Piyush Tripathy / 'ଜାଣତରେ କିଛି ଭୁଲ୍ କରିନି'; ସତ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଲଢ଼ିବେ କହିଲେ ପୀୟୂଷ
·2 months ago·2 min read

Key Points
- ଅଦାଲତଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଲେ ପୀୟୂଷ
- ଏ ପର୍ଯ୍ୟନ୍ତ କୌଣସି ନୋଟିସ୍ ମୋ ହାତକୁ ଆସିନି
- ଯେବେ ନୋଟିସ୍ ଆସିବ ସେବେ ମୁଁ କହିବି
- ନୋଟିସ୍ ମିଳିନଥିବାରୁ ଆଜି ମଞ୍ଚ ଚଢ଼ିବି, ଅଭିନୟ କରିବି
ଭୁବନେଶ୍ଵର: କୋର୍ଟ ନୋଟିସ୍ ମିଳିନି, ପୂର୍ବ ଭଳି ଯାଞ୍ଚ ମଞ୍ଚ ଚଢ଼ିବି । ଅଦାଲତି ଝଟ୍କା ପରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷଙ୍କୁ ମଞ୍ଚ ବାରଣ କରିଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ନେଇ ପୀୟୂଷ କହିଛନ୍ତି, "ଏ ପର୍ଯ୍ୟନ୍ତ କୌଣସି ନୋଟିସ୍ ମୋ ହାତକୁ ଆସିନି, ମିଡିଆରୁ ଯାହା ମୁଁ ଶୁଣିବାକୁ ପାଉଛି । ଯେବେ ନୋଟିସ୍ ଆସିବ ସତ୍ୟାସତ୍ୟ ପରଖିବି । ନୋଟିସ୍ ମିଳିନଥିବାରୁ ଆଜି ମଞ୍ଚ ଚଢ଼ିବି, ପୂର୍ବ ଭଳି ଅଭିନୟ କରିବି ।
ଏଥିସହ ପଢ଼ନ୍ତୁ: ପୀୟୂଷ ତ୍ରିପାଠୀଙ୍କୁ ଅଦାଲତୀ ଝଟକା, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ମନା
ପୀୟୂଷ କହିଛନ୍ତି, "ଅନ୍ଧ ଭଳି କାହାରିକୁ ଦୋଷାରୋପ କରିବା ଠିକ୍ ନୁହେଁ । ପ୍ରଥମେ ଦେଖିବାକୁ ପଡ଼ିବ ତ୍ରୁଟି କେଉଁଠି ରହିଲା । ତ୍ରୁଟି ମୋର ନା ଆଉ କାହାର ? ପ୍ରଥମେ ତ୍ରୁଟି ଦେଖିଲା ପରେ ସବୁକିଛି ସାମ୍ନାକୁ ଆସିବ ।"
କୋର୍ଟ ନୋଟିସ୍ ପହଞ୍ଚିବା ବେଳକୁ ସମସ୍ୟାର କୌଣସି ସମାଧାନ ହୋଇ ନଥିଲେ ନୋଟିସ୍ ଓ ଆଇନ୍କୁ ସମ୍ମାନ ଦେବି । ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ଚଢ଼ିବି ନାହିଁ ବୋଲି କହିଛନ୍ତି ପୀୟୂଷ ତ୍ରିପାଠୀ ।
ସେ କହିଛନ୍ତି, "ଭଲ ମାନସିକତା ନେଇ ମୁଁ ଯାତ୍ରା ମଞ୍ଚକୁ ଆସିଥିଲି । ଏବେ ଯେଁଉ ପ୍ରସଙ୍ଗ ଉଠିଛି, ମୋ ଜାଣତରେ ସେଭଳି କିଛି ମୁଁ ଭୁଲ୍ କରିନି । ଯାହା ପାଇଁ ମଞ୍ଚଠାରୁ ଦୂରେଇ ରହିବାକୁ ପଡ଼ିବ । ସମୟକୁ ଅପେକ୍ଷା, ସତ ନିହାତି ସାମ୍ନାକୁ ଆସିବ । ନ୍ୟାୟ ପାଇଁ ଲଢ଼ିବି, ସମସ୍ୟାର ସମାଧାନ ସୁରୁଖୁରୁରେ ସମସ୍ତଙ୍କ ଆଶୀର୍ବାଦରେ ହୋଇଯାଉ ।"
ସ୍ଵପ୍ନ ମହଲ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୀୟୂଷଙ୍କ ମଞ୍ଚ ଅଭିନୟ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ପାର୍ଟି ସହ ପୀୟୂଷ ତ୍ରିପାଠୀ ୨ ବର୍ଷିଆ ଚୁକ୍ତି କରିଥିଲେ । କିନ୍ତୁ ଚୁକ୍ତି ଖିଲାପ କରି ପୀୟୂଷ ତ୍ରିପାଠୀ ଯାତ୍ରା ସିଂହବାହିନୀକୁ ଯାଇଥିଲେ । ଗତ ୫ ତାରିଖରେ ଯାତ୍ରା ସିଂହ ବାହିନୀ ପାର୍ଟିରେ 'ତୁ ମୋ ବଜରଙ୍ଗୀ' ନାଟକରେ ଦୀର୍ଘ ଏକ ବର୍ଷ ପରେ ଯାତ୍ରା ମଞ୍ଚକୁ ଚଢ଼ିଥିଲେ ପୀୟୂଷ ।
ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି
ସୂଚନା ଅନୁସାରେ, ବିଗତ ଦିନରେ ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହ ବାହିନୀ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କାହା ପାର୍ଟିରେ ଯାତ୍ରା କରିବେ ପୀୟୂଷ ସେନେଇ ବେଶ୍ କିଛି ଦିନ ବିବାଦ ତେଜିଥିଲା । ଏମିତିକି ତାଙ୍କୁ ବ୍ୟାନ୍ କରିବା ପର୍ଯ୍ୟନ୍ତ କଥା ଯାଇଥିଲା । ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ୍ ପର୍ଯ୍ୟନ୍ତ ଥିଲା ।
ମାତ୍ର ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହ ବାହିନୀ ଆସିବାକୁ ଚାହୁଁଥିଲେ । ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ । ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ । ଏବେ କୋର୍ଟ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୀୟୂଷ ଯାତ୍ରା ମଞ୍ଚ ଚଢ଼ିପାରିବେନି ବୋଲି କହିଛନ୍ତି । ଜାନୁଆରୀ ୫ ତାରିଖରେ ପୀୟୂଷ ଯାତ୍ରା ସିଂହବାହିନୀ ପାର୍ଟିରେ ତୁ ମୋ ବଜରଙ୍ଗୀ ନାଟକରେ ମଞ୍ଚକୁ ଚଢ଼ିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories