Jhansi Hand Pump Liquor / ହ୍ୟାଣ୍ଡପମ୍ପ ଚଳାଇବା ମାତ୍ରେ ବାହାରିଲା ମଦ! ଝାନ୍ସିରେ ଅବକାରୀ ବିଭାଗର ଚଢ଼ାଉ
·46 mins ago·2 min read

Key Points
ଉତ୍ତରପ୍ରଦେଶର ଝାନ୍ସିରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ଘରର ହ୍ୟାଣ୍ଡପମ୍ପରୁ ପାଣି ବଦଳରେ ମଦ ବାହାରିଥିଲା। ଭୂତଳ ଟାଙ୍କିରେ ମଦ ଗଚ୍ଛିତ ରଖି ଏହି ବ୍ୟବସ୍ଥା କରାଯାଇଥିଲା। ଚଢ଼ାଉରେ ୩୪୦ ଲିଟର ମଦ ଜବତ, ୪୩୦୦ ଲିଟର ନଷ୍ଟ ଏବଂ ଜଣେ ମହିଳା ଗିରଫ ହୋଇଛନ୍ତି।
ଝାନ୍ସି, ଉତ୍ତର ପ୍ରଦେଶ: ସଦ୍ୟ ଉତ୍ତର ପ୍ରଦେଶର ଝାନ୍ସି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଚଢାଉ ପାଇଁ ଆସିଥିବା ଅବକାରୀ ବିଭାଗ ଏହି ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲା। ଯେତେବେଳେ ବିଭାଗ ଏକ ଘରେ ଏକ ହ୍ୟାଣ୍ଡପମ୍ପ ଚାଲୁ କରିଥିଲା, ସେତେବେଳେ ସେଥିରୁ ପାଣି ବାହାରିବା ବଦଳରେ ମଦ ବାହାରିବାରେ ଲାଗିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଚଣାରେ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ ମଦ ଚୋରା ଚାଲାଣକାରୀ ଏକ ଭୂତଳ ଟାଙ୍କି ତିଆରି କରି, ସେଥିରୁ ହ୍ୟାଣ୍ଡପମ୍ପ ମାଧ୍ୟମରେ ମଦ ବାହାର କରିବାର ବ୍ୟବସ୍ଥା କରିଥିଲେ। ଚଢାଉ ସମୟରେ ଅବକାରୀ ବିଭାଗ ବିପୁଳ ପରିମାଣର ବେଆଇନ୍ ମଦ ଜବତ କରିଛି।
୩୪୦ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ
ଅବକାରୀ ବିଭାଗ ଜିଲ୍ଲାରେ ଅବୈଧ ମଦ ବ୍ୟବସାୟୀଙ୍କ ଆଡ୍ଡା ଉପରେ ଚଢାଉ କରିଥିଲା। ବିଭାଗ ପକ୍ଷରୁ ଚଢାଉ କରାଯିବା ସମୟରେ ଏକ ଘରେ ଏପରି ଆଶ୍ଚର୍ଯ୍ୟଜନକ ହ୍ୟାଣ୍ଡପମ୍ପ ଆବିଷ୍କାର କରିଥିଲେ। ଏହା ପରେ ବିଭାଗ ପକ୍ଷରୁ ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଜିଲ୍ଲା ଅବକାରୀ ଅଧିକାରୀ ମନୀଷ କହିଛନ୍ତି ଯେ ଚଢାଉ ସମୟରେ ପ୍ରାୟ ୩୪୦ ଲିଟର ମଦ ଜବତ ହୋଇଥିଲା।
ଚଢାଉ ପରେ ଜଣେ ମହିଳା ଗିରଫ
ଚଢାଉ ସମୟରେ ଅବକାରୀ ବିଭାଗ ପ୍ରାୟ ୪୩୦୦ ଲିଟର ମଦ ନଷ୍ଟ କରିଥିଲା। ଏହି ଘଟଣାରେ ୪ ମାମଲା ରୁଜୁ ହେବା ସହ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ଅବକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ସକରାର ଥାନା ପୋଲିସ ସହଯୋଗରେ, ବଡ଼ୌରା ଚୌରାହା, ସିମରାୱାରୀ ପହାଡ଼ିଆ, ଗ୍ରାମ ବୈଦୌରା, ଗ୍ରାମ ଦଖନେଶ୍ୱର, ଡେରା ପୃଥ୍ବୀପୁର ନୟାଖେଡା, ବୁଢପୁରା, ବମ୍ହରୌଲି, ସକରାର ଏବଂ ଅଡ଼ଜାର ଅଞ୍ଚଳରେ ରହିଥିବା ବେଆଇନ ମଦ ଭାଟି ଉପରେ ଚଢାଉ ହୋଇଥିଲା।
ଏହା ସହ ପଢନ୍ତୁ: 'ମୁଁ ଡ୍ରିଙ୍କ କରିନଥିଲି, ହେଲେ ମୁଁ ମଦ୍ୟପାନ କରିଥିଲି'; ଭିଡ଼ିଓ ଭାଇରାଲ ପରେ ମହିଳା କନେଷ୍ଟବଳ ନିଲମ୍ବିତ
ହ୍ୟାଣ୍ଡ ପମ୍ପ ଚଳାଇବା ସମୟରେ ବାହାରିଲା ମଦ
ଚଢାଉ ସମୟରେ ଅବକାରୀ ବିଭାଗ ଏକ ଘରେ ସ୍ଥାପିତ ହୋଇଥିବା ଏକ ହ୍ୟାଣ୍ଡପମ୍ପ ଯାଞ୍ଚ କରିଥିଲା। ଏଥିରୁ ପାଣି ବାହାରିବା ବଦଳରେ ମଦ ବାହାରିବା ଆରମ୍ଭ ହୋଇଥିଲା। ତଦନ୍ତ ପରେ, ଅବକାରୀ ବିଭାଗ ଦଳ ଜାଣିବାକୁ ପାଇଲା ଯେ ସେଠାରେ ଏକ ଭୂତଳ ଟାଙ୍କି ରହିଥିଲା। ଏଥିରୁ ମଦ ବାହାର କରିବା ପାଇଁ ଏକ ହ୍ୟାଣ୍ଡପମ୍ପ ଲଗାଯାଇଥିଲା। ଏହି ଘଟଣାରେ ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ଜଣେ ଅବକାରୀ ବିଭାଗ କର୍ମଚାରୀ ହ୍ୟାଣ୍ଡପମ୍ପ ଚଲାଉଥିବା ଦେଖାଯାଉଛି। ହ୍ୟାଣ୍ଡପମ୍ପ ମାରିବା ପରେ ଏଥିରୁ ମଦ ବାହାରୁ ଥିବାରୁ ଦେଖିବାକୁ ମିଳୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରେ ଏକ ଟବ୍ ମଧ୍ୟରେ ସଂଗ୍ରହ କରାଯାଇଥିବା ମଦକୁ ଏକ ବଡ଼ ପ୍ଲାଷ୍ଟିକ୍ କ୍ୟାନ ମଧ୍ୟରେ ଢଳା ଯାଇଥିଲା। ଏହି ସମୟରେ ଅବକାରୀ ବିଭାଗ ଏବଂ ପୋଲିସ ଦଳ ବଡ଼ ନୀଳ ଡ୍ରମ୍ ମଧ୍ୟରେ ଗଚ୍ଛିତ ହୋଇ ରହିଥିବା କଞ୍ଚା ମଦକୁ ନଷ୍ଟ କରୁଥିବାର ଦେଖାଯାଉଛି। ବିଭାଗ କଞ୍ଚା ମଦ ଜବତ କରିବା ପରେ ଏହାକୁ ନଷ୍ଟ କରୁଥିବାର ଦେଖିବାକୁ ମିଳୁଛି। ହଜାର ହଜାର ଲିଟର କଞ୍ଚା ମଦ ମଧ୍ୟ ନଷ୍ଟ କରାଯାଇଥିଲା। ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ମଦ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳାଇଛି।