UK Museum Heist / ହାତୀଦାନ୍ତରେ ତିଆରି ବୁଦ୍ଧ ମୂର୍ତ୍ତି ସହ ନେଇଗଲେ ୬୦୦ କଳାକୃତି, ସନ୍ଦିଗ୍ଧଙ୍କ ସିସିଟିଭି ଫଟୋ ଜାରି
·7 months ago·2 min read

Key Points
ବ୍ରିଟେନର ବ୍ରିଷ୍ଟଲରେ ଥିବା ଏକ ସଂଗ୍ରହାଳୟରୁ ହୋଇଛି ବଡ଼ଧରଣର ଚୋରି । ଐତିହ୍ୟ ସହ ଜଡ଼ିତ ୬୦୦ କଳାକୃତି ଚୋରାଇ ନେଇଛନ୍ତି ଡକାୟତ ।
ନୂଆଦିଲ୍ଲୀ: ଯେଉଁ ବ୍ରିଟେନ୍ ସମଗ୍ର ଦୁନିଆରୁ ଚୋରି କରି ତାର ସଂଗ୍ରହାଳୟ (ମ୍ୟୁଜିୟମ୍) ଭର୍ତ୍ତି କରିବାର ଅପବାଦ ମୁଣ୍ଡାଇଛି, ସେଇଠୁ ହୋଇଛି ବଡ଼ଧରଣର ଡକାୟତି । ବ୍ରିଟେନର ବ୍ରିଷ୍ଟଲରେ ଥିବା ଏକ ସଂଗ୍ରହାଳୟରୁ ହୋଇଛି ବଡ଼ଧରଣର ଚୋରି । ଐତିହ୍ୟ ସହ ଜଡ଼ିତ ୬୦୦ କଳାକୃତି ଚୋରାଇ ନେଇଛନ୍ତି ଡକାୟତ ।
ଚୋରି ହୋଇଥିବା କଳାକୃତି ଗୁଡ଼ିକୁ ବ୍ରିଟିଶ୍ ଔପନିବେଶବାଦ ସମୟରେ ଚୋରି କରାଯାଇଥିଲା । ଚୋରି କଳାକୃତି ଭିତରେ ଭାରତର ଅନେକ ସାମଗ୍ରୀ ରହିଛି । ଭାରତକୁ ଇଂରେଜ ଶାସନ ସମୟରେ ସେହି ସାମଗ୍ରୀକୁ ବ୍ରିଟେନ୍ ନେଇ ଯାଇଥିଲେ । ଏବେ ଚୋରି ପରେ ସିସିଟିଭିରେ କଏଦ ହୋଇଛନ୍ତି ୪ ଡକାୟତ ।
ଏଥିସହ ପଢ଼ନ୍ତୁ: ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !
ଏଭନ ଓ ସମରସେଟ ପୋଲିସ କହିଛି, "ମ୍ୟୁଡିୟମ୍ରୁ ବ୍ରିଟିଶ ସାମ୍ରାଜ୍ୟ ଓ ରାଷ୍ଟ୍ରମଣ୍ଡଳ ସଂଗ୍ରହରୁ ସେପ୍ଟେମ୍ବର ୨୫ ରାତି ଗୋଟାଏରୁ ୨ଟା ମଧ୍ୟରେ ଚୋରି ହୋଇଛି ।" ବ୍ରିଟେନ୍ ରାଷ୍ଟ୍ରମଣ୍ଡଳ ସେହି ଦେଶକୁ କୁହାଯାଏ, ଯାହାକୁ କେବେ ବ୍ରିଟେନ୍ ଅକ୍ତିଆର୍ କରି ସେଠାରେ ଶାସନ କରୁଥିଲା ।
ଚୋରି ପରେ ପୋଲିସ ୪ ଚୋରଙ୍କ ଫଟୋ ଜାରି କରିଛି । ସିସିଟିଭି ଫୁଟେଜ୍ରେ ଚୋରଙ୍କ ଚେହେରା ସ୍ପଷ୍ଟ ଦେଖାଯାଉ ନାହିଁ । କିନ୍ତୁ ୪ ଜଣ ଡକାୟତ ପୁରୁଷ ଏବଂ ଜ୍ୟାକେଟ୍ ପିନ୍ଧି ଆସିଥିଲେ ।
ରିପୋର୍ଟ ଅନୁସାରେ, ଚୋରି କଳାକୃତି ଭିତରେ ହାତୀଦାନ୍ତରେ ପ୍ରସ୍ତୁତ ଏକ ବୁଦ୍ଧ ପ୍ରତିମୂର୍ତ୍ତି ସହ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକାରୀଙ୍କ ଏକ ଅଣ୍ଟା ବେଲ୍ଟ ରହିଛି । ସାଂସ୍କୃତିକ ମହତ୍ତ୍ଵ ବହନ କରୁଥିବା ଅନେକ ବସ୍ତୁ ଚୋରିକୁ ପୋଲିସ ବଡ଼ କ୍ଷତି ଭାବେ ବିବେଚନା କରିଛି ।
ଏଥିସହ ପଢ଼ନ୍ତୁ: ୨୧ ବଲ୍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?
ପୋଲିସ ଅନୁସାରେ, "ଚୋରି କଳାକୃତିରେ ଅନେକ ଦାନ କରାଯାଇଥିବା ସାମଗ୍ରୀ ରହିଥିଲା । ଯାହା ବ୍ରିଟିଶ ଇତିହାସକୁ ସ୍ମରଣ କରୁଥିଲା । ଲୋକଙ୍କ ସହଯୋଗରେ ଖୁବଶୀଘ୍ର ୪ ଡକାୟତିଙ୍କୁ ଧରି କାଠଗଡ଼ାକୁ ଆଣିବୁ ।" ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ଏତେବଡ଼ ଚୋରିକୁ ୨ ମାସ ବିତିଥିବା ବେଳେ ଏବେ କାହିଁକି ପୋଲିସ ସିସିଟିଭି ଫୁଟେଜ୍ ଜାରି କଲା । ତାକୁ ନେଇ ବି ସନ୍ଦେହ ହେଲାଣି । ଏବେ ଫୁଟେଜ୍ ଜାରି କରି ଲୋକଙ୍କୁ ପୋଲିସ ସହାୟତା ମାଗିବା ସମସ୍ତଙ୍କୁ ଚକିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: