Videos
|
Crime

Twisha Sharma / ଗର୍ଭଧାରଣ, ଆଘାତ, ହ୍ଵାଟ୍ସଆପ୍ ଚାଟ୍; ତ୍ଵିଶାଙ୍କ ଜଜ୍ ଶାଶୂକୁ CBIର ୨୦ ପ୍ରଶ୍ନ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଗର୍ଭଧାରଣ, ଆଘାତ, ହ୍ଵାଟ୍ସଆପ୍ ଚାଟ୍; ତ୍ଵିଶାଙ୍କ ଜଜ୍ ଶାଶୂକୁ CBIର ୨୦ ପ୍ରଶ୍ନ
Twisha Sharma

Key Points

ବହୁଚର୍ଚ୍ଚିତ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା
ପ୍ରଶ୍ନରେ ତ୍ଵିଶାଙ୍କ ଶାଶୂଙ୍କୁ ଘାଇଲା କଲା ସିବିଆଇ
ଗୁଡେଇ ତୁଡ଼େଇ ପଚାରିଲା ୨୫ଟି ପ୍ରଶ୍ନ

ବହୁଚର୍ଚ୍ଚିତ ନୋଏଡା ମଡେଲ ତ୍ଵିଶା ଶର୍ମା ସନ୍ଦେହଜନକ ମୃତ୍ୟୁ ଘଟଣା । କିଛି ଦିନ ପୂର୍ବରୁ ତ୍ଵିଶାଙ୍କ ଅବସରପ୍ରାପ୍ତ ଜଜ୍ ଶାଶୂ ଗିରିବାଳା ସିଂହଙ୍କୁ ଗିରଫ କରିବା ପରେ ଏବେ ପ୍ରଶ୍ନବାଣରେ ଘାଇଲା କରୁଛି CBI । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗିରିବାଳାଙ୍କୁ ପ୍ରାୟ ୨୦ଟି ପ୍ରଶ୍ନ କରିଛି । ଗିରିବାଳାଙ୍କ ବିରୋଧରେ ସାକ୍ଷ୍ୟ ନଷ୍ଟ କରିବା ଓ ଗର୍ଭପାତ କରିବାକୁ ବାଧ୍ୟ କରିବା ଭଳି ଅଭିଯୋଗ ରହିଛି । ଗିରିବାଳାଙ୍କୁ ପ୍ରାୟ ୩ଦିନ ଧରି ୧୦ ଘଣ୍ଟା ପ୍ରଶ୍ନ ପଚରାଯାଇଥିବା ସିବିଆଇ କହିଛି । ସେପଟେ ତ୍ଵିଶାଙ୍କ ସ୍ଵାମୀ ସମର୍ଥ ସିଂହ ପୋଲିସ ହେପାଜତରେ ଅଛନ୍ତି ।

ମଧ୍ୟପ୍ରଦେଶ ହାଇକୋର୍ଟ ଗିରିବାଳାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଗତ ଗୁରୁବାର ସିବିଆଇ ଅଧିକାରୀମାନେ ଗିରିବାଳାଙ୍କ ଭୋପାଳ ସ୍ଥିତ ବାସଭବନକୁ ପୂର୍ବାହ୍ନ ୧୦.୩୦ଟାରେ ଯାଇଥିଲେ ଓ ବହୁ ସମୟ ଧରି ତାଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ସନ୍ଧ୍ୟା ୫.୧୦ଟାରେ ତାଙ୍କୁ ଗିରଫ କରାଯାଇଥିଲା । ତ୍ଵିଶାଙ୍କ ଶରୀରରେ ଲାଗିଥିବା ଆଘାତ ଓ ଗର୍ଭପାତକୁ ନେଇ ଶାଶୂ ଗିରିବାଳାଙ୍କୁ ପ୍ରଶ୍ନ କରାଯାଇଥିଲା ।

  • ଗର୍ଭପାତ କରିଥିଲେ ତ୍ଵିଶା
ତ୍ଵିଶା ଶର୍ମା ଗର୍ଭପାତ କରିଥିଲେ ଏବଂ ଏଥିଲାଗି ତାଙ୍କୁ ସ୍ଵାମୀ ଓ ଶାଶୂ ବାଧ୍ୟ କରିଥିବା ତ୍ଵିଶାଙ୍କ ପିତାମାତା ଅଭିଯୋଗ କରିଥିଲେ । ସିବିଆଇ ଅଧିକାରୀମାନେ ଗିରିବାଳାଙ୍କୁ ଏହି ସମ୍ବନ୍ଧୀୟ ଅନେକ ପ୍ରଶ୍ନ କରିଥିଲେ । ତେବେ ତ୍ଵିଶା ଓ ପରିବାର ଗର୍ଭପାତ ନେଇ ଆଲୋଚନା କରିଥିଲେ କି ନାହିଁ କିମ୍ବା ତ୍ଵିଶା କେତେବେଳେ ଭୟ, ମାନସିକ ଚାପ ଆଦି ସମ୍ପର୍କରେ ପରିବାରକୁ କେବେ କିଛି କହିଥିଲେ କି, ସେ ନେଇ ମଧ୍ୟ ଗିରିବାଳାଙ୍କୁ ପ୍ରଶ୍ନ କରାଯାଇଥିଲା । ମୃତ୍ୟୁ ପୂର୍ବରୁ ତ୍ଵିଶାଙ୍କ ଶରୀରରେ ଦେଖାଯାଇଥିବା କିଛି ଚିହ୍ନକୁ ନେଇ ମଧ୍ୟ ଗିରିବାଳାଙ୍କୁ ପ୍ରଶ୍ନ କରିଥିଲା ସିବିଆଇ ।

  • ପ୍ରଶ୍ନବାଣରେ ଘାଇଲା ଗିରିବାଳା
ତଦନ୍ତ ବେଳେ ସିବିଆଇ ଗିରିବାଳାଙ୍କୁ ଅନେକ ପ୍ରଶ୍ନ ପଚାରିଛି । ଯେପରିକି SITର ନୋଟିସ ପରେ ମଧ୍ୟ ଗିରିବାଳା କାହିଁକି ଆସିନଥିଲେ, ସେ କୌଣସି ଡକ୍ୟୁମେଣ୍ଟ ବା କଲ୍ ରେକର୍ଡ ବା କିଛି ପ୍ରମାଣ ଲୁଚାଉଛନ୍ତି କି, ଡିଜିଟାଲ ପ୍ରମାଣ ଓ ଗିରିବାଳାଙ୍କ ବୟାନ କାହିଁକି ମେଳ ଖାଉନି ବୋଲି ମଧ୍ୟ ପ୍ରଶ୍ନ ହୋଇଥିଲା । ସେହିପରି ଆଗୁଆ ଜାମିନ ଖାରଜକୁ ନେଇ ଗିରିବାଳା କଣ ମତ ରଖିବେ ସେ ନେଇ ପ୍ରଶ୍ନ ହୋଇଥିଲା । ତ୍ଵିଶାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଗିରିବାଳାଙ୍କ ମତ ଲୋଡ଼ିଥିଲା ସିବିଆଇ ।

ପଢନ୍ତୁ ଏହି ଖବର: ପ୍ରଥମେ ଜାମିନ ରଦ୍ଦ, ଏବେ ବାନ୍ଧିଲା CBI; ଅଡୁଆରେ ତ୍ଵିଶାଙ୍କ ରିଟାର୍ଡ ଜଜ୍ ଶାଶୂ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତ୍ଵିଶାଙ୍କ ପରିବାର କାହିଁକି ତାଙ୍କ ଉପରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଆଣୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ହୋଇଥିଲା । ସେହିପରି ତ୍ଵିଶାଙ୍କ ସହିତ ତାଙ୍କ ସମ୍ପର୍କ କିପରି ଥିଲା, ତ୍ଵିଶାଙ୍କ ସହିତ କେବେ ଯୁକ୍ତିତର୍କ ହୋଇଥିଲା କି ନାହିଁ, ତ୍ଵିଶାଙ୍କୁ କେବେ ମାନସିକ ବା ଶାରୀରିକ ନିର୍ଯାତନା ଦେବାରେ କିମ୍ବା ଅଣଦେଖା କରିଛନ୍ତି କି ନାହିଁ, ଏଭଳି ପ୍ରଶ୍ନ କରିଥିଲା ସିବିଆଇ ।

  • ଗିରିବାଳାଙ୍କ ବିରୋଧରେ ସଙ୍ଗୀନ ଦଫା
ଗିରିବାଳା ସିଂହ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଅନୁଯାୟୀ ଗୁରୁତର ଅଭିଯୋଗର ସମ୍ମୁଖୀନ ହେଉଛନ୍ତି, ଯେଉଁଥିରେ ଯୌତୁକ ମୃତ୍ୟୁ ପାଇଁ ଧାରା ୮୦(୨); ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁରତା ପାଇଁ ଧାରା ୮୫ ଏବଂ ଧାରା ୩(୫) ଲାଗିଛି । ଏହା ସହିତ ଗିରିବାଳାଙ୍କୁ ଯୌତୁକ ନିରୋଧ ଆଇନ, ୧୯୬୧ର ଧାରା ୩ ଏବଂ ୪ ଅନୁଯାୟୀ ଅଭିଯୁକ୍ତ କରାଯାଇଛି ।

Twisha Sharma Death Case: Pregnancy, Injuries, WhatsApp Chats Among 20 Questions CBI Asked Giribala Singh | Argus News