Varanasi Dosa Shop Viral Video / ବାପାଙ୍କୁ ମାଡ଼ର ପ୍ରତିଶୋଧ ନେବାକୁ ଦୋସା ଦୋକାନରେ ହଙ୍ଗାମା, ୨ ଝିଅଙ୍କ ଭିଡିଓ ଭାଇରାଲ୍
·27 mins ago·2 min read

Key Points
ବାରାଣସୀର ତୁଳସୀପୁର ଅଞ୍ଚଳରେ ଥିବା ଏକ ଦୋସା ଦୋକାନରେ ଦୁଇ ଝିଅ ହଙ୍ଗାମା କରିବା ସହ ଜିନିଷପତ୍ର ଫିଙ୍ଗି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଦୋକାନୀଙ୍କ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଅନ୍ୟପଟେ, ଦୋକାନର କର୍ମଚାରୀମାନେ ସେମାନଙ୍କ ବାପାଙ୍କୁ ମାଡ଼ ମାରିଥିବା ଦାବି କରିଛନ୍ତି ଦୁଇ ଝିଅ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ବାରଣାସୀ, ଉତ୍ତର ପ୍ରଦେଶ (16/11): ଉତ୍ତର ପ୍ରଦେଶର ବାରାଣସୀ ଅଞ୍ଚଳରେ ଦୁଇ ଜଣ ଝିଅ ଏକ ଦୋସା ଦୋକାନରେ ହଙ୍ଗାମା କରୁଥିବାର ଦେଖିବାକୁ ମିଳୁଛି। ଯାହାର ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଉଭୟେ ଦୋସା ଦୋକାନୀ ସହିତ ଯୁକ୍ତିତର୍କ କରିବା ସହ ଦୋକାନ ଭଙ୍ଗାରୁଜା କରୁଛନ୍ତି। ଦୋକାନୀ ବାଲ ମୁକୁନ୍ଦ ପାଣ୍ଡେ, ସେହି ଦୁଇ ଝିଅଙ୍କ ବିରୋଧରେ ତାଙ୍କ ଦୋକାନରେ ଭଙ୍ଗାରୁଜା କରିଥିବାର ଅଭିଯୋଗ କରିଛନ୍ତି। ଅନ୍ୟପଟେ ସେହି ୨ ଝିଅ ପାଲଟା ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ସେହି ଦୋସା ଦୋକାନରେ ଲୋକେ ମାଡ଼ ମାରିଥିଲେ। ଉଭୟେ ତାଙ୍କ ବାପାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଦୋକାନକୁ ଆସିଥିଲେ।
ଭାଇରାଲ ଭିଡ଼ିଓ ଦେଖିବାକୁ ମିଳୁଛି ଯେ ଦୁଇ ଝିଅ ପ୍ରଥମେ ଦୋକାନ ସାମ୍ନାରେ ଏକ ଭିଡି଼ଓ ସୁଟିଂ କରୁଛନ୍ତି। ଏହାର କିଛି ସମୟ ପରେ, ସେମାନେ ଦୋସା ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ କିଛି କହୁଥିବାର ଶୁଣିବାକୁ ମିଳୁଛି। କିଛି ସମୟ ପରେ, ଗୋଟିଏ ଝିଅ ଦୋସା ଦୋକାନରେ ରଖା ଯାଇଥିବା ବିଭିନ୍ନ ଜିନିଷ ପତ୍ର ଫିଙ୍ଗିବା ଆରମ୍ଭ କରୁଛି। ଦୋକାନରେ ଉପସ୍ଥିତ ରହିଥିବା ଜଣେ ମହିଳା ସେହି ଝିଅକୁ କିଛି କହୁଥିବା ଦେଖିବାକୁ ମିଳୁଛି। ଅନ୍ୟ ଜଣେ ଝିଅ ଦୋକାନ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳୁଛି।
ଏହା ସହ ପଢନ୍ତୁ: ମସଲାଯୁକ୍ତ ନୁଡୁଲ୍ ପାଇଁ ଗଣ୍ଡଗୋଳ; ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କ ଉପରେ ଆକ୍ରମଣ
ଏହା ପରେ ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରୁଥିବା ସେହି ଝିଅ ଦୋସା ଦୋକାନ ଭିତରକୁ ଯାଉଥିବାର ଦେଖିବାକୁ ମିଳୁଛି। କିଛି ସମୟ ପାଇଁ, ସେଠାରେ ଉପସ୍ଥିତ ଲୋକ ଦୁଇ ଝିଅଙ୍କୁ କିଛି କହୁଥିବାର ଦେଖାଯାଏ। ହେଲେ ତଥାପି ସେହି ଦୁଇ ଝିଅ କାହା କଥା ଶୁଣିବାକୁ ମନା କରୁଛନ୍ତି। ଉଭୟ ଝିଅ ସେଠାରେ ଉପସ୍ଥିତ ଲୋକଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖାଯାଉଛି।
ଦୋସା ଦୋକାନୀଙ୍କ ଅଭିଯୋଗ କ୍ରମେ ହଙ୍ଗାମା କରିଥିବା ଝିଅଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କିଛି ଦିନ ପୂର୍ବରୁ ଦୁଇ ଝିଅଙ୍କ ବାପାଙ୍କ ସହ ଦୋସା ଦୋକାନୀଙ୍କ ବିବାଦ ହୋଇଥିବାର ଜଣାପଡିଛି। ଏହି ଘଟଣା ବାରାଣସୀର ଭେଲୁପୁର ଥାନା ଅଧିନସ୍ଥ ତୁଳସୀପୁର ଅଞ୍ଚଳରେ ଘଟିଥିଲା। ପୋଲିସ କହିଛି ଯେ ଏହି ଘଟଣା ଗତ ଶନିବାର (୧୪ ନଭେମ୍ବର) ଘଟିଥିଲା। ଅଭିଯୁକ୍ତ ଝିଅ ଦାବି କରିଛନ୍ତି ଯେ ସେମାନଙ୍କ ବାପାଙ୍କୁ କିଛି ଲୋକ ମାଡ଼ ମାରିଥିଲେ। ସେମାନେ ଏହି ମାମଲାରେ ପ୍ରତିଶୋଧ ନେବାକୁ ସେଠାକୁ ଆସିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: