ୟ । SFSLରୁ ମିଳିଛି ଆଂଶିକ ଡିଜିଟାଲ୍ ରିପୋର୍ଟ । ଏବେ ବି ଡାଟା ଆନାଲିସିସ୍ ଜାରି ରହଛି । ତଦନ୍ତରେ ବିଳମ୍ବକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ । ତଦନ୍ତରେ ସହାୟତା ପାଇଁ ପରିବାର ଲୋକଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛି ପୋଲିସ ।

ଅଧିକ ପଢ଼ନ୍ତୁ: ରାସ୍ତାରେ ଓଲଟିଲା ଟ୍ୟାଙ୍କର; କ୍ଷୀର ସାଗର ଭାବି ପିଇ ଚାଲିଲେ ଲୋକେ


କେମିତି ହେଲା ଚାଉଳିଆଗଞ୍ଜ ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ । ଏବେ କାରଣ ଖୋଜୁଛି ପୋଲିସ । କଟକ ଡିସିପି କହିଛନ୍ତି, ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍ । ପିଏମ୍ ରିପୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂଗ୍ରହ କଲା ପ୍ରଥମ ପୋଲିସ ଟିମ୍ । ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗକୁ ନେଇ ଦ୍ୱିତୀୟ ଟିମ୍ ଜାରି ରଖିଛି ପଚରାଉଚରା । ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ଉପରେ କାମ କରୁଛି ତୃତୀୟ ସ୍ୱତନ୍ତ୍ର ଟିମ୍ । SFSL ରୁ ପୋଲିସକୁ ମିଳିଲା ଆଂଶିକ ଡିଜିଟାଲ୍ ରିପୋର୍ଟ । ଏଥିସହ ମୋବାଇଲ୍ ଫୋନ୍‌ରୁ ମିଳିଥିବା ଡାଟାର ଚାଲିଛି ଆନାଲିସିସ୍ । ଅଲଗା ଅଲଗା ଫର୍ମାଟ୍‌ରେ ରିପୋର୍ଟ ଆସୁଥିବାରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ମାମଲାର ପ୍ରଗତି ଉପରେ ନିଜେ ନଜର ରଖିଛନ୍ତି କଟକ ଡିସିପି । ତଦନ୍ତରେ ସହାୟତା ପାଇଁ ପରିବାର ଲୋକଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେବଳ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତଦନ୍ତ ସମୟରେ କିଛି ସନ୍ଦେହଜନକ ତଥ୍ୟ ମିଳିଲେ ତୁରନ୍ତ ନିୟମିତ ମାମଲା ହେବ । ଘଟଣା ଦିନର ଡିଜିଟାଲ୍ ଓ ଥାନା ଭିତରେ ଯୋଗାଯୋଗରେ ଥିବା ଲୋକଙ୍କୁ ଏକ୍ସାମିନ୍ କରାଯାଇଛି । ଜୁଲାଇ ୪ରେ ଥାନା ରେଷ୍ଟରୁମରୁ ମିଳିଥିଲା ମୃତଦେହ । ସେପଟେ ତଦନ୍ତ ପକ୍ରିୟା ବିଳମ୍ବ ହେବାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ ଆଇନଜୀବୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored