Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୟରେ ବି ଲାଞ୍ଚ ଟଙ୍କା ଛାଡ଼ିଲେନି; ଭିଜିଲାନ୍ସ ଟିମକୁ ଦେଖି ଟଙ୍କା ଧରି ଚମ୍ପଟ ମାରିଲେ ASI

Crime

ASI Flees / ଭୟରେ ବି ଲାଞ୍ଚ ଟଙ୍କା ଛାଡ଼ିଲେନି; ଭିଜିଲାନ୍ସ ଟିମକୁ ଦେଖି ଟଙ୍କା ଧରି ଚମ୍ପଟ ମାରିଲେ ASI

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଭୟରେ ବି ଲାଞ୍ଚ ଟଙ୍କା ଛାଡ଼ିଲେନି; ଭିଜିଲାନ୍ସ ଟିମକୁ ଦେଖି ଟଙ୍କା ଧରି ଚମ୍ପଟ ମାରିଲେ ASI
ASI Flees

Key Points

ଭିଜିଲାନ୍ସକୁ ଦେଖି ASI ଚମ୍ପଟ
ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ନାଚୁଣୀ ଥାନା ASI
ASI ଅକ୍ଷୟ କୁମାର ସେଠୀଙ୍କ ଘର ସହ ବିଭିନ୍ନ ସ୍ଥାନରେ ରେଡ୍
ଖୋର୍ଦ୍ଧା: ନାଚୁଣୀ ଥାନାର ଜଣେ ଏଏସଆଇଙ୍କ ବିରୋଧରେ ଲାଞ୍ଚ କାରବାରର ସଙ୍ଗୀନ ଅଭିଯୋଗ । ଜମି ବିବାଦ ମାମଲାର ଫଇସଲା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌କୁ ଦେଖି ଟଙ୍କା ସହ ବାଇକ୍‌ରେ ଫେରାର ହୋଇଛନ୍ତି ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।

  • ମାମଲା ସମାଧାନ ପାଇଁ ନେଉଥିଲେ ଲାଞ୍ଚ
ଭିଜିଲାନ୍ସ ସୂଚନା ଅନୁଯାୟୀ, ଗତ ୫ ଜୁଲାଇରେ ଜମି ବିବାଦକୁ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ମାମଲା ରୁଜୁ କରିଥିଲେ । ଏହି ଦୁଇଟି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏଏସଆଇ ଅକ୍ଷୟ କୁମାର ସେଠୀ । ପରେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲାର ଫାଇନାଲ କରିବା ପାଇଁ ଉଭୟ ପକ୍ଷଙ୍କଠାରୁ ୫ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ପଢନ୍ତୁ ଏହି ଖବର: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ

  • ପୂର୍ବରୁ ଛକି ବସିଥିଲା ଭିଜିଲାନ୍ସ
ଅଭିଯୋଗକାରୀ ୧୦ ଜୁଲାଇରେ ଆଫିଡେଭିଟ୍ ସହ ୫ ହଜାର ଟଙ୍କା ନେଇ ଆସିବାକୁ କହିବା ପରେ ଏହାର ସୂଚନା ଭିଜିଲାନ୍ସକୁ ଦେଇଥିଲେ। ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ନଜର ରଖିଥିବା ବେଳେ ଏଏସଆଇ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। କିନ୍ତୁ ଭିଜିଲାନ୍ସ ଟିମ୍ ନିକଟକୁ ଆସୁଥିବା ଦେଖି ଏକ ନିଛାଟିଆ ଅନ୍ଧାର ସ୍ଥାନରୁ ବାଇକ୍‌ରେ ୫ ହଜାର ଟଙ୍କା ସହ ଫେରାର ହୋଇଯାଇଥିଲେ । ଘଟଣା ପରେ ଅଭିଯୁକ୍ତ ଏଏସଆଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ଫେରାର ଏଏସଆଇଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ କରାଯାଉଛି ।

  • କାଲି ଧରାପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ
ଜୁଲାଇ ୧୦ ତାରିଖରେ ଓଡ଼ିଶା ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଜଣେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ । ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ଟିମ୍ । ଲାଞ୍ଚୁଆ ଯନ୍ତ୍ରୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ । ଠିକାଦାରଙ୍କ ୫ ଲକ୍ଷ ଟଙ୍କାର ବିଲ୍ ପାସ୍ କରି ଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀ ଅଟକ ଥିବାବେଳେ ଭିଜିଲାନ୍ସର ଏହି ମାମଲାରେ ତଦନ୍ତ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored