Twisha Sharma Funeral / ଯେଉଁ ଝିଅକୁ କୋଳେଇଥିଲି, କାଖେଇଥିଲି....ଦ୍ଵିତୀୟ ପୋଷ୍ଟମର୍ଟମ ପରେ ତ୍ଵିଶାଙ୍କୁ ବିଦାୟ ଦେଲେ ବାପା
·3 months ago·2 min read

Key Points
ବହୁଚର୍ଚ୍ଚିତ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା
ଭୋପାଳରେ ତ୍ଵିଶାଙ୍କୁ ଅନ୍ତିମ ବିଦାୟ
ପିତାଙ୍କ ଚିଠି ପଢି ଭାବବିହ୍ଵଳ ଲୋକେ
ଭୋପାଳରେ ତ୍ଵିଶାଙ୍କୁ ଅନ୍ତିମ ବିଦାୟ
ପିତାଙ୍କ ଚିଠି ପଢି ଭାବବିହ୍ଵଳ ଲୋକେ
ଯେଉଁ ଝିଅକୁ କାଖେଇ ଥିଲି, କୋଳରେ ଧରିଥିଲି, କାନ୍ଧରେ ବସାଇ ଦୁନିଆ ଦେଖାଇଥିଲି...ଆଉ ବୋହୂ କରି ଶାଶୁଘର ପଠେଇଥିଲି, ଆଜି ସେହି ଝିଅର ଅନ୍ତିମ ଯାତ୍ରାରେ ତାର କୋକେଇକୁ କାନ୍ଧ ଦେବାକୁ ପଡୁଛି । ତ୍ଵିଶା କେବଳ ତାଙ୍କ ଝିଅ ନଥିଲେ, ବରଂ ଅମୂଲ୍ୟ ରତ୍ନ ଥିଲା । କିଛି ଏମିତି ଲେଖି ତ୍ଵିଶାର ଅନ୍ତିମ ସଂସ୍କାରରେ ସାମିଲ ହେବାକୁ କିଛି ସଂଗଠନ ଓ ଲୋକଙ୍କୁ ନିବେଦନ କରିଥିଲେ ତ୍ଵିଶାଙ୍କ ପିତା । ଏହି ଚିଠି ଯିଏ ପଢିଥିଲା, ସିଏ ଭାବବିହ୍ଵଳ ହୋଇପଡ଼ିଥିଲା । ନୋଏଡା ମଡେଲ ତଥା ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ଦ୍ଵିତୀୟ ପୋଷ୍ଟମର୍ଟମ ପରେ ଆଜି ହୋଇଛି ଅନ୍ତିମ ସଂସ୍କାର ।
ତ୍ଵିଶାଙ୍କ ଅନ୍ତିମ ସଂସ୍କାର ଭୋପାଳର ଭଦଭଦା ବିଶ୍ରାମଘାଟରେ ହୋଇଛି । ଦ୍ଵିତୀୟ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପରିବାର ସିଧା ତାଙ୍କୁ ଆଣି ଘାଟରେ ପହଞ୍ଚିଥିଲେ । ତ୍ଵିଶାଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ପୂରା ପରିବାର ସହିତ ଅନେକ ସମ୍ପର୍କୀୟ ପହଞ୍ଚିଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ତ୍ଵିଶାଙ୍କ ପିତା ଏକ ଚିଠି ଲେଖି ଝିଅକୁ ଅନ୍ତିମ ବିଦାୟ ଦେବାକୁ ପରିବାର, ସଂଗଠନ ଓ ଅନ୍ୟାନ୍ୟ ଲୋକଙ୍କୁ ନିବେଦନ କରିଥିଲେ ।

- ଦିଲ୍ଲୀ AIIMSରେ ପୋଷ୍ଟମର୍ଟମ
- ତଦନ୍ତ କରୁଛି SIT
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ତ୍ଵିଶା ଶର୍ମା ମୃତ୍ୟୁ ମାମଲା: ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ପାଇଁ ଭୋପାଳରେ ଦିଲ୍ଲୀ ଏମ୍ସ ଟିମ୍
- କେମିତି ହୋଇଥିଲା ତ୍ଵିଶାଙ୍କ ମୃତ୍ୟୁ ?
Related Topics
Explore more stories